Advertisment

ସେନା ଗୁଳିରେ ଟଳିଲା ଅଲ ବଦର ଆତଙ୍କୀ

ଶ୍ରୀନଗର: ଜମ୍ମୁ କଶ୍ମୀର ପୁଲିସକୁ ବଡ଼ ସଫଳତା ମିଳିଛି। ସୋପୋର ଏନକାଉଣ୍ଟରରେ ଅଲ-ବଦରର ମୁଖ୍ୟ ଗାନି ଖ୍ୱାଜାର ମୁଣ୍ଡ ଗଡ଼ିଛି। ପୁଲିସ ଏବଂ ସେନାର ମିଳିତ କାର୍ଯ୍ୟାନୁଷ୍ଠାନରେ ଅଲ ବଦର ମୃତ୍ୟୁ ବରଣ କରିଛି। ଆଇଜି ଏହାକୁ ଏକ ‘ବଡ ସଫଳତା’ ବୋଲି କହିଛନ୍ତି। Sopore police killed Al-Badre Chief Ganie Khwaja (in pic) in an encounter just now. A big success: IGP Kashmir Vijay Kumar pic.twitter.com/31PFqjFDMA — […]

ଅଦ୍ୟତନ ହୋଇଛି
ସେନା ଗୁଳିରେ ଟଳିଲା ଅଲ ବଦର ଆତଙ୍କୀ

JAMMU NORESH

Advertisment

ଶ୍ରୀନଗର: ଜମ୍ମୁ କଶ୍ମୀର ପୁଲିସକୁ ବଡ଼ ସଫଳତା ମିଳିଛି। ସୋପୋର ଏନକାଉଣ୍ଟରରେ ଅଲ-ବଦରର ମୁଖ୍ୟ ଗାନି ଖ୍ୱାଜାର ମୁଣ୍ଡ ଗଡ଼ିଛି। ପୁଲିସ ଏବଂ ସେନାର ମିଳିତ କାର୍ଯ୍ୟାନୁଷ୍ଠାନରେ ଅଲ ବଦର ମୃତ୍ୟୁ ବରଣ କରିଛି। ଆଇଜି ଏହାକୁ ଏକ 'ବଡ ସଫଳତା' ବୋଲି କହିଛନ୍ତି।

Advertisment

https://twitter.com/ANI/status/1369290347591856129?s=20

କଶ୍ମୀର ପୁଲିସ ଟୁଇଟ୍ କରି କହିଛି, ସୋପୋରର ତୁଜ୍ଜର ଏରିଆରେ ଏନକାଉଣ୍ଟର ହୋଇଛି। ସେନା ଏବଂ ପୁଲିସ ମିଳିତ ଭାବରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି। ଦୁଇ ତିନି ଜଣ ଆତଙ୍କବାଦୀ ଗାଁରେ ଲୁଚି ରହିଥିବା ନେଇ ପୁଲିସକୁ ସନ୍ଦେହ ହୋଇଥିଲା। ଏହାପରେ ସେନା ଏବଂ ପୁଲିସ ମିଳିତ ଏନକାଉଣ୍ଟର କରିବା ଆରମ୍ଭ କରିଥିଲେ। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ନିହତ ଆତଙ୍କବାଦୀ ପାଖରୁ ପୁଲିସ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ ହୋଇଛି। ଖବର ଲେଖା ହେବା ସୁଦ୍ଧା ମିଳିତ ଟିମ୍ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।

ସୂଚନାଯୋଗ୍ୟ, ସ୍ଥାନୀୟ ପୁଲିସ, ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ ଏବଂ ସେନା ମିଳିତ ଭାବରେ ଏହି ଅପରେସନ କରୁଛନ୍ତି। ସୁରକ୍ଷା ବାହିନୀ ଗୁଇନ୍ଦା ରିପୋର୍ଟକୁ ଆଧାର କରି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

Advertisment
Jammu Kashmir Terrorist
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe