Advertisment

ସବୁ ଇଲେକ୍ଟ୍ରିକ ସ୍କୁଟି ଜଳିବା ଘଟଣାରେ ତଦନ୍ତ ହେବ: ସଚିବ

ନୂଆଦିଲ୍ଲୀ: ତୈଳ ଦର ବୃଦ୍ଧି ପାଇଚାଲିଥିବା ପରିପ୍ରେକ୍ଷୀରେ ଇଲେକ୍ଟ୍ରିକ ଗାଡ଼ିଗୁଡ଼ିକର ଚାହିଦା ବଢିଚାଲିଛି । ତେବେ ଇଲେକ୍ଟ୍ରିକ ଗାଡ଼ିଗୁଡ଼ିକରେ ନିଆଁ ଲାଗିଯାଉଥିବାରୁ ସେଗୁଡ଼ିକର ସୁରକ୍ଷା ନେଇ ଚିନ୍ତା ସୃଷ୍ଟି ହୋଇଛି । ନିକଟରେ ଏକାଧିକ ଇଲେକଟ୍ରିକ୍‌ ସ୍କୁଟରରେ ନିଆଁ ଲାଗିବା ଭଳି ବାରମ୍ବାର ଘଟଣାମାନ ସାମ୍ନାକୁ ଆସିବା ପରେ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରାକାଶ ପାଇଥିବା ବେଳେ କେନ୍ଦ୍ର ସରକାର ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି।  କେନ୍ଦ୍ର ପରିବହନ ଓ ରାଜମାର୍ଗ ସଚିବ ଗିରିଧର ଅରମାନେ […]

ଅଦ୍ୟତନ ହୋଇଛି
ସବୁ ଇଲେକ୍ଟ୍ରିକ ସ୍କୁଟି ଜଳିବା ଘଟଣାରେ ତଦନ୍ତ ହେବ: ସଚିବ

iop

Advertisment

ନୂଆଦିଲ୍ଲୀ: ତୈଳ ଦର ବୃଦ୍ଧି ପାଇଚାଲିଥିବା ପରିପ୍ରେକ୍ଷୀରେ ଇଲେକ୍ଟ୍ରିକ ଗାଡ଼ିଗୁଡ଼ିକର ଚାହିଦା ବଢିଚାଲିଛି । ତେବେ ଇଲେକ୍ଟ୍ରିକ ଗାଡ଼ିଗୁଡ଼ିକରେ ନିଆଁ ଲାଗିଯାଉଥିବାରୁ ସେଗୁଡ଼ିକର ସୁରକ୍ଷା ନେଇ ଚିନ୍ତା ସୃଷ୍ଟି ହୋଇଛି । ନିକଟରେ ଏକାଧିକ ଇଲେକଟ୍ରିକ୍‌ ସ୍କୁଟରରେ ନିଆଁ ଲାଗିବା ଭଳି ବାରମ୍ବାର ଘଟଣାମାନ ସାମ୍ନାକୁ ଆସିବା ପରେ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରାକାଶ ପାଇଥିବା ବେଳେ କେନ୍ଦ୍ର ସରକାର ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି।  କେନ୍ଦ୍ର ପରିବହନ ଓ ରାଜମାର୍ଗ ସଚିବ ଗିରିଧର ଅରମାନେ କହିଛନ୍ତି, ପ୍ରତ୍ୟେକ ଇଲେକଟ୍ରିକ୍‌ ସ୍କୁଟରରେ ଜଳିବା ପଛରେ ତଦନ୍ତ ହେବ। ବ୍ୟାଟେରୀ ଚାଳିତ ଗାଡିଗୁଡିକରେ ଦେଖା ଦେଉଥିବା ସମସ୍ୟା ଏବଂ ଦୁର୍ଘଟଣା ଯୋଗୁଁ ହେଉଥିବା ଧନଜୀବନ କ୍ଷତିକୁ ନେଇ ତଦନ୍ତ ହେବ । ପ୍ରତିଟି ଘଟଣାର ଟିକନିକ୍‌ ଯାଞ୍ଚ କରାଯିବ । ଏହା ସହିତ ଦେଶରେ ଇଭି ଉଦ୍ୟୋଗକୁ  ଆଗାମୀ ଦିନରେ  ଅଧିକ ସଶକ୍ତ ହେବ ବୋଲି ସେ କହିଛନ୍ତି।

Advertisment

ଗିରିଧର କହିଛନ୍ତି ଯେ, ପ୍ରତ୍ୟେକ ଗାଡ଼ି ନିଆଁ ଲାଗିବାର କାରଣ ସମ୍ପର୍କରେ ତଦନ୍ତ ହେବ।  ସମସ୍ତ ଘଟଣାକୁ  ଅନୁଧ୍ୟାନ କରିବା ପରେ ବ୍ୟାଟେରି ନିର୍ମିତ କମ୍ପାନୀକୁ ସ୍ପଷ୍ଟୀକରଣ ମଗାଯିବ। ସେ ଆହୁରି ମଧ୍ୟ କହିଛନ୍ତି, ଗାଡି ଉତ୍ପାଦନକାରୀ କମ୍ପାନୀଗୁଡିକ ସୁରକ୍ଷା ପ୍ରୋଟୋକୋଲ୍, ଗୁଣବତ୍ତା ନିୟନ୍ତ୍ରଣ ଏବଂ ଗୁଣବତ୍ତା ନିଶ୍ଚିତ କରିବା ଦିଗରେ ଅଧିକ ଗୁରୁତ୍ୱ ଦିଆଯିବା ଏକ ଏକ୍ସପର୍ଟ ପ୍ୟାନେଲ୍‌ ଯାହାକି ବ୍ୟାଟେରୀ ଚାଳିତ ଗାଡିଗୁଡିକରେ ଘଟୁଥିବା ଦୁର୍ଘଟଣାର ତଦନ୍ତ କରୁଥିଲା । ସେହି ପ୍ୟାନେଲ ବର୍ତ୍ତମାନ ସୁଦ୍ଧା କୌଣସି ରିପୋର୍ଟ ଦେଇନାହିଁ ।

ଇଲେକଟ୍ରିକ୍‌ ସ୍କୁଟରଗୁଡିକର ବ୍ୟାଟେରୀ ଗୁଣବତ୍ତା ଏବଂ ଅନ୍ୟାନ୍ୟ ଦିଗକୁ ନେଇ ମଧ୍ୟ ପରୀକ୍ଷଣ କରାଯିବ। ନିକଟରେ କେନ୍ଦ୍ର ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ଏଭଳି ସମସ୍ୟାକୁ ଗୁରୁତର ସହ ନେଇଥିଲେ। । ଏଥିପାଇଁ ସେ ସିଧାସଳଖ କମ୍ପାନୀଗୁଡିକୁ ଦାୟୀ କରିବା ସହିତ ଏଭଳି ଅବହେଳା ଯୋଗୁଁ ସମ୍ପୂର୍ଣ୍ଣ ଭାବେ କମ୍ପାନୀ ହିଁ ଦାୟୀ ରହିବ ବୋଲି କହିଥିଲେ । ଏହା ସହିତ ସଂପୃକ୍ତ କମ୍ପାନୀ ଜରିମାନା ଏବଂ ମୃତାହତଙ୍କୁ କ୍ଷତିପୂରଣ ଦେବାକୁ ନେଇ ଯୋଜନା ପ୍ରସ୍ତୁତ କରାଯାଉଥିବା କହିଥିଲେ । ଗାଡ଼ି ନିର୍ମାତାମାନେ ଆଗୁଆ ପଦକ୍ଷେପ ନିଅନ୍ତୁ ବୋଲି କେନ୍ଦ୍ରର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ କହିଛନ୍ତି ।

Advertisment
Electric Vehicle
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe