Advertisment

ବିଦ୍ରୋହ ଯୋଗୁ ରାଜସ୍ଥାନ ଦାୟିତ୍ୱ ଛାଡ଼ିଲେ ଅଜୟ ମାକେନ

ଜୟପୁର: ରାଜସ୍ଥାନ କଂଗ୍ରେସର ଇନ ଚାର୍ଜ ଥିବା ବରିଷ୍ଠ ନେତା ଅଜୟ ମାକେନ ଆଜି ନିଜ ଦାୟିତ୍ୱରୁ ଓହରି ଯାଇଛନ୍ତି। ଦଳରେ ବିଦ୍ରୋହ ଯୋଗୁ ସେ ଅସନ୍ତୋଷ ପ୍ରକାଶ କରି ଏପରି ନିଷ୍ପତ୍ତି ନେଇଛନ୍ତି। ସେପ୍ଟେମ୍ବର ମାସରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଅଜୟ ମାକେନ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି କଂଗ୍ରେସ ସଭାପତି ପଦ ନିର୍ବାଚନ ଲଢ଼ିବାକୁ କହିଥିଲେ। ହେଲେ ଶେଷ ମୁହୂର୍ତ୍ତରେ ଗେହଲଟ ତାଙ୍କ କଥା ଅନୁସାରେ ପଦକ୍ଷେପ ଗ୍ରହଣ କରି ନଥିଲେ। ଏହି ପ୍ରସଙ୍ଗ […]

ବିଦ୍ରୋହ ଯୋଗୁ ରାଜସ୍ଥାନ ଦାୟିତ୍ୱ ଛାଡ଼ିଲେ ଅଜୟ ମାକେନ

congress

Advertisment

ଜୟପୁର: ରାଜସ୍ଥାନ କଂଗ୍ରେସର ଇନ ଚାର୍ଜ ଥିବା ବରିଷ୍ଠ ନେତା ଅଜୟ ମାକେନ ଆଜି ନିଜ ଦାୟିତ୍ୱରୁ ଓହରି ଯାଇଛନ୍ତି। ଦଳରେ ବିଦ୍ରୋହ ଯୋଗୁ ସେ ଅସନ୍ତୋଷ ପ୍ରକାଶ କରି ଏପରି ନିଷ୍ପତ୍ତି ନେଇଛନ୍ତି। ସେପ୍ଟେମ୍ବର ମାସରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଅଜୟ ମାକେନ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି କଂଗ୍ରେସ ସଭାପତି ପଦ ନିର୍ବାଚନ ଲଢ଼ିବାକୁ କହିଥିଲେ। ହେଲେ ଶେଷ ମୁହୂର୍ତ୍ତରେ ଗେହଲଟ ତାଙ୍କ କଥା ଅନୁସାରେ ପଦକ୍ଷେପ ଗ୍ରହଣ କରି ନଥିଲେ।

Advertisment

ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ମାକେନ ଦଳୀୟ ବିଧାୟକଙ୍କ ବୈଠକ ଡାକିଥିଲେ। ହେଲେ ଗେହଲଟଙ୍କ ସମର୍ଥନରେ ୯୦ରୁ ଅଧିକ ବିଧାୟକ ବୈଠକକୁ ନ ଆସି ବିଧାନସଭା ବାଚସ୍ପତିଙ୍କ ପାଖକୁ ଯାଇ ଇସ୍ତଫାର ଧମକ ଦେଇଥିଲେ। ଗେହଲଟଙ୍କ ସ୍ଥାନରେ ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ସୃଷ୍ଟି ହେବାରୁ ଏପରି ଘଟଣା ଘଟିଥିଲା।

ଏହି ଘଟଣା ପରେ ମାକେନ ଆଶା କରିଥିଲେ ଯେ କଂଗ୍ରେସ ହାଇକମାଣ୍ଡ ବିଦ୍ରୋହ କରିଥିବା ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। କିନ୍ତୁ ଏଯାଏ ସେଭଳି କୌଣସି ଘଟଣା ଘଟିନାହିଁ। ତେଣୁ ଏହି କାରଣ ପାଇଁ ସେ ରାଜସ୍ଥାନ କଂଗ୍ରେସର ଇନ ଚାର୍ଜ ପଦ ଛାଡ଼ିଥିବା କୁହାଯାଉଛି।

Advertisment

ସେ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି, “ଆମେ ୩ ପିଢ଼ି ହେଲା କଂଗ୍ରେସର ଆଦର୍ଶ ଦ୍ୱାରା ଅନୁପ୍ରାଣିତ ହୋଇ ଆସୁଛୁ। କଂଗ୍ରେସ ରାଜନୀତି ସହ ଦୀର୍ଘ ୪୦ ବର୍ଷ ହେଲା ସକ୍ରିୟ ଭାବେ ଜଡ଼ିତ ଥିବା ବେଳେ ମୁଁ ସବୁବେଳେ ରାହୁଲ ଗାନ୍ଧିଙ୍କୁ ଅନୁସରଣ କରି ଆସିଛି।

ତାଙ୍କ ଉପରେ ମୋର ଯଥେଷ୍ଟ ଭରସା ରହିଛି। ଏବେ ମୁଁ ଦିଲ୍ଲୀରେ ମୋର ଧ୍ୟାନ କେନ୍ଦ୍ରିତ କରିବାକୁ ଚାହୁଁଛି। ଟ୍ରେଡ ୟୁନିୟନ, ନନ ପ୍ରଫିଟ ଅର୍ଗାନାଇଜେନ ସହ ମିଶି ବାୟୁ ପ୍ରଦୂଷଣର ସମାଧାନ ଉପରେ କାର୍ଯ୍ୟ କରିବି। ରାସ୍ତା କଡ଼ ଦୋକାନୀ ଓ ବସ୍ତି ବାସିନ୍ଦାଙ୍କ ସମସ୍ୟା ଦିଗରେ ବି କାମ କରିବାକୁ ଲକ୍ଷ୍ୟ ରଖିଛି।”

ଏହାବାଦ ଶ୍ରୀ ମାକେନ ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ରାଜସ୍ଥାନରେ ନୂଆ କଂଗ୍ରେସ ଇନଚାର୍ଜ ନିଯୁକ୍ତ କରିବାକୁ ଚିଠିରେ କହିଛନ୍ତି। କାରଣ ଡିସେମ୍ବର ପ୍ରଥମ ସପ୍ତାହରେ କଂଗ୍ରେସର ଭାରତ ଯୋଡ଼ ଯାତ୍ରା ରାଜସ୍ଥାନରେ ପ୍ରବେଶ କରିବ। ସେହିପରି ଡିସେମ୍ବର ୪ରେ ରାଜସ୍ଥାନ ଉପ ନିର୍ବାଚନ ଅନୁଷ୍ଠିତ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe