ବାପାଙ୍କ ଆସନରୁ ସାଇକେଲ ଗଡ଼ାଇବେ ଅଖିଳେଶ

ଲକ୍ଷ୍ନୌ: ବାପାଙ୍କ ଆସନରୁ ଲଢ଼ିବେ ପୁଅ। ବିଧାନ ସଭା ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବେ ଅଖିଳେଶ ଯାଦବ। ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ତାଙ୍କ ବାପା ମୁଲାୟମ ସିଂ ଯାଦବଙ୍କ ଆସନ କାରହଲରୁ ପ୍ରତିଦ୍ୱନ୍ଦିତା କରିବେ। ଏ ସମ୍ପର୍କରେ ସମାଜବାଦି ପାର୍ଟି(ସପା) ପକ୍ଷରୁ ଘୋଷଣା କରାଯାଇଛି। ୟୁପିର ମଣିପୁରି ଜିଲ୍ଲାର କରହାଲ ଆସନରୁ ପ୍ରତିଦ୍ୱନ୍ଦିତା କରିବେ ଅଖିଳେଶ। ପୂର୍ବରୁ ଆଜମଗଡ଼ର ଗୋପାଳପୁର ଆସନରୁ ଅଖିଳେଶ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହୋଇଥିଲା। […]

akhilesh

Tapas Behera
  • Published: Saturday, 22 January 2022
  • , Updated: 22 January 2022, 02:09 PM IST

ଲକ୍ଷ୍ନୌ: ବାପାଙ୍କ ଆସନରୁ ଲଢ଼ିବେ ପୁଅ। ବିଧାନ ସଭା ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବେ ଅଖିଳେଶ ଯାଦବ। ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ତାଙ୍କ ବାପା ମୁଲାୟମ ସିଂ ଯାଦବଙ୍କ ଆସନ କାରହଲରୁ ପ୍ରତିଦ୍ୱନ୍ଦିତା କରିବେ। ଏ ସମ୍ପର୍କରେ ସମାଜବାଦି ପାର୍ଟି(ସପା) ପକ୍ଷରୁ ଘୋଷଣା କରାଯାଇଛି। ୟୁପିର ମଣିପୁରି ଜିଲ୍ଲାର କରହାଲ ଆସନରୁ ପ୍ରତିଦ୍ୱନ୍ଦିତା କରିବେ ଅଖିଳେଶ। ପୂର୍ବରୁ ଆଜମଗଡ଼ର ଗୋପାଳପୁର ଆସନରୁ ଅଖିଳେଶ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହୋଇଥିଲା। ତେବେ ପରେ ପାର୍ଟି ପକ୍ଷରୁ ତାଙ୍କ ଆସନ ନେଇ ସୁନିଶ୍ଚିତ କରାଯାଇଛି।  କରହାଲ ଆସନ ସପାର ଗଡ଼ ଭାବେ ପରଚିତ। ସମାଜବାଦି ପାର୍ଟି ଗଠନ ହେବା ପରଠାରୁ ଉକ୍ତ ଆସନରେ ୭ରୁ ୬ଥର ସପାର ବିଜୟ ବାନା ଉଡ଼ିଛି । ଏହା ପୂର୍ବରୁ  ଜନତା ଦଳ, ଲୋକ ଦଳ ଏବଂ ଭାରତୀୟ କ୍ରାନ୍ତି ଦଳ କବ୍‌ଜାରେ ଉକ୍ତ ଆସନ ଥିଲା।

ତେବେ ବର୍ଷ ପୂର୍ବରୁ ୨୦୨୨ ବିଧାନ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ନାହିଁ ବୋଲି ଘୋଷଣା କରିଥିଲେ ଅଖିଳେଶ। ହେଲେ ୟୁପିରେ ଏଥର କଡ଼ା ଟକ୍କର ହେଉଛି। ବିଜେପି ପୁଣିଥରେ କ୍ଷମତା ବଜାୟ ରଖିବାକୁ  କସରତ ଚଳାଇଥିବା ବେଳେ ସପା ମଧ୍ୟ ସତ୍ତା ଫେରିପାଇବାକୁ ଦମରେ ଲାଗି ପଡ଼ିଛି। ଏଭଳି ସ୍ଥିତିରେ ସପାର ମଙ୍ଗ ଧରିଥିବା ଅଖିଳେଶ ରଣନୀତି ବଦଳାଇ ମଇଦାନକୁ ଓହ୍ଲାଇଥିବା ଚର୍ଚ୍ଚା ହେଉଛି।

୨୦୧୨ରେ ଅଖିଳେଶଙ୍କ ନେତୃତ୍ୱରେ ସପା କ୍ଷମତାକୁ ଫେରିଥିଲା। ତେବେ ଅଖିଳେଶ ସେତେବେଳେ ସାଂସଦ ଥିଲେ ଏବଂ ୟୁପି ବିଧାନ ପରିଷଦରୁ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେବେ ଏଥର ଶାସକ ବିଜେପି ସହ କାଣ୍ଟେକି ଟକ୍କର ହେଉଛି। ବିଜେପିରୁ କିଛି ନେତା ମନ୍ତ୍ରୀ ସପା ମୁହାଁ ହୋଇଥିବା ବେଳେ ବିଜେପି ମଧ୍ୟ କିଛି ଦମ ଦେଖାଇନି। ସିଧା ସପା ପରିବାକୁ ନିଶାନା କରିଛି ବିଜେପି।  ଇତି ମଧ୍ୟରେ  ମୁଲାୟମ ସିଂହ ଯାଦବଙ୍କ ବୋହୂ ଅପର୍ଣ୍ଣା ଯାଦବ ବିଜେପିରେ ଯୋଗ ଦେଇଥିବା ବେଳେ ପରେ ମୁଲାୟମଙ୍କ ଶଡ଼ୁ ତଥା ପୂର୍ବତନ ବିଧାୟକ ପ୍ରମୋଦ ଗୁପ୍ତା ବିଜେପିରେ ଯୋଗ ଦେଇଛନ୍ତି। ଏସବୁ ଭିତରେ ବାପାଙ୍କ ଆସନ ଅଖିଳେଶଙ୍କ ପାଇଁ ବେଶ ସୁରକ୍ଷିତ ହୋଇଥିବା ବେଳେ ଦଳର ଅନ୍ୟ ପ୍ରାର୍ଥୀଙ୍କ ପାଇଁ ସମୟ ବୋଲି ଚର୍ଚ୍ଚା ହେଉଛି।

Related story