river-5
ଲକ୍ଷ୍ନୌ: ଟ୍ରାକ୍ଟର ବୁଡ଼ିର ଦିନକ ପରେ ଉଦ୍ଧାର ହେଲା ୮ ଜଣକ ମୃତଦେହ। ଏହି ମୃତ ଦେହ କୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଚାଷୀଙ୍କୁ ନେଇ ଯାଉଥିବା ବେଳେ ନଦୀକୁ ଖସିପଡ଼ିଥିଲା ଟ୍ରାକ୍ଟର। ଟ୍ରାକ୍ଟରଟିରେ ୨୨ ଜଣ ଚାଷୀ ଥିବା ବେଳେ ସେଥିରୁ ୧୪ ଜଣ ପହଁରି ଜୀବନ ରକ୍ଷା କରିପାରିଛନ୍ତି। ଗତକାଲି ସକାଳେ ଉତ୍ତରପ୍ରଦେଶର ହାରଦୋଇ ଜିଲ୍ଲାର ଏହି ଅଘଟଣ ଘଟିଥିଲା। ତେବେ ଘଟଣା ଘଟିବାର ୧୫ ଘଣ୍ଟା ପରେ ୮ ଜଣଙ୍କକ ମୃତ ଦେହ ଉଦ୍ଧାର କରାଯାଇଛି ।
ଉଦ୍ଧାର କାର୍ଯ୍ୟ ସରିବା ପରେ ଅପରେଶନ ବନ୍ଦ ରହିଛି। ମୃତକଙ୍କ ପରିବାର ପ୍ରତି ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପ୍ରଶାସନ ଘୋଷଣା କରିଛି। ଏହି ଚାଷୀମାନେ ନିକଟସ୍ଥ ମଣ୍ଡିରେ କାକୁଡ଼ି ବିକ୍ରି କରି ଫେରୁଥିଲେ। ତେବେ ପାଲି ଏରିଆରେ ଗରାର ନଦୀର ପୋଲ ରେଲିଂରେ ଟ୍ରାକ୍ଟରଟି ପିଟି ହୋଇ ନଦୀକୁ ଖସିପଡ଼ିଥିଲା । ଜିଲ୍ଲାର ବେଗଜପୁର ଗାଁର ଲୋକମାନେ ପାଲି ସହରକୁ ସେମାନଙ୍କର ଅମଳ ବିକ୍ରି କରିବାକୁ ଯାଇଥିଲେ। ତେବେ ଫେରିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/08/river-5-1.jpg)