Advertisment

ଉଦ୍ଧାର ହେଲେ ୟୁକ୍ରେନର ସୁମୀରେ ଫସିଥିବା ସବୁ ଭାରତୀୟ

ନୂଆଦିଲ୍ଲୀ: ଯୁଦ୍ଧତ୍ରସ୍ତ ୟୁକ୍ରେନର ସୁମୀରେ ଫସିଥିବା ଭାରତୀୟମାନେ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି। ରୁଷ ଆଜି ସୁମୀରେ ଯୁଦ୍ଧ ବିରତି ଲାଗୁ କରିବାପରେ ସେଠାରେ ଫସିଥିବା ଅନ୍ୟ ଲୋକମାନଙ୍କ ସହ ଭାରତୀୟମାନେ ମଧ୍ୟ ସୁରକ୍ଷିତ ସ୍ଥାନକୁ ଯିବା ଆରମ୍ଭ କରିଥିଲେ। ଇତି ମଧ୍ୟରେ ସୁମୀରେ ଥିବା ସମସ୍ତ ୬୯୪ ଜଣ ଭାରତୀୟ ପୋଲଟାଭା ଅଭିମୁଖେ ବସ୍‌ ଯୋଗେ ବେଶ ସୁରକ୍ଷିତ ଭାବେ ଯାତ୍ରା ଆରମ୍ଭ କରିଛନ୍ତି। ସେମାନେ ପୋଲଟାଭାରୁ ଟ୍ରେନ ଯୋଗେ ପଶ୍ଚିମ ୟୁକ୍ରେନକୁ ଆସିବେ। ସେଠାରୁ ସ୍ୱତନ୍ତ୍ର […]

ଉଦ୍ଧାର ହେଲେ ୟୁକ୍ରେନର ସୁମୀରେ ଫସିଥିବା ସବୁ ଭାରତୀୟ

India

Advertisment

ନୂଆଦିଲ୍ଲୀ: ଯୁଦ୍ଧତ୍ରସ୍ତ ୟୁକ୍ରେନର ସୁମୀରେ ଫସିଥିବା ଭାରତୀୟମାନେ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି। ରୁଷ ଆଜି ସୁମୀରେ ଯୁଦ୍ଧ ବିରତି ଲାଗୁ କରିବାପରେ ସେଠାରେ ଫସିଥିବା ଅନ୍ୟ ଲୋକମାନଙ୍କ ସହ ଭାରତୀୟମାନେ ମଧ୍ୟ ସୁରକ୍ଷିତ ସ୍ଥାନକୁ ଯିବା ଆରମ୍ଭ କରିଥିଲେ।

Advertisment

ଇତି ମଧ୍ୟରେ ସୁମୀରେ ଥିବା ସମସ୍ତ ୬୯୪ ଜଣ ଭାରତୀୟ ପୋଲଟାଭା ଅଭିମୁଖେ ବସ୍‌ ଯୋଗେ ବେଶ ସୁରକ୍ଷିତ ଭାବେ ଯାତ୍ରା ଆରମ୍ଭ କରିଛନ୍ତି। ସେମାନେ ପୋଲଟାଭାରୁ ଟ୍ରେନ ଯୋଗେ ପଶ୍ଚିମ ୟୁକ୍ରେନକୁ ଆସିବେ। ସେଠାରୁ ସ୍ୱତନ୍ତ୍ର ବିମାନ ଯୋଗେ ସମସ୍ତଙ୍କୁ ଭାରତ ଅଣାଯିବ ବୋଲି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ଗତ ରାତିରେ ମୁଁ କଣ୍ଟ୍ରୋଲ ରୁମ ସହ ଯୋଗାଯୋଗ କରିଥିଲି। ଏହି ସମୟରେ ୬୯୪ ଜଣ ଭାରତୀୟ ଶିକ୍ଷାର୍ଥୀ ସୁମୀରେ ରହିଥିବା ଜଣାପଡ଼ିଥିଲା। କିନ୍ତୁ ଆଜି ସମସ୍ତେ ବସ ଯୋଗେ ପୋଲଟାଭା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।”

Advertisment

ସୁମୀ ବିଶ୍ୱବିଦ୍ୟାଳୟର ଜଣେ ମେଡିକାଲ ଛାତ୍ର ନିଜ ନାଁ ଗୋପନ ରଖି ବସ୍‌ ଯୋଗେ ସେମାନେ ପୋଲଟାଭା ଅଭିମୁଖେ ଯାତ୍ରା କରୁଥିବା ନିଶ୍ଚିତ କରିଛନ୍ତି। ସେ କହିଛନ୍ତି, “ଆଜି ବସ୍‌ ଯୋଗେ ଆମେ ପୋଲଟାଭା ଯାଉଥିବା ଆମକୁ ସୂଚନା ଦିଆଯାଇଛି। ଏବେ ଆମେ ସୁରକ୍ଷିତ ଭାବେ କେମିତି ପୋଲଟାଭାରେ ପହଞ୍ଚିବୁ, ସେନେଇ ପ୍ରାର୍ଥନା କରୁଛୁ। ସେଠାରେ ପହଞ୍ଚିବା ପରେ ଆମେ ଆଶ୍ୱସ୍ତ ହେବୁ।”


ପୋଲଟାଭାକୁ ରୁଷ ଓ ୟୁକ୍ରେନ ମିଳିତ ଭାବେ ଗୋଟିଏ ଗ୍ରୀନ କରିଡର କରିଛନ୍ତି। ଏହି ପ୍ରକ୍ରିୟାରେ ଆଜି ସୁମୀ ଓ ଇରପିନରେ ରହୁଥିବା ସାଧାରଣ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ଭାରତୀୟମାନେ ମଧ୍ୟ ଏହି ରାସ୍ତାରେ ପୋଲଟାଭା ଯାଉଛନ୍ତି। ୟୁକ୍ରେନ ବୈଦେଶିକ ମନ୍ତ୍ରଣାଳୟ ସୁମୀରୁ ବସ୍‌ ଯୋଗେ ସାଧାରଣ ଲୋକଙ୍କୁ ସ୍ଥାନାନ୍ତର କରାଯିବା ବେଳର ଭିଡିଓ ପୋଷ୍ଟ କରିଛି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe