Advertisment

ଅଗ୍ନିପଥ ଯୋଜନାକୁ ବିରୋଧ, ଜାଳି ଦେଲେ ଟ୍ରେନ୍‌

ପାଟନା: ବିହାରରେ ଅଗ୍ନିପଥ ନିଆଁ। କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ଜୋରଦାର ବିରୋଧ କରାଯାଉଛି। ଯୁବପିଢ଼ି ରାସ୍ତା ଉପରକୁ ଓହ୍ଲାଇ ଆସିଛନ୍ତି। ବ୍ୟାପକ ହିଂସାକାଣ୍ଡ ଘଟିଛି।  କିଛି ରାଜନୈତିକ ଦଳ ଓ ଯୁବକ ସଙ୍ଗଠନ ଏହି ଯୋଜନା ବିରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ବିକ୍ଷୋଭକାରିମାନେ ଅନେକ ସ୍ଥାନରେ ଯାତ୍ରୀବାହୀ ଟ୍ରେନ୍‌ରେ ନିଆଁ ଲଗାଇଦେଇଛନ୍ତି। ଅନେକ ରେଲୱେ ଷ୍ଟେସନରେ ଭଙ୍ଗାରୁଜା ମଧ୍ୟ କରିଛନ୍ତି। ଛାତ୍ରମାନେ ରେଳ ଧାରଣା ଉପରେ ଧାରଣା ଦେଇଛନ୍ତି। ଏହାସହ ଆରା ଷ୍ଟେସନରେ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଅଗ୍ନିପଥ ଯୋଜନାକୁ ବିରୋଧ, ଜାଳି ଦେଲେ ଟ୍ରେନ୍‌

agnipath protest

ପାଟନା: ବିହାରରେ ଅଗ୍ନିପଥ ନିଆଁ। କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ଜୋରଦାର ବିରୋଧ କରାଯାଉଛି। ଯୁବପିଢ଼ି ରାସ୍ତା ଉପରକୁ ଓହ୍ଲାଇ ଆସିଛନ୍ତି। ବ୍ୟାପକ ହିଂସାକାଣ୍ଡ ଘଟିଛି।  କିଛି ରାଜନୈତିକ ଦଳ ଓ ଯୁବକ ସଙ୍ଗଠନ ଏହି ଯୋଜନା ବିରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ବିକ୍ଷୋଭକାରିମାନେ ଅନେକ ସ୍ଥାନରେ ଯାତ୍ରୀବାହୀ ଟ୍ରେନ୍‌ରେ ନିଆଁ ଲଗାଇଦେଇଛନ୍ତି। ଅନେକ ରେଲୱେ ଷ୍ଟେସନରେ ଭଙ୍ଗାରୁଜା ମଧ୍ୟ କରିଛନ୍ତି।

Advertisment

ଛାତ୍ରମାନେ ରେଳ ଧାରଣା ଉପରେ ଧାରଣା ଦେଇଛନ୍ତି। ଏହାସହ ଆରା ଷ୍ଟେସନରେ ଭଙ୍ଗାରୁଜା କରିଛନ୍ତି । ବଭୁଆ- ପାଟନା ଇଣ୍ଟରସିଟି ଏକ୍ସପ୍ରେସରେ ନିଆଁ ଲଗାଇ ଦେଇଛନ୍ତି । ଟ୍ରେନ୍‌ ସେବା ପୂରାପୁରି ବାଧାପ୍ରାପ୍ତ ହୋଇଛି। ସେହିପରି ଗୁରୁଗ୍ରାମରେ ଦିଲ୍ଲୀ-ଜୟପୁର ହାଇୱେକୁ ଯୁବକମାନେ ଅବରୋଧ କରିଛନ୍ତି। ଏହା ପୂର୍ବରୁ ବକ୍ସର, ମୁଜାଫରପୁର, ଗୟାରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା।

କେବଳ ବିହାର ନୁହେଁ ଗୁରୁଗ୍ରାମରେ ଏହାକୁ ତୀବ୍ର ବିରୋଧ କରାଯାଉଛି। ବିହାରର ବକ୍ସର, ଜାହାନାବାଦରେ ଛାତ୍ରମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଛାତ୍ରମାନେ ଜାହାନାବାଦରେ ୮୩ ନମ୍ଵର ଜାତୀୟ ରାଜପଥ ଏବଂ ୧୧୦ ନମ୍ଵର ଜାତୀୟ ରାଜପଥରେ ଟାୟର ଜାଳି ଅବରୋଧ କରିଛନ୍ତି। ଫଳରେ ଯାତାୟତ ଠପ ହୋଇପଡିଛି।

Advertisment

କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ସେନାରେ ୪ ବର୍ଷ ପାଇଁ କାମ କରିବା ପରେ ଅବସର ନେବୁ। ହେଲେ ଅବସର ନେବାପରେ ପୁଣି ଆମେମାନେ କ’ଣ କରିବୁ ବୋଲି ସେମାନେ ଅସନ୍ତୁଷ୍ଟ ଛାତ୍ରମାନେ ପ୍ରଶ୍ନ କରିଛନ୍ତି। ୪ ବର୍ଷ ପୂରଣ ହେବାପରେ ୨୫% ଅଗ୍ନିବୀରଙ୍କୁ ସ୍ଥାୟୀ କ୍ୟାଡରରେ ନିଯୁକ୍ତି ଦିଆଯିବ, କିନ୍ତୁ ବାକି ଦଶମ ଓ ଦ୍ଵାଦଶ ଶ୍ରେଣୀ ପାସ୍ କରି ଅଗ୍ନିବୀର ହୋଇଥିବା ୭୫% ଯୁବକଙ୍କ ପାଖରେ ୪ ବର୍ଷ ପରେ କ’ଣ ବିକଳ୍ପ ରହିବ? ସରକାର ଯଦିଓ ତାଙ୍କୁ ୧୨ ଲକ୍ଷ ଟଙ୍କା ସେବାନିଧି ଦେବେ, କିନ୍ତୁ ଆଉ ଏକ ଚାକିରି ଦେବା ପାଇଁ ସରକାରଙ୍କ ପାଖରେ କ’ଣ ଯୋଜନା ରହିଛି ବୋଲି ପ୍ରଶ୍ନ ଉଠୁଛି।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତୀୟ ସେନା, ବାୟୁସେନା ଏବଂ ନୌସେନାରେ ନିଯୁକ୍ତି ପାଇଁ ଅଗ୍ନିପଥ ଯୋଜନା ଆରମ୍ଭ କରିବାକୁ ଘୋଷଣା କରାଯାଇଛି। ଏହି ଯୋଜନା ଅଧୀନରେ, ଇଚ୍ଛୁକ ଯୁବକମାନଙ୍କୁ ୪ ବର୍ଷ ପାଇଁ ସଶସ୍ତ୍ର ବାହିନୀରେ ନିଯୁକ୍ତି ଦିଆଯିବ।