Advertisment

ଭାରତରେ ରହୁଥିବା ସମସ୍ତ ଲୋକ ହିନ୍ଦୁ: ମୋହନ ଭାଗବତ

ପାଟନା: ଭାରତରେ ରହୁଥିବା ସମସ୍ତ ଲୋକ ପରିଭାଷିତ ହିନ୍ଦୁ। ଦେଶର ସାଂସ୍କୃତିକ ନୈତିକତା ହିଁ ବିବିଧତାର ବାତ୍ସା ଭରିଛି। ଏହା କହିଛନ୍ତି ଆରଏସଏସ ମୁଖ୍ୟ ମୋହନ ଭଗବତ। ଭାରତ ମାତାର ଗୁଣଗାନ କରି ଯିଏ ସଂସ୍କୃତରେ ସ୍ତୁତିଗାନ କରିବାକୁ ଚାହିଁବ ତଥା ଦେଶର ସଂସ୍କୃତିର ସଂରକ୍ଷଣ ପାଇଁ ପ୍ରତିବଦ୍ଧ ହେବା ହିଁ ଜଣେ ହିନ୍ଦୁ ବୋଲି ସେ କହିଛନ୍ତି। ବିହାରର ଆରଏସଏସ କର୍ମୀଙ୍କୁ ସମ୍ବୋଧିତ କରି ଶ୍ରୀ ଭାଗବତ କହିଛନ୍ତି ଯେ, ଯଦି ଦେଶର ସମସ୍ତ ନାଗରିକ […]

ମୋହନ ଭାଗବତଙ୍କୁ ‘ରାଷ୍ଟ୍ର ପିତା’ କହିଲେ ବରିଷ୍ଠ ମୁସଲିମ ଧର୍ମଗୁରୁ

RSS

Advertisment

ପାଟନା: ଭାରତରେ ରହୁଥିବା ସମସ୍ତ ଲୋକ ପରିଭାଷିତ ହିନ୍ଦୁ। ଦେଶର ସାଂସ୍କୃତିକ ନୈତିକତା ହିଁ ବିବିଧତାର ବାତ୍ସା ଭରିଛି। ଏହା କହିଛନ୍ତି ଆରଏସଏସ ମୁଖ୍ୟ ମୋହନ ଭଗବତ। ଭାରତ ମାତାର ଗୁଣଗାନ କରି ଯିଏ ସଂସ୍କୃତରେ ସ୍ତୁତିଗାନ କରିବାକୁ ଚାହିଁବ ତଥା ଦେଶର ସଂସ୍କୃତିର ସଂରକ୍ଷଣ ପାଇଁ ପ୍ରତିବଦ୍ଧ ହେବା ହିଁ ଜଣେ ହିନ୍ଦୁ ବୋଲି ସେ କହିଛନ୍ତି। ବିହାରର ଆରଏସଏସ କର୍ମୀଙ୍କୁ ସମ୍ବୋଧିତ କରି ଶ୍ରୀ ଭାଗବତ କହିଛନ୍ତି ଯେ, ଯଦି ଦେଶର ସମସ୍ତ ନାଗରିକ ସ୍ୱୟଂ ସେବକ ସଙ୍ଘର ମନ୍ତ୍ରରେ ଦୀଖିତ  ହୋଇ ନିଃଶ୍ୱାର୍ଥପର ଭାବେ ସେବା କରିବେ ତେବେ ସଂଘର ଆବଶ୍ୟକ ନାହିଁ।  ଲୋକମାନେ ବୁଝିବା ଉଚିତ୍‌ ଯେ, ସେମାନେ ହିନ୍ଦୁସ୍ଥାନରେ ରହୁଥିବାରୁ ସମସ୍ତେ ହିନ୍ଦୁ ଅଟନ୍ତି। ସେମାନେ ଅନ୍ୟ କିଛି ହୋଇପାରନ୍ତି।

Advertisment

କିନ୍ତୁ ହିନ୍ଦୁ ଦର୍ଶନ ଏବଂ ନୀତି ନୈତିକତାରେ ସେ ବିଚାର ଭରି ରହିଛି। ଯାହା ଅନ୍ୟ ଜଣଙ୍କୁ ସ୍ୱତନ୍ତ୍ର ପରିଚୟ ପାଇଁ ସ୍ୱୀକୃତି ପ୍ରଦାନ କରେ। ହିନ୍ଦୁତ୍ୱ ହେଉଛି ଏକ ପୁରାତନ ସଂସ୍କୃତି। ଯେଉଁଥିରେ ବିବିଧତା ଭରି ରହିଛି। ସେ କହିଛନ୍ତି ଯେ, ଏଠି ବିଭିନ୍ନ ଶାଖାମାନ ଥାଇପାରେ, ପରସ୍ପର ବିରୋଧାଭାସ ରହିପାରେ, କିନ୍ତୁ ସମସ୍ତଙ୍କ ଉତ୍ପତିର ଉତ୍ସ ହେଉଛି ଗୋଟିଏ ।  ସେ କହିଛନ୍ତି ଯେ ନିଜକୁ ଅନ୍ୟମାନଙ୍କ ମଧ୍ୟରେ ଦେଖିବା, ମହିଳାମାନଙ୍କୁ ମାତା ଭାବରେ ଦେଖିବା ଏବଂ ଲୋଭାର ବସବର୍ତ୍ତୀ ନହେବା ଏବଂ ଅନ୍ୟମାନଙ୍କର ସମ୍ପତ୍ତିକୁ ଲୋଭ ନକରିବା ଭଳି ମୂଲ୍ୟବୋଧ ହିନ୍ଦୁ ନୈତିକତାକୁ ବ୍ୟାଖ୍ୟା କରିଛି।

ହିନ୍ଦୁତ୍ୱ  ହେଉଛି ଏକ ଅନ୍ଧ ଶକ୍ତି। ଯେଉଁମାନେ ନିଜକୁ ହିନ୍ଦୁ ବୋଲି ବିଶ୍ୱାସ କରନ୍ତି ସେମାନେ ସମସ୍ତେ ହିନ୍ଦୁ । ଯେଉଁମାନଙ୍କର ପୂର୍ବପୁରୁଷମାନେ ମଧ୍ୟ ହିନ୍ଦୁ ବୋଲି ଶ୍ରୀ ଭାଗବତ କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe