Advertisment

ହିଜାବ ବିବାଦ: ୧୬ରୁ ସବୁ କଲେଜ ଖୋଲିବାକୁ ନିର୍ଦ୍ଦେଶ

ବେଙ୍ଗାଲୁରୁ: କର୍ଣ୍ଣାଟକାରେ ହିଜାବ ବିବାଦ ଯୋଗୁ ବନ୍ଦ ଥିବା କଲେଜ ଗୁଡ଼ିକ ପୁଣି ଖୋଲିବ। ‌ଆସନ୍ତା ୧୬ ତାରିଖରୁ ରାଜ୍ୟରେ ଥିବା ସମସ୍ତ ପ୍ରି-ୟୁନିଭର୍ସିଟି କଲେଜ ଓ ଡିଗ୍ରୀ କଲେଜ ଖୋଲିବାକୁ ଆଜି ରାଜ୍ୟ ଶିକ୍ଷାମନ୍ତ୍ରୀ ବିସି ନାଗେଶ ନିର୍ଦ୍ଦେଶ ଦେଇଛନ୍ତି। କଲେଜରେ ମୁସଲିମ ଛାତ୍ରୀମାନେ ହିଜାବ ପିନ୍ଧି କ୍ଲାସ କରୁଥିବାରୁ ବିବାଦ ଦେଖାଯାଇଥିଲା। ଘଟଣାକୁ ବିରୋଧ କରି ପ୍ରବଳ ବିକ୍ଷୋଭ ଦେଖିବାକୁ ମିଳିଥିଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ସମସ୍ତ କଲେଜଗୁଡ଼ିକୁ ବନ୍ଦ ଘୋଷଣା […]

ଅଦ୍ୟତନ ହୋଇଛି
ହିଜାବ ବିବାଦ: ୧୬ରୁ ସବୁ କଲେଜ ଖୋଲିବାକୁ ନିର୍ଦ୍ଦେଶ

Hijab

Advertisment

ବେଙ୍ଗାଲୁରୁ: କର୍ଣ୍ଣାଟକାରେ ହିଜାବ ବିବାଦ ଯୋଗୁ ବନ୍ଦ ଥିବା କଲେଜ ଗୁଡ଼ିକ ପୁଣି ଖୋଲିବ। ‌ଆସନ୍ତା ୧୬ ତାରିଖରୁ ରାଜ୍ୟରେ ଥିବା ସମସ୍ତ ପ୍ରି-ୟୁନିଭର୍ସିଟି କଲେଜ ଓ ଡିଗ୍ରୀ କଲେଜ ଖୋଲିବାକୁ ଆଜି ରାଜ୍ୟ ଶିକ୍ଷାମନ୍ତ୍ରୀ ବିସି ନାଗେଶ ନିର୍ଦ୍ଦେଶ ଦେଇଛନ୍ତି। କଲେଜରେ ମୁସଲିମ ଛାତ୍ରୀମାନେ ହିଜାବ ପିନ୍ଧି କ୍ଲାସ କରୁଥିବାରୁ ବିବାଦ ଦେଖାଯାଇଥିଲା। ଘଟଣାକୁ ବିରୋଧ କରି ପ୍ରବଳ ବିକ୍ଷୋଭ ଦେଖିବାକୁ ମିଳିଥିଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ସମସ୍ତ କଲେଜଗୁଡ଼ିକୁ ବନ୍ଦ ଘୋଷଣା କରାଯାଇଥିଲା।

Advertisment

ଗୋଟିଏ ପଟେ ହିଜାବ ବିବାଦକୁ ନେଇ କୋର୍ଟରେ ଶୁଣାଣି ଚାଲିଥିବା ବେଳେ ଅନ୍ୟପଟେ କଲେଜଗୁଡ଼ିକ ଖୋଲିବାକୁ ସରକାର ଆଜି କହିଛନ୍ତି। ମନ୍ତ୍ରୀ ନାଗେଶ ଆଜି କହିଛନ୍ତି, “ମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀ ଓ ଶିକ୍ଷା ବିଭାଗର ଅଧିକାରୀଙ୍କୁ ନେଇ ଚାଲିଥିବା ବୈଠକ ବେଳେ କଲେଜଗୁଡ଼ିକ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। କଲେଜ ଖୋଲିବା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ କଲେଜ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।”

ଏହାପୂର୍ବରୁ ସରକାର ଫେବୃଆରୀ ୧୪ ଆର୍ଥାତ ସୋମବାର ଠାରୁ ୧୦ମ ଶ୍ରେଣୀ ଯାଏ ସ୍କୁଲ ଖୋଲିବ ବୋଲି ନିର୍ଦ୍ଦେଶ ଦେଇଥିଲେ। ଆଜି ସ୍କୁଲ ଖୋଲିବା ମାତ୍ରେ କିଛି ଛାତ୍ରୀ ହିଜାବ ପିନ୍ଧି ଆସିଥିଲେ। କିନ୍ତୁ ସ୍କୁଲ କର୍ତ୍ତୃପକ୍ଷ ସେମାନଙ୍କୁ ଏହାକୁ କାଢ଼ିବା ପାଇଁ କହିଥିଲେ। ହିଜାବ କାଢ଼ୁଥିବା ପିଲାମାନଙ୍କୁ ସ୍କୁଲରେ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିଲା।

Advertisment

ଅନ୍ୟପକ୍ଷରେ କୋର୍ଟ ହିଜାବ ବିବାଦକୁ ନେଇ ଆଗତ ଆବେଦର ଶୁଣାଣି ଜାରି ରଖିଛନ୍ତି। ପ୍ରଥମ ଦିନ ଶୁଣାଣି ବେଳେ କୋର୍ଟ ସ୍କୁଲଗୁଡ଼ିକୁ କୌଣସି ଧାର୍ମିକ ସଙ୍କେତ ବହନ କରୁଥିବା ପୋଷାକ ପିନ୍ଧି ନ ଆସିବାକୁ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶକୁ ଆଜି ସ୍କୁଲ କର୍ତ୍ତୃପକ୍ଷ ପାଳନ କରିଛନ୍ତି। ଧାର୍ମିକ ସଙ୍କେତ ଧାରଣ କରିଥିବା ପୋଷାକ ପିନ୍ଧିଥିବା ପିଲାମାନଙ୍କୁ ସେମାନେ ସ୍କୁଲରେ ପ୍ରବେଶ ପାଇଁ ଅନୁମତି ଦେଇ ନଥିଲେ।

Hijab Controversy Karnataka
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe