Advertisment

କ୍ରାଶ ହୋଇଥିବା Mi-17V5 ହେଲିକପ୍ଟର ବିଷୟରେ କିଛି ଅଜଣା ତଥ୍ୟ

ନୂଆଦିଲ୍ଲୀ: ତିନି ସେନାର ମୁଖ୍ୟ (ସିଡିଏସ୍‌) ଜେନେରାଲ ବିପିନ ରାୱତ, ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ୧୪ ଜଣଙ୍କୁ ନେଇ ଯାଉଥିବା ଗୋଟିଏ ହେଲିକପ୍ଟର ତାମିଲନାଡୁ କନ୍ନୁର ଅନ୍ତର୍ଗତ ଓଟ୍ଟୀରେ କ୍ରାଶ କରିଯାଇଛି। ଦୁର୍ଘଟଣାଗ୍ରସ୍ତ Mi-17V5 ବାୟୁସେନାର ସବୁଠାରୁ ଅତ୍ୟାଧୁନିକ ଓ ସୁରକ୍ଷିତ ହେଲିକପ୍ଟରଗୁଡ଼ିକ ମଧ୍ୟରେ ଅନ୍ୟତମ। ୨୦୧୨ ମସିହା ଫେବୃଆରୀ ୧୭ ପରଠାରୁ ଏହା ବାୟୁସେନାରେ ସେବା ଯୋଗାଇ ଆସୁଛି। ରୁଷ ଦ୍ୱାରା ନିର୍ମିତ ଏହି ହେଲିକପ୍ଟର କେବେ ବି ଆଜି ଯାଏ ଦୁର୍ଘଟଣାଗ୍ରସ୍ତ ହୋଇ […]

author-image
Hemant Lenka
ଅଦ୍ୟତନ ହୋଇଛି
କ୍ରାଶ ହୋଇଥିବା Mi-17V5 ହେଲିକପ୍ଟର ବିଷୟରେ କିଛି ଅଜଣା ତଥ୍ୟ

IAF

ନୂଆଦିଲ୍ଲୀ: ତିନି ସେନାର ମୁଖ୍ୟ (ସିଡିଏସ୍‌) ଜେନେରାଲ ବିପିନ ରାୱତ, ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ୧୪ ଜଣଙ୍କୁ ନେଇ ଯାଉଥିବା ଗୋଟିଏ ହେଲିକପ୍ଟର ତାମିଲନାଡୁ କନ୍ନୁର ଅନ୍ତର୍ଗତ ଓଟ୍ଟୀରେ କ୍ରାଶ କରିଯାଇଛି। ଦୁର୍ଘଟଣାଗ୍ରସ୍ତ Mi-17V5 ବାୟୁସେନାର ସବୁଠାରୁ ଅତ୍ୟାଧୁନିକ ଓ ସୁରକ୍ଷିତ ହେଲିକପ୍ଟରଗୁଡ଼ିକ ମଧ୍ୟରେ ଅନ୍ୟତମ।

Advertisment

୨୦୧୨ ମସିହା ଫେବୃଆରୀ ୧୭ ପରଠାରୁ ଏହା ବାୟୁସେନାରେ ସେବା ଯୋଗାଇ ଆସୁଛି। ରୁଷ ଦ୍ୱାରା ନିର୍ମିତ ଏହି ହେଲିକପ୍ଟର କେବେ ବି ଆଜି ଯାଏ ଦୁର୍ଘଟଣାଗ୍ରସ୍ତ ହୋଇ ନଥିଲା। ୨୦୧୯ ଭାରତର ଏୟାରଷ୍ଟ୍ରାଇକ ପରେ Mi ସିରିଜ୍‌ର ଏହି ହେଲିକପ୍ଟର କେବଳ ମିସାଇଲ ମାଡ଼ରେ ଖସି ପଡ଼ିଥିଲା।

ଏହାକୁ ଛାଡ଼ି ଦେଲେ ଏହି ହେଲିକପ୍ଟରରେ କେବେ ହେଲେ ଅଘଟଣ ଘଟି ନଥିଲା। କିନ୍ତୁ ଆଜି ସିଡିଏସ୍‌ଙ୍କୁ ନେଇ କୋଏମ୍ବାଟୁରର ୱେଲିଂଟନ ଏୟାରବେସ୍‌କୁ ଯାଉଥିବା ବେଳେ ଏହା କ୍ରାଶ ହୋଇଛି। ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ସିଡିଏସ ରାୱତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନି।

Advertisment

Mi-17V5 ର ବିଶେଷତ୍ୱ କ’ଣ

୧- Mi-17V5 ହେଉଛି ଗୋଟିଏ ଅତ୍ୟାଧୁନିକ ପରିବହନ ହେଲିକପ୍ଟର।

୨-ଏଥିରେ ଲୋକ, କାର୍ଗୋ ଓ ସାମଗ୍ରୀ ପରିବହନ କରାଯାଇ ପାରିବ। ଏଥିରେ ସ୍ୱତନ୍ତ୍ର କାର୍ଗୋ କ୍ୟାବିନ ମଧ୍ୟ ରହିଛି। ଏହି ହେଲିକପ୍ଟର ଦ୍ୱାରା ଟାଟିକାଲ ଏୟାର ଆସଲ୍ଟ ଫୋର୍ସଙ୍କୁ ଡ୍ରପ୍‌ ମଧ୍ୟ କରାଯାଇ ପାରିବ।

୩- Mi-17V5 ହେଲିକପ୍ଟରର ସ୍ୱତନ୍ତ୍ରତା ହେଲା, ଏହା ସ୍ଥାନୀୟ ପାଣିପାଗ ଅନୁସାରେ କାର୍ଯ୍ୟ କରିବାର କ୍ଷମତା ରଖିଛି। ପାଗ ଯେତେ ଖରାପ ହେଲେ ମଧ୍ୟ ଏହାଦ୍ୱାରା ବାୟୁସେନା ଅପରେସନ କରିପାରିବ। ଦିନ ଓ ରାତିରେ Mi-17V5 ହେଲିକପ୍ଟର ଉଡ଼ାଣ କରିବାକୁ ସକ୍ଷମ।

୪-ଭାରତୀୟ ବାୟୁସେନା Mi-17V5 ହେଲିକପ୍ଟରକୁ କେବଳ ପରିବହନ କାମରେ ନିୟୋଜିତ କରି ନଥିଲା। ସେନା ଯବାନମାନଙ୍କୁ ବିଭିନ୍ନ ଅପରେସନ ବେଳେ ଉଚ୍ଚ ସ୍ଥାନରେ ଡ୍ରପ କରିବା ସହ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ସାମିଲ ହେଉଥିଲା। ସୁଲୁର ଏୟାରବେସ୍‌ରୁ ହିଁ ଏହି ହେଲିକପ୍ଟର ଗୁଡ଼ିକ ଅପରେଟ କରିଥାଏ।

୫- ସୋଭିଏତ ଡିଜାଇନ ଏହି ରୁଷ ହେଲିକପ୍ଟରଟି ଅନ୍ଧାର ରାତିରେ ଯେକୌଣସି ସ୍ଥାନରେ ଲ୍ୟାଣ୍ଡ କରିବାକୁ ସକ୍ଷମ।

୬-ଏଥିରେ ସର୍ବାଧିକ ୧୩ ହଜାର କେଜି ଓଜନର ସାମଗ୍ରୀ ପରିବହନ କରାଯାଇ ପାରିବ। ସେହିପରି ଘଣ୍ଟାପ୍ରତି ଏହା ସର୍ବାଧିକ ୨୫୦ କିମି ବେଗରେ ଉଡ଼ାଣ କରିପାରିବ।

୭- ଭାରତ ଏମଆଇ୧୭ ହେଲିକପ୍ଟର ରୁଷ ଠାରୁ ଆଣିଛି।

An Indian Air Force helicopter with Chief of Defence Staff General Bipin Rawat on board crashed in Tamil Nadu's Coonoor on Wednesday.
୮- Mi-17V5 ହେଲିକପ୍ଟରକୁ ପ୍ରଧାନମନ୍ତ୍ରୀଙ୍କ ସମେତ ସମସ୍ତ ବିଶିଷ୍ଟ ବ୍ୟକ୍ତିଙ୍କ ଯିବା ଆସିବା କାମ ପାଇଁ ବ୍ୟବହାର କରାଯାଇ ଥାଏ।

୯-ପ୍ରତିଟି Mi-17V5 ହେଲିକପ୍ଟର୍‌ରେ କମ୍ପ୍ଲେକ୍ସ ନାଭିଗେସନ ଓ ଇଲେକଟ୍ରୋନିକ ଡିସପ୍ଲେ କେଏନଇଆଇ-୮ ରହିଛି।