Advertisment

ହେଲିକପ୍ଟର କ୍ରାଶର ତଦନ୍ତ କରିବେ ଏୟାର ମାର୍ଶଲ ମାନବେନ୍ଦର ସିଂହ

ନୂଆଦିଲ୍ଲୀ: ତାମିଲନାଡୁର କୁନ୍ନୁର ଠାରେ ଘଟିଥିବା ଭୟଙ୍କର ହେଲିକପ୍ଟର କ୍ରାଶର ତ୍ରି-ସର୍ଭିସ ସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି। ବୁଧବାର ମଧ୍ୟାହ୍ନ ସମୟରେ ଭାରତୀୟ ବାୟୁସେନାର ଏମଆଇ ସିରିଜ୍‌ ହେଲିକପ୍ଟର କ୍ରାଶ କରିବାକୁ ୧୩ ଜଣଙ୍କ ଜୀବନ ଯାଇଛି। ଏହି ହେଲିକପ୍ଟର୍‌ରେ ଦେଶର ପ୍ରଥମ ସିଡିଏସ୍‌ ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରହିଥିଲେ। ଉଭୟ ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ପୂରା ଦେଶ ସ୍ତବ୍ଧ ହୋଇ ଯାଇଛି। ଘଟଣା ପରେ ହିଁ ବାୟୁସେନା ତୁରନ୍ତ […]

ଅଦ୍ୟତନ ହୋଇଛି
ହେଲିକପ୍ଟର କ୍ରାଶର ତଦନ୍ତ କରିବେ ଏୟାର ମାର୍ଶଲ ମାନବେନ୍ଦର ସିଂହ

Manvendra-singh

Advertisment

ନୂଆଦିଲ୍ଲୀ: ତାମିଲନାଡୁର କୁନ୍ନୁର ଠାରେ ଘଟିଥିବା ଭୟଙ୍କର ହେଲିକପ୍ଟର କ୍ରାଶର ତ୍ରି-ସର୍ଭିସ ସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି। ବୁଧବାର ମଧ୍ୟାହ୍ନ ସମୟରେ ଭାରତୀୟ ବାୟୁସେନାର ଏମଆଇ ସିରିଜ୍‌ ହେଲିକପ୍ଟର କ୍ରାଶ କରିବାକୁ ୧୩ ଜଣଙ୍କ ଜୀବନ ଯାଇଛି। ଏହି ହେଲିକପ୍ଟର୍‌ରେ ଦେଶର ପ୍ରଥମ ସିଡିଏସ୍‌ ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରହିଥିଲେ।

Advertisment

ଉଭୟ ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ପୂରା ଦେଶ ସ୍ତବ୍ଧ ହୋଇ ଯାଇଛି। ଘଟଣା ପରେ ହିଁ ବାୟୁସେନା ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେଇଥିଲା। କାଲି ଠାରୁ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି। ତଦନ୍ତ ଦାୟିତ୍ୱ ଏୟାର ମାର୍ଶଲ ମାନବେନ୍ଦର ସିଂହଙ୍କ ନେତୃତ୍ୱରେ ହେଉଛି ବୋଲି ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସଂସଦକୁ ଅବଗତ କରାଇଛନ୍ତି।

Air Officer Commanding-in-Chief Training Command ଏୟାର ମାର୍ଶଲ ମାନବେନ୍ଦର ସିଂହଙ୍କ ଟିମ କାଲି ହିଁ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଏୟାର ମାର୍ଶଲ ମାନବେନ୍ଦର ନିଜେ ଜଣେ ଦକ୍ଷ ପାଇଲଟ। ତେଣୁ ସେ ଘଟଣାର ଭଲ ଭାବେ ତଦନ୍ତ କରିପାରିବେ ବୋଲି ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି।

Advertisment

ଅନ୍ୟପକ୍ଷରେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର୍‌ରୁ ଆଜି ବ୍ଲାକ୍ସ ଠାବ ହୋଇଛି। ଏହି ବ୍ଲାକ ବକ୍ସକୁ ଟେକ୍ନିକାଲ ଟିମ୍‌ ଯାଞ୍ଚ କରିବ। ଏହାପରେ ପୂରା ଘଟଣା ସାମ୍ନାକୁ ଆସିବ ବୋଲି କୁହାଯାଉଛି। ଖରାପ ପାଗ ନା ବୈଷୟିକ ତ୍ରୁଟିରୁ ଏପରି ଘଟଣା ଘଟିଲା, ସେକଥା ଜାଣିବା ପାଇଁ ପୂରା ଦେଶ ଅପେକ୍ଷା କରିଛି।

ବୁଧବାର ଜେନେରାଲ ରାୱତ ଦିଲ୍ଲୀରୁ କୋଏମ୍ବାଟୁରର ସୁଲୁର ଯାଇଥିଲେ। ସେଠାରୁ ଏମଆଇ ୧୭ ଭି୫ ହେଲିକପ୍ଟର ଦ୍ୱାରା ନୀଳଗିର ହିଲ୍ସରେ ଥିବା ୱେଲିଂଟନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ସିଡିଏସ୍‌ଙ୍କ ସହ ତାଙ୍କ ପତ୍ନୀ ମଧୁଲିକା ମଧ୍ୟ ରହିଥିଲେ। ଏମାନଙ୍କ ବ୍ୟତୀତ ୬ ଜଣ କ୍ରୁ ସଦସ୍ୟଙ୍କୁ ମିଶାଇ ମୋଟ ୧୪ ଜଣ ହେଲିକପ୍ଟର୍‌ରେ ଉଡ଼ାଣ ଭରିଥିଲେ। କିନ୍ତୁ ଓଟ୍ଟୀ ନିକଟରେ ତାଙ୍କ ହେଲିକପ୍ଟର କ୍ରାଶ କରି ଯାଇଥିଲା। ମଧ୍ୟାହ୍ନ ପ୍ରାୟ ୧୨.୨୦ରେ ଏହି ଘଟଣା ଘଟିଥିଲା।

ହେଲିକପ୍ଟରଟି ସଂପୂର୍ଣ୍ଣ ଜଳି ଯାଇଥିବା ବେଳେ ଏକାଧିକ ବଡ଼ବଡ଼ ଗଛ ଭାଙ୍ଗି ଯାଇଥିଲା। ୧୪ ଜଣଙ୍କ ମଧ୍ୟରୁ ୧୩ ଜଣ ପ୍ରାଣ ହରାଇଥିବା ବେଳେ ଗ୍ରୁପ୍‌ କ୍ୟାପ୍ଟେନ ବରୁଣ ସିଂହ ଏବେ ୱେଲିଂଟନର ମିଲିଟାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଶରୀରର ୪୫% ଅଂଶ ପୋଡ଼ି ଯାଇଛି। ତାଙ୍କୁ ଜୀବନ ରକ୍ଷାକାରୀ ଉପକରଣ ଦ୍ୱାରା ଚିକିତ୍ସା ଯୋଗାଇ ଦିଆଯାଉଥିବା ଜଣାପଡ଼ିଛି।

Army Chopper Crash CDS Bipin Rawat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe