ବିବାଦ ଭିତରେ ମୁଖ୍ୟ ସଚିବ ପଦରୁ ଅଲପନ ବନ୍ଦୋପାଧ୍ୟୟଙ୍କ ଅବସର, ପାଇଲେ ନୂଆ ଦାୟିତ୍ୱ

କୋଲକାତା: କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ହଠାତ୍‌ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଛନ୍ତି ଅପଲନ ବନ୍ଦୋପାଧ୍ୟୟ। ତାଙ୍କ କାର୍ଯ୍ୟକାଳ ୩ ମାସ ବୃଦ୍ଧି କରାଯାଇଥିଲେ ହେଁ ସେ ନିଜ ପଦରୁ ଅବସର ନେଇଛନ୍ତି। ଏବେ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ। ସେ ଏହି ପଦରେ ସେ ୩ ବର୍ଷ ପାଇଁ ରହିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଅଲପନ ଅବସର […]

WB

WB

Hemant Lenka
  • Published: Monday, 31 May 2021
  • Updated: 04 June 2021, 12:58 PM IST

Sports

Latest News

କୋଲକାତା: କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ହଠାତ୍‌ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଛନ୍ତି ଅପଲନ ବନ୍ଦୋପାଧ୍ୟୟ। ତାଙ୍କ କାର୍ଯ୍ୟକାଳ ୩ ମାସ ବୃଦ୍ଧି କରାଯାଇଥିଲେ ହେଁ ସେ ନିଜ ପଦରୁ ଅବସର ନେଇଛନ୍ତି।

ଏବେ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ। ସେ ଏହି ପଦରେ ସେ ୩ ବର୍ଷ ପାଇଁ ରହିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଅଲପନ ଅବସର ନେଇଥିବାରୁ ପଶ୍ଚିମବଙ୍ଗର ନୂଆ ମୁଖ୍ୟ ଶାସନ ସଚିବ ଭାବେ ହରି କ୍ରିଷ୍ଣା ଦ୍ୱିବେଦୀଙ୍କୁ ନିଯୁକ୍ତି ମିଳିଛି।

କେନ୍ଦ୍ର ସରକାର ୧୯୮୮ ଆଇଏଏସ୍‌ ବ୍ୟାଚ୍‌ର ହରିଙ୍କୁ ନିଯୁକ୍ତି ଦେଇଛନ୍ତି। ବର୍ତ୍ତମାନ ସେ ପଶ୍ଚିମବଙ୍ଗର ଗୃହ ସଚିବ ଭାବେ କାର୍ଯ୍ୟ କରୁଛନ୍ତି।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, “କାଲିଠାରୁ ଅଲପନ ବନ୍ଦୋପାଧ୍ୟକ୍ଷ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ। ଆମେ ମହାମାରୀ ପାଇଁ ତାଙ୍କ ସେବା ଚାହୁଁଛୁ। ସମସ୍ତେ ଜାଣିଛନ୍ତି ସେ କେମିତି କଠିନ ପରିଶ୍ରମ କରୁଛନ୍ତି ଓ ଆମେ କେମିତି ତାଙ୍କ ପାଇଁ ଆଜି ସୁରକ୍ଷିତ ରହିଛୁ। ସେ ଯେମିତି ହେଲେ ବି ତାଙ୍କ ସେବା ବେଙ୍ଗଲ ଓ ଦେଶ ପାଇଁ ଜାରି ରଖିବେ।”

ନିକଟରେ ବାତ୍ୟା ୟାସର କ୍ଷୟକ୍ଷତିର ଆକଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ଯାଇଥିଲେ। ତେବେ ମୋଦିଙ୍କ ସମୀକ୍ଷା ବୈଠକରେ ବିରୋଧୀ ଦଳର ବିଧାୟକମାନେ ଯୋଗଦେଇଥିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ମୁଖ୍ୟ ଶାସନ ସଚିବ ଅଲପନ ଏଥିରେ ଯୋଗ ଦେଇ ନଥିଲେ। ସେମାନେ କେବଳ ମୋଦିଙ୍କୁ କ୍ଷୟକ୍ଷତି ରିପୋର୍ଟ ଧରାଇ ଦେଇ ଦିଘାକୁ କ୍ଷୟକ୍ଷତି ଆକଳନ କରିବାକୁ ଚାଲି ଯାଇଥିଲେ।

ଏହାକୁ ନେଇ ବିବାଦ ଦେଖାଯାଇଥିଲା। ଶେଷରେ କେନ୍ଦ୍ର ସରକାର ଅଲପନଙ୍କୁ ଦିଲ୍ଲୀ ଡକାଇବା ସହ ୩୧ ତାରିଖ ଦିନ ୧୦ଟା ସୁଦ୍ଧାଜବାବ ଦାଖଲ କରିବାକୁ କହିଥିଲେ। ହେଲେ ଅଲପନ କିଛି ବି ପ୍ରତିକ୍ରିୟା ଦେଇ ନଥିଲେ।

ଆଜି ମମତା ବାନାର୍ଜୀ ତାଙ୍କ ବଦଳି ଉପରେ ରୋକ ଲଗାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଏସବୁ ବାଦବିବାଦ ମଧ୍ୟରେ ଅଲପନ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଛନ୍ତି। ଅବସର ନେବା ପରେ ସେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos