Advertisment

ଲକଡାଉନ୍‌ ମୁହାଁ ରାଜଧାନୀ! ସମସ୍ତ ଘରୋଇ ଅଫିସ ବନ୍ଦ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ପାଇଁ ସ୍ଥିତି ସଙ୍ଗୀନ ହେବାକୁ ଲାଗିଲାଣି।  ଚିନ୍ତା ବଢ଼ାଇଲାଣି ଓମିକ୍ରନ୍‌ ଭାରିଏଣ୍ଟ। ପ୍ରାୟ ସବୁ ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ବଢ଼ି ଚାଲିଛି। ଦେଶରେ ରାଜଧାନୀ ଦିଲ୍ଲୀରେ କରୋନା ଓ ଓମିକ୍ରନ୍‌ ବେକାବୁ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଏବେ ରାଜଧାନୀ ଧୀରେ ଧୀରେ ଲକଡାଉନ୍‌ ମୁହାଁ ହେଲାଣି। ଆଜିଠାରୁ ଦିଲ୍ଲୀରେ କଟକଣାକୁ ଆହୁରି କଡାକଡି କରାଯାଇଛି। ଏଠାରେ ଲକଡାଉନ୍‌ ଘୋଷଣା ହୋଇନଥିଲେ ସୁଦ୍ଧା ଲକଡାଉନ୍‌ ଭଳି […]

ଅଦ୍ୟତନ ହୋଇଛି
ଲକଡାଉନ୍‌ ମୁହାଁ ରାଜଧାନୀ! ସମସ୍ତ ଘରୋଇ ଅଫିସ ବନ୍ଦ

Corona in Delhi

Advertisment

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ପାଇଁ ସ୍ଥିତି ସଙ୍ଗୀନ ହେବାକୁ ଲାଗିଲାଣି।  ଚିନ୍ତା ବଢ଼ାଇଲାଣି ଓମିକ୍ରନ୍‌ ଭାରିଏଣ୍ଟ। ପ୍ରାୟ ସବୁ ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ବଢ଼ି ଚାଲିଛି। ଦେଶରେ ରାଜଧାନୀ ଦିଲ୍ଲୀରେ କରୋନା ଓ ଓମିକ୍ରନ୍‌ ବେକାବୁ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଏବେ ରାଜଧାନୀ ଧୀରେ ଧୀରେ ଲକଡାଉନ୍‌ ମୁହାଁ ହେଲାଣି। ଆଜିଠାରୁ ଦିଲ୍ଲୀରେ କଟକଣାକୁ ଆହୁରି କଡାକଡି କରାଯାଇଛି। ଏଠାରେ ଲକଡାଉନ୍‌ ଘୋଷଣା ହୋଇନଥିଲେ ସୁଦ୍ଧା ଲକଡାଉନ୍‌ ଭଳି ସ୍ଥିତି ଉପୁଜିଛି।

Advertisment

ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟି ରଖି ଦିଲ୍ଲୀରେ ସମସ୍ତ ଘରୋଇ ଅଫିସ ବନ୍ଦ କରିବାକୁ ଘୋଷଣା କରିଛନ୍ତି କେଜ୍ରିୱାଲ ସରକାର। ରାଜଧାନୀରେ ସମସ୍ତ ବେସରକାରୀ କାର୍ଯ୍ୟାଳୟ, ରେଷ୍ଟୁରାଣ୍ଟ ଏବଂ ବାର୍‌ ବନ୍ଦ କରାଯିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଏମିତିକି ବେସରକାରୀ ଅନୁଷ୍ଠାନ ସବୁ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। କେବଳ ୱାର୍କ ଫ୍ରମ୍‌ ହୋମ୍‌ ତଥା ଘରେ ବସି କାମ କରିବେ କର୍ମଚାରୀ। ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (DDM) ଏହି ନିର୍ଦ୍ଦେଶ ଦେଇଛନ୍ତି।

All private offices in Delhi to be closed with immediate effect till further orders - NewsOnAIR -

ତେବେ ରେଷ୍ଟୁରାଣ୍ଟରୁ କେବଳ ଖାଦ୍ୟ ସାମଗ୍ରୀର ହୋମ୍‌ ଡେଲିଭରୀ କରାଯିବ। ଅଯଥାରେ ଘରୁ ବାହାରିବା ପାଇଁ ମନା ହୋଇଛି। କେବଳ ଜରୁରୀ ସେବା ସହ ଜଡିତ ପ୍ରାଇଭେଟ୍‌ ଅଫିସ ଖୋଲା ରଖିବାକୁ ଅନୁମତି ରହିଛି। ଉପରାଜ୍ୟପାଳ ଅନିଲ ବୈଜଲଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଦିଲ୍ଲୀବାସୀଙ୍କ ପାଇଁ ଏଭଳି ନିର୍ଦ୍ଦେଶ ଜାରି କରାଯାଇଛି।

Advertisment

ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ। ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଫଳରେ ରାଜଧାନୀରେ ସଙ୍କଟ ସୃଷ୍ଟି ହୋଇଛି। କୋର୍ଟ, ଟ୍ରିବ୍ୟୁନାଲ, କମିଶନ, ଆଇନଜୀବୀଙ୍କ କାର୍ଯ୍ୟାଳୟ, କୋରିଅର୍‌ ସେବା ଆଦିର ଅଫିସର ଖୋଲା ରହିପାରିବ।

ଏହି ଅଫିସର କର୍ମଚାରୀମାନେ ଆଇଡି କାର୍ଡ ଦେଖାଇ ଯାତାୟତ କରିପାରିବେ। ମେଟ୍ରୋ ଏବଂ ବସ୍‌ଗୁଡିକ ମଧ୍ୟ ସମ୍ପୂର୍ଣ୍ଣ କ୍ଷମତରେ ଚାଲି ପାରିବ। ତେବେ ଏସବୁରେ ଯାତ୍ରୀଙ୍କୁ ଠିଆ ହୋଇ ଯାତ୍ରା କରିପାରିବେ ନାହିଁ ବୋଲି ଡିଡିଏମ୍‌ଏ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।

ସୋମାବର ଦିଲ୍ଲୀରେ ୧୯,୧୬୬ କରୋନା ମାମଲା ଚିହ୍ନଟ ହୋଇଥିଲା। ଏଥିସହ କରୋନାରେ ଆକ୍ରାନ୍ତ ହୋଇ ୧୭ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ପଜିଟିଭ ମାମଲା ସାମ୍ନାକୁ ଆସିବା ପରେ ଦିଲ୍ଲୀରେ କରୋନା ସକ୍ରିୟ ସଂଖ୍ୟା ୬୫ ହଜାର ଡେଇଁଛି। ପଜିଟିଭିଟି ହାର ୨୫%ରେ ପହଞ୍ଚି ଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe