Advertisment

ବାନ୍ଧବୀଙ୍କୁ ବଞ୍ଚେଇ ଦେଲା ଏୟାର ବ୍ୟାଗ୍‌, ଅଭିନେତା ଦୀପ ସିଦ୍ଧୁଙ୍କୁ ନେଇଗଲା ଯମ

ନୂଆଦିଲ୍ଲୀ: ପଞ୍ଜାବୀ ଅଭିନେତା ତଥା ସାମାଜି କର୍ମୀ ଦୀପ ସିଦ୍ଧୁଙ୍କର ଗତକାଲି ଦିଲ୍ଲୀରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ହେଲେ ତାଙ୍କ ସହ କାରରେ ଥିବା ବାନ୍ଧବୀ ରୀନା ରାୟ ସୌଭାଗ୍ୟବଶତଃ ବଞ୍ଚିଯାଇଛନ୍ତି। ପୁଲିସ କହିବା ଅନୁଯାୟୀ କାରରେ ବାମ ପାର୍ଶ୍ୱରେ ବସିଥିଲେ ରୀନା। ତେବେ ସେହି ପାର୍ଶ୍ୱରେ ବିଶେଷ କ୍ଷୟକ୍ଷତି ହୋଇ ନାହିଁ। ଦୁର୍ଘଟଣା ପରେ ରୀନାଙ୍କ ପାର୍ଶ୍ୱରେ ଥିବା ଏୟାର ବ୍ୟାଗଟି ତୁରନ୍ତ ଖୋଲି ଯିବାରୁ ସେ ଏକ ନିଶ୍ଚିତ ବିପଦରୁ ବର୍ତ୍ତିଯାଇଛନ୍ତି। ଏୟାର […]

ଅଦ୍ୟତନ ହୋଇଛି
ବାନ୍ଧବୀଙ୍କୁ ବଞ୍ଚେଇ ଦେଲା ଏୟାର ବ୍ୟାଗ୍‌, ଅଭିନେତା ଦୀପ ସିଦ୍ଧୁଙ୍କୁ ନେଇଗଲା ଯମ   

punjab

Advertisment

ନୂଆଦିଲ୍ଲୀ: ପଞ୍ଜାବୀ ଅଭିନେତା ତଥା ସାମାଜି କର୍ମୀ ଦୀପ ସିଦ୍ଧୁଙ୍କର ଗତକାଲି ଦିଲ୍ଲୀରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ହେଲେ ତାଙ୍କ ସହ କାରରେ ଥିବା ବାନ୍ଧବୀ ରୀନା ରାୟ ସୌଭାଗ୍ୟବଶତଃ ବଞ୍ଚିଯାଇଛନ୍ତି। ପୁଲିସ କହିବା ଅନୁଯାୟୀ କାରରେ ବାମ ପାର୍ଶ୍ୱରେ ବସିଥିଲେ ରୀନା। ତେବେ ସେହି ପାର୍ଶ୍ୱରେ ବିଶେଷ କ୍ଷୟକ୍ଷତି ହୋଇ ନାହିଁ। ଦୁର୍ଘଟଣା ପରେ ରୀନାଙ୍କ ପାର୍ଶ୍ୱରେ ଥିବା ଏୟାର ବ୍ୟାଗଟି ତୁରନ୍ତ ଖୋଲି ଯିବାରୁ ସେ ଏକ ନିଶ୍ଚିତ ବିପଦରୁ ବର୍ତ୍ତିଯାଇଛନ୍ତି। ଏୟାର ବ୍ୟାଗ ଯୋଗୁ ରୀନାଙ୍କ ଜୀବନ ରକ୍ଷା ପାଇଯାଇଛି।

Advertisment

ସୂଚନା ଅନୁସାରେ କୁଣ୍ଡଲି-ମାନେସର-ପାଲୱାଲ ରାଜପଥରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ସହ ଦୀପ ସିଦ୍ଧୁଙ୍କ ଧଳା ସ୍କର୍ପିଓ କାର ପିଟି ହୋଇଯାଇଥିଲା। ଦୀପ ତାଙ୍କ ବାନ୍ଧବୀ ରୀନା ରାୟଙ୍କ ସହ ଦିଲ୍ଲୀରୁ ଭାଟିଣ୍ଡାକୁ ଯାଉଥିବାବେଳେ ଏହି ଦୁର୍ଘଟଣା ହୋଇଛି। ଦୁର୍ଘଟଣା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୀପ ସିଦ୍ଧୁ ଅଭିନେତାରୁ ସାମାଜିକ କର୍ମୀ ପାଲଟିଥିଲେ।

୨୦୨୧ ସାଧାରଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ରାଲି ସମୟରେ ଲାଲକିଲ୍ଲାରେ ହୋଇଥିବା ହିଂସା ଘଟଣାରେ ସେ ଅନ୍ୟତମ ଅଭିଯୁକ୍ତ ଥିଲେ। ‌ଗତବର୍ଷ ଫେବ୍ରୁଆରି ୯ ତାରିଖରେ ତାଙ୍କୁ ଦିଲ୍ଲୀ ପୁଲିସ ହରିୟାଣାର କର୍ନଲରୁ ଗିରଫ କରିଥିଲା। ସେହିବର୍ଷ ଏପ୍ରିଲ ୧୭ରେ ତାଙ୍କୁ ଏହି ମାମଲାରେ ଜାମିନ ମିଳିଥିଲା। କିନ୍ତୁ ପରେ ଏଏସଆଇ ପକ୍ଷରୁ ଲାଲକିଲ୍ଲାକୁ କ୍ଷତି ପହଞ୍ଚାଇବା ମାମଲାରେ ପୁଲିସ ପୁଣି ଗିରଫ କରିଥିଲା। ଏପ୍ରିଲ ୨୬ରେ ତାଙ୍କୁ ଉକ୍ତ ମାମଲାରେ ଜାମିନ ମିଳିଥିଲା। ଗତବର୍ଷ ସାଧାରଣତନ୍ତ୍ର ଦିବସ ଟ୍ରାକ୍ଟର ରାଲି ହିଂସା ପରେ ଦୀପଙ୍କୁ ଫେରାର ହେବାରେ ରୀନା ସହାୟତା କରିଥିଲେ ବୋଲି ଅଭିଯୋଗ ହୋଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe