Advertisment

ଦହନ ବେଳେ ଅକ୍ଷତ ରହିଲା ରାବଣର ୧୦ଟି ଯାକ ମୁଣ୍ଡ, କ୍ଲର୍କଙ୍କୁ ମିଳିଲା ଦଣ୍ଡ

ଧମତାରୀ(ଛତିଶଗଡ଼): ଦଶହରା ପାଇଁ ଆୟୋଜିତ ରାବଣ ପୋଡ଼ି ବେଳେ ଘଟିଥିବା ରୋଚକ ଘଟଣା ସାମ୍ନାକୁ ଆସିଛି। ଛତିଶଗଡ଼ର ଧମତାରୀରେ ବିଜୟାଦଶମୀରେ ରାବଣ ପୋଡ଼ି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କିନ୍ତୁ ରାବଣର କୁଶପୂତ୍ତଳିକା ନିଆଁରେ ପୋଡ଼ି ହୋଇ ପାଉଁଶ ହୋଇଯାଇଥିବା ବେଳେ ୧୦ଟି ଯାକ ମୁଣ୍ଡ ଅକ୍ଷତ ରହିଛି। ଏହାକୁ ନେଇ ତୀବ୍ର ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଥିପାଇଁ ଧମତାରୀ ପୌର ପାଳିକା ପକ୍ଷରୁ ଜଣେ କ୍ଲର୍କଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ କରାଯାଇଛି। ସେହିପରି ଆଉ […]

author-image
Hemant Lenka
ଦହନ ବେଳେ ଅକ୍ଷତ ରହିଲା ରାବଣର ୧୦ଟି ଯାକ ମୁଣ୍ଡ, କ୍ଲର୍କଙ୍କୁ ମିଳିଲା ଦଣ୍ଡ

ravan

ଧମତାରୀ(ଛତିଶଗଡ଼): ଦଶହରା ପାଇଁ ଆୟୋଜିତ ରାବଣ ପୋଡ଼ି ବେଳେ ଘଟିଥିବା ରୋଚକ ଘଟଣା ସାମ୍ନାକୁ ଆସିଛି। ଛତିଶଗଡ଼ର ଧମତାରୀରେ ବିଜୟାଦଶମୀରେ ରାବଣ ପୋଡ଼ି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କିନ୍ତୁ ରାବଣର କୁଶପୂତ୍ତଳିକା ନିଆଁରେ ପୋଡ଼ି ହୋଇ ପାଉଁଶ ହୋଇଯାଇଥିବା ବେଳେ ୧୦ଟି ଯାକ ମୁଣ୍ଡ ଅକ୍ଷତ ରହିଛି।

Advertisment

ଏହାକୁ ନେଇ ତୀବ୍ର ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଥିପାଇଁ ଧମତାରୀ ପୌର ପାଳିକା ପକ୍ଷରୁ ଜଣେ କ୍ଲର୍କଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ କରାଯାଇଛି। ସେହିପରି ଆଉ ୪ ଜଣ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ପଠାଯାଇଛି।

ଅକ୍ଟୋବର ୫ ତାରିଖରେ ଧମତାରୀର ରାମଲୀଲା ମୈଦାନରେ ରାବଣ ପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାବଣର କୁଶପୂତ୍ତଳିକା ତିଆରି କରାଯାଇ ଏଥିରେ ୧୦ଟି ମୁଣ୍ଡ ମଧ୍ୟ ଖଞ୍ଜା ଯାଇଥିଲା। ପରମ୍ପରା ଅନୁସାରେ ଏଥିରେ ନିଆଁ ବି ଲଗାଯାଇଥିଲା। କିନ୍ତୁ ରାବଣର ପୂରା ଶରୀରର ପୋଡ଼ି ପାଉଁଶ ହୋଇଯାଇଥିଲେ ମଧ୍ୟ ୧୦ଟି ଯାକ ମୁଣ୍ଡରେ ନିଆଁ ଆଦୌ ଧରି ନଥିଲା। ଏଗୁଡ଼ିକ ଅକ୍ଷତ ରହିଥିବାର ଫଟୋ ମଧ୍ୟ ସାମ୍ନାକୁ ଆସିଛି।

Advertisment

ଧମତାରୀରେ ରାବଣର କୁଶପୂତ୍ତଳିକା ଓ ରାବଣ ପୋଡ଼ି କାର୍ଯ୍ୟକ୍ରମକୁ ପୌରପାଳିକା ପକ୍ଷରୁ ହିଁ ଆୟୋଜନ କରାଯାଇଥିଲା। ତେଣୁ ରାବଣର ମୁଣ୍ଡ ଅକ୍ଷତ ରହିବାରୁ ଦଶହରା ପରେ ଧମତାରୀ ମ୍ୟୁନିସିପାଲ କର୍ପୋରେସନ(ଡିଏମସି) କ୍ଲର୍କ ରାଜେନ୍ଦ୍ର ଯାଦବଙ୍କୁ ପ୍ରସ୍ତୁତିରେ ଅବହେଳା ପାଇଁ କାର୍ଯ୍ୟରୁ ନିଲମ୍ବିତ କରିଛି। ସେ କାର୍ଯ୍ୟରେ ଅବହେଳା କରିଥିବାରୁ ସର୍ବସାଧାରଣରେ ଡିଏମସିକୁ ଅପମାନିତ ଓ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ତେଣୁ ଆସିସଷ୍ଟାଣ୍ଟ ଗ୍ରେଡ-୩ କର୍ମଚାରୀ ଶ୍ରୀ ଯାଦବଙ୍କୁ କାର୍ଯ୍ୟରୁ ନିଲମ୍ବିତ କରଯାଉଥିବା ଗୋଟିଏ ବିଜ୍ଞପ୍ତି ପ୍ରକାଶ ପାଇଛି।

ଶ୍ରୀ ଯାଦବଙ୍କୁ ନିଲମ୍ବିତ କରାଯାଇଥିବାରୁ ସମର୍ଥ ରଣସିଂହଙ୍କୁ ତାଙ୍କ ସ୍ଥାନରେ ଦାୟିତ୍ୱ ଦିଆଯାଇଥିବା ଏକ୍ସ୍ୟୁକେଟିଭ ଇଞ୍ଜିନିୟର ରାଜେଶ ପି ସୂଚନା ଦେଇଛନ୍ତି। ଯାଦବଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଆସିସଷ୍ଟାଣ୍ଟ ଇଞ୍ଜିନିୟର ବିଜୟ ମେହେର, ସବ ଇଞ୍ଜନିୟର୍ସ ଲୋମାସ ଦେୱାଙ୍ଗନ, କମଲେଶ ଠାକୁର ଓ କାମତ ନଗେନ୍ଦ୍ରଙ୍କୁ ଡିଏମସି ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଠିକ୍‌ ଭାବେ ରାବଣର କୁଶପୂତ୍ତଳିକା ତିଆରି କରାଯାଇ ନଥିବାରୁ ୧୦ଟି ଯାକ ମୁଣ୍ଡରେ ନିଆଁ ଲାଗିଲା ନାହିଁ ବୋଲି ଆଶଙ୍କା କରାଯାଉଛି।