/odisha-reporter/media/post_attachments/uploads/2022/10/air-pollution-delhi.jpg)
air-pollution-delhi
ନୂଆଦିଲ୍ଲୀ: ଦିନକୁ ଦିନ ବିଷାକ୍ତ ହେଲାଣି ବାୟୁ। ଦୀପାବଳି ପରେ ଦେଶର ରାଜଧାନୀ ଦିଲ୍ଲୀର ଅବସ୍ଥା ଅତ୍ୟନ୍ତ ଖରାପ ହୋଇପଡିଛି। ବାୟୁ ପ୍ରଦୂଷଣ ଯୋଗୁଁ କଲବଲ ହେଉଛନ୍ତି ଦିଲ୍ଲୀବାସୀ। ଗତ ଦୁଇ ଦିନ ହେବ ଏଠାରେ ବାୟୁର ଗୁଣବତ୍ତା ଅତ୍ୟନ୍ତ ଖରାପ ସ୍ତରରେ ଥିବା ଆଇଏମ୍ଡି ସୂଚନା ଦେଇଛି।
ଆଜି ସକାଳୁ ଦିଲ୍ଲୀରେ ଧୂଆଁର ଚାଦର ଦେଖିବାକୁ ମିଳିଛି। ବାୟୁର ଗୁଣବତ୍ତା ୩୯୦ ରେକର୍ଡ କରାଯାଇଛି। ଯାହା ଅତ୍ୟନ୍ତ ଖରାପ ବର୍ଗରେ ଥିବା ଦର୍ଶାଉଛି। ଏଥିସହିତ ଦିଲ୍ଲୀର ଆନନ୍ଦ ବିହାର ସମେତ ୧୬ ଟି ସ୍ଥାନରେ ଏଆଇକ୍ୟୁ ଗୁରୁତର ବର୍ଗରେ ପହଞ୍ଚିଛି।
କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମୁତାବାକ ଆଜି ରାଜଧାନୀର ବିଭିନ୍ନ ଅଞ୍ଚଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୦୦ ଉପରେ ରେକର୍ଡ କରାଯାଇଛି। ସବୁଠି ପ୍ରଦୂଷିତ ଅଞ୍ଚଳ ଭାବେ ଦିଲ୍ଲୀର ଆନନ୍ଦବିହାର ରହିଛି। ଏହା ପଛକୁ ୱାଜିରପୁର, ପଟପଡଗଞ୍ଜ, ବିବେକ ବିହାର, ପଞ୍ଜାବୀ ବାଗ, ଜାହାଙ୍ଗୀରପୁର ରହିଛି।
ନଏଡା ସେକ୍ଟର-୬୨ରେ ଏଆଇକ୍ୟୁ ୪୦୨ ରେକର୍ଡ କରାଯାଇଛି। ସେହିପରି ଗାଜିଆବାଦର ବସୁନ୍ଧରାରେ ବାୟୁର ଗୁଣବତ୍ତା ୪୨୦ ପହଞ୍ଚି ଯାଇଛି। ଫରିଦାବାଦର ନ୍ୟୁ ଇଣ୍ଡଷ୍ଟ୍ରିଆଲ ଟାଉନ୍ରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୪୬ ରେକର୍ଡ ହୋଇଛି।
ସେପଟେ ଯମୁନା ନଦୀ ବି ବିଷାକ୍ତ ହୋଇଛି। ନଦୀରେ ଧଳା ଫେଣ ଭାସୁଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ପରିବେଶବିତମାନେ ଚିନ୍ତା ପ୍ରକଟ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
