Advertisment

ବିଜୟର ସବୁ ଶ୍ରେୟ ଆତଙ୍କବାଦୀକୁ ଦେଲେ ଅକାଳୀ ଦଳର ନେତା

ଚଣ୍ଡିଗଡ଼: ପଞ୍ଜାବର ସଙ୍ଗୁର ଲୋକସଭା ଉପ ନିର୍ବାଚନରେ ବିଜୟୀ ହୋଇଥିବା ଅକାଳୀ ଦଳର ନେତା ସିମରନଜିତ ସିଂହ ମାନ୍‌ ବିବାଦୀୟ ବୟାନ ଦେଇଛନ୍ତି। ସେ ଲୋକଙ୍କ ଭୋଟ ପାଇ ଜିତିଥିଲେ ମଧ୍ୟ ବିଜୟର ଶ୍ରେୟ ଖଲିସ୍ତାନୀ ଆତଙ୍କବାଦୀ ଜର୍ଣ୍ଣାଇଲ ସିଂହ ଭିନ୍ଦରନୱାଲେକୁ ଦେଇଛନ୍ତି। ଏଥିସହ କଶ୍ମୀରରେ ଭାରତୀୟ ସେନା ଲୋକଙ୍କ ଉପରେ ଅତ୍ୟାଚାର କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ଏ ପ୍ରସଙ୍ଗ ସେ ଲୋକସଭାରେ ଉଠାଇବେ ବୋଲି ମଧ୍ୟ ଖୋଲାଖୋଲି ଭାବେ ଗଣମାଧ୍ୟମ ଆଗରେ କହିଛନ୍ତି। […]

author-image
Hemant Lenka
ଅଦ୍ୟତନ ହୋଇଛି
ବିଜୟର ସବୁ ଶ୍ରେୟ ଆତଙ୍କବାଦୀକୁ ଦେଲେ ଅକାଳୀ ଦଳର ନେତା

akali

ଚଣ୍ଡିଗଡ଼: ପଞ୍ଜାବର ସଙ୍ଗୁର ଲୋକସଭା ଉପ ନିର୍ବାଚନରେ ବିଜୟୀ ହୋଇଥିବା ଅକାଳୀ ଦଳର ନେତା ସିମରନଜିତ ସିଂହ ମାନ୍‌ ବିବାଦୀୟ ବୟାନ ଦେଇଛନ୍ତି। ସେ ଲୋକଙ୍କ ଭୋଟ ପାଇ ଜିତିଥିଲେ ମଧ୍ୟ ବିଜୟର ଶ୍ରେୟ ଖଲିସ୍ତାନୀ ଆତଙ୍କବାଦୀ ଜର୍ଣ୍ଣାଇଲ ସିଂହ ଭିନ୍ଦରନୱାଲେକୁ ଦେଇଛନ୍ତି। ଏଥିସହ କଶ୍ମୀରରେ ଭାରତୀୟ ସେନା ଲୋକଙ୍କ ଉପରେ ଅତ୍ୟାଚାର କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ଏ ପ୍ରସଙ୍ଗ ସେ ଲୋକସଭାରେ ଉଠାଇବେ ବୋଲି ମଧ୍ୟ ଖୋଲାଖୋଲି ଭାବେ ଗଣମାଧ୍ୟମ ଆଗରେ କହିଛନ୍ତି।

Advertisment

ସଙ୍ଗୁର ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନଙ୍କ ଗଡ଼। ୨୦୧୯ରେ ମାନ ଏଠାରୁ ଜିତିଥିଲେ। କିନ୍ତୁ ସେ ମୁଖ୍ୟମନ୍ତ୍ରୀ ହେବାରୁ ଏହି ଲୋକସଭା ଆସନରେ ଉପ ନିର୍ବାଚନ ହୋଇଥିଲା। ଏହି ନିର୍ବାଚନରେ ଅକାଳୀ ଦଳ ନେତା ସିମରନଜିତ ସିଂହ ମାନ ଆପ୍‌ ପ୍ରାର୍ଥୀ ଗୁରମାଇଲ ସିଂହଙ୍କୁ ପରାସ୍ତ କରିଛନ୍ତି। ଏହି ପରାଜୟ ସହ ଲୋକସଭାରେ ଆପ୍‌ ବିଦା ହୋଇଛି। କାରଣ ଲୋକସଭାରେ ଆପ୍‌ର ଏକମାତ୍ର ସାଂସଦ ଭାବେ ଭଗୱନ୍ତ ମାନ ରହିଥିଲେ। ସେ ମୁଖ୍ୟମନ୍ତ୍ରୀ ହେବାରୁ ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଉପ ନିର୍ବାଚନରେ ଆପ୍‌ ପ୍ରାର୍ଥୀ ଜିତିଥିଲେ ଲୋକସଭାକୁ ଯାଇଥାଆନ୍ତେ। କିନ୍ତୁ ସିମରନଜିତ ବାଜିମାତ କରିଛନ୍ତି।

ବିଜୟ ପରେ ସେ କହିଛନ୍ତି, “ଏହା ଆମ ଦଳୀୟ କର୍ମୀଙ୍କ ବିଜୟ। ଏଥିସହ ସନ୍ଥ ଜର୍ଣ୍ଣାଇଲି ସିଂହ ଭିନ୍ଦରନୱାଲେ ଦେଇଥିବା ଶିକ୍ଷା ଯୋଗୁ ଆମେ ଜିତିଛୁ। ଦୀପ ସିଂହ ସିଦ୍ଧୁ ଓ ସିଦ୍ଧୁ ମୁସେୱାଲାଙ୍କ ମୃତ୍ୟୁରେ ଶିଖ ସଂପ୍ରଦାୟକ କ୍ଷୁବ୍ଧ ହୋଇଛନ୍ତି। ଭାରତୀୟ ସେନା ଫି’ଦିନ ଜମ୍ମୁ-କଶ୍ମୀରରେ ମୁସଲିମଙ୍କ ଉପରେ ଅତ୍ୟାଚାର କରୁଛି ଓ ସେମାନଙ୍କୁ ହତ୍ୟା କରୁଛି। ଏ ପ୍ରସଙ୍ଗ ମୁଁ ଲୋକସଭାରେ ଉଠାଇବି।

Advertisment

ବିହାର ଓ ଛତିଶଗଡ଼ରେ ରହୁଥିବା ଆଦିବାସୀ ଲୋକଙ୍କୁ ନକ୍ସଲ ନାଁରେ ଗୁଳି କରି ହତ୍ୟା କରାଯାଉଛି। ମୁଁ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ନେତାଙ୍କୁ ଭେଟିବି ଓ ଏ ସମ୍ପର୍କରେ ତାଙ୍କ ସହ କଥା ହେବି।”

ବିଜୟର ଶ୍ରେୟ ସିମରନଜିତ ଆତଙ୍କବାଦୀ ଜର୍ଣ୍ଣାଇଲକୁ ଦେଇଥିବାରୁ କଂଗ୍ରେସ ଏହାକୁ ନେଇ ଚିନ୍ତା ପ୍ରକଟ କରିଛି। କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି, “ପଞ୍ଜାବକୁ ଅନ୍ଧ ଭାବେ ହିଂସା ଓ ଆତଙ୍କବାଦ ମଧ୍ୟକୁ ଠେଲା ଯାଇ ପାରିବନି। ଯଦି ପ୍ରକାଶ ପାଇଥିବା ଖବର ସତ, ତା’ହେଲେ ପଞ୍ଜାବର ସଙ୍ଗୁରରେ ଗଣତନ୍ତ୍ରର ପରାଜୟ ହୋଇଛି।” କଂଗ୍ରେସ ନେତା ଜୟବୀର ଶେରଗିଲ କହିଛନ୍ତି, “ସଙ୍ଗୁର ଉପ ନିର୍ବାଚନ ରେଜଲ୍ଟ ପଞ୍ଜାବର ସବୁ ଅଶିଂଦାରଙ୍କ ପାଇଁ ସତର୍କ ଘଣ୍ଟି।”

Bhagwant Mann