Advertisment

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: କେଉଁ ତାରିଖରେ କେତେ ଆସନରେ ପଡ଼ିବ ଭୋଟ୍

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ତାରିଖ ଶୁକ୍ରବାର ଘୋଷଣା ହୋଇଛି। ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଏହି ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗରେ ୮ ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ମେ ୨ରେ ସମସ୍ତ ପାଞ୍ଚଟି ରାଜ୍ୟର ଭୋଟ ଗଣନା ହେବ ବୋଲି ନିର୍ବାଚନ କମିଶନର କହିଛନ୍ତି। ୨୯୪ ଆସନ ବିଶିଷ୍ଟ ବିଧାନସଭାରେ ୬୮ଟି ଆସନ ଏସସି ଏବଂ ୧୬ଟି ଆସନ ଏସଟି ପାଇଁ ସଂରକ୍ଷିତ ରହିଛି। ମୁଖ୍ୟ ନିର୍ବାଚନ କମିଶନର […]

ଅଦ୍ୟତନ ହୋଇଛି
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: କେଉଁ ତାରିଖରେ କେତେ ଆସନରେ ପଡ଼ିବ ଭୋଟ୍

mamata-shah

Advertisment

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ତାରିଖ ଶୁକ୍ରବାର ଘୋଷଣା ହୋଇଛି। ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଏହି ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗରେ ୮ ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ମେ ୨ରେ ସମସ୍ତ ପାଞ୍ଚଟି ରାଜ୍ୟର ଭୋଟ ଗଣନା ହେବ ବୋଲି ନିର୍ବାଚନ କମିଶନର କହିଛନ୍ତି।

Advertisment

୨୯୪ ଆସନ ବିଶିଷ୍ଟ ବିଧାନସଭାରେ ୬୮ଟି ଆସନ ଏସସି ଏବଂ ୧୬ଟି ଆସନ ଏସଟି ପାଇଁ ସଂରକ୍ଷିତ ରହିଛି।

ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ଯେ ପଶ୍ଚିମବଙ୍ଗରେ ୨୦୧୬ ନିର୍ବାଚନରେ ​​୭୭୪୧୩ ମତଦାନ ବୁଥ ପ୍ରତିଷ୍ଠା କରାଯାଇଥିଲା। ଏଥର ୧୦୧,୯୧୬ ବୁଥରେ ମତଦାନ ହେବ। ମତଦାନ ବୁଥ ସଂଖ୍ୟା ୩୯.୬ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏଥି ସହିତ କରୋନାକୁ ଧ୍ୟାନରେ ରଖି ମତଦାନ ସମୟ ମଧ୍ୟ ଘଣ୍ଟାଏ ବୃଦ୍ଧି କରାଯାଇଛି। ସମସ୍ତ ରାଜ୍ୟର ଅନେକ ସ୍ଥାନରେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ଫୋର୍ସ ମୁତୟନ ହେବେ। ପଶ୍ଚିମବଙ୍ଗରେ ଦୁଇଜଣ ପୁଲିସ ପର୍ଯ୍ୟବେକ୍ଷକ ରହିବେ ବୋଲି ସେ କହିଛନ୍ତି।

Advertisment

ପ୍ରଥମ ପର୍ଯ୍ୟାୟ ନିର୍ବାଚନ

ମୋଟ୍ ଆସନ ୩୦

ବିଜ୍ଞପ୍ତି ଜାରି ହେବ ମାର୍ଚ୍ଚ ୨

ନାମାଙ୍କନ ତାରିଖ ଦାଖଲର ଅନ୍ତିମ ତାରିଖ ମାର୍ଚ୍ଚ ୯

ପ୍ରାର୍ଥୀପତ୍ର ଯାଞ୍ଚ ତାରିଖ ମାର୍ଚ୍ଚ ୧୦

ନାମାଙ୍କନ ପ୍ରତ୍ୟାହାରର ଅନ୍ତିମ ତାରିଖ ମାର୍ଚ୍ଚ ୧୨

ମତଦାନ ତାରିଖ ୨୭

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ

ମୋଟ୍ ଆସନ ୩୦

ବିଜ୍ଞପ୍ତି ତାରିଖ ମାର୍ଚ୍ଚ ୫

ନାମାଙ୍କନ ଦାଖଲର ଅନ୍ତିମ ତାରିଖ ମାର୍ଚ୍ଚ ୧୨

ଯାଞ୍ଚ ତାରିଖ ମାର୍ଚ୍ଚ ୧୫

ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ମାର୍ଚ୍ଚ ୧୭

ମତଦାନ ତାରିଖ ଏପ୍ରିଲ ୧

ତୃତୀୟ ପର୍ଯ୍ୟାୟ ନିର୍ବାଚନ

ମୋଟ୍ ବିଧାନସଭା ଆସନ ୩୧

ବିଜ୍ଞପ୍ତି ତାରିଖ ମାର୍ଚ୍ଚ ୧୨

ନାମଲେଖା ତାରିଖ ମାର୍ଚ୍ଚ ୧୯

ଯାଞ୍ଚ ତାରିଖ ମାର୍ଚ୍ଚ ୨୦

ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ମାର୍ଚ୍ଚ ୨୧

ମତଦାନ ତାରିଖ ଏପ୍ରିଲ ୬

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ

ମୋଟ୍ ଆସନ ୪୪

ବିଜ୍ଞପ୍ତି ତାରିଖ ମାର୍ଚ୍ଚ ୧୬

ନାମଲେଖା ତାରିଖ ମାର୍ଚ୍ଚ ୨୩

ଯାଞ୍ଚ ତାରିଖ ମାର୍ଚ୍ଚ ୨୪

ନାମାଙ୍କନ ପ୍ରତ୍ୟାହାର ତାରିଖ ମାର୍ଚ୍ଚ ୨୬

ମତଦାନ ତାରିଖ ଏପ୍ରିଲ ୧୦

ପଞ୍ଚମ ପର୍ଯ୍ୟାୟ ନିର୍ବାଚନ

ମୋଟ୍ ବିଧାନସଭା ଆସନ ୪୫

ବିଜ୍ଞପ୍ତି ତାରିଖ ମାର୍ଚ୍ଚ ୨୩

ନାମଲେଖା ତାରିଖ ମାର୍ଚ୍ଚ ୩୦

ଯାଞ୍ଚ ତାରିଖ ମାର୍ଚ୍ଚ ୩୧

ନାମାଙ୍କନ ପ୍ରତ୍ୟାହାର ତାରିଖ ଏପ୍ରିଲ ୩

ମତଦାନ ଏପ୍ରିଲ୍ ୧୭

ଷଷ୍ଠ ପର୍ଯ୍ୟାୟ ନିର୍ବାଚନ

ବିଧାନସଭା ଆସନ ୪୩

ବିଜ୍ଞପ୍ତି ତାରିଖ ମାର୍ଚ୍ଚ ୨୬

ନାମାଙ୍କନ ଦାଖଲର ଅନ୍ତିମ ତାରିଖ ଏପ୍ରିଲ୍ ୩

ଯାଞ୍ଚ ତାରିଖ ଏପ୍ରିଲ୍ ୫

ନାମାଙ୍କନ ପ୍ରତ୍ୟାହାର ପାଇଁ ଶେଷ ତାରିଖ ଏପ୍ରିଲ୍ ୭

ମତଦାନ ତାରିଖ ଏପ୍ରିଲ ୨୧

ସପ୍ତମ ପର୍ଯ୍ୟାୟ ନିର୍ବାଚନ

ବିଧାନସଭା ଆସନ ୩୬

ବିଜ୍ଞପ୍ତି ତାରିଖ ମାର୍ଚ୍ଚ ୩୧

ନାମାଙ୍କନ ଦାଖଲର ଅନ୍ତିମ ତାରିଖ ଏପ୍ରିଲ୍ ୭

ଯାଞ୍ଚ ତାରିଖ ଏପ୍ରିଲ୍ ୮

ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ଏପ୍ରିଲ ୧୨

ମତଦାନ ତାରିଖ ଏପ୍ରିଲ ୨୬

ଅଷ୍ଟମ ପର୍ଯ୍ୟାୟ ନିର୍ବାଚନ

ବିଧାନସଭା ଆସନ ୩୫

ବିଜ୍ଞପ୍ତି ତାରିଖ ମାର୍ଚ୍ଚ ୩୧

ନାମଲେଖା ଦାଖଲର ଅନ୍ତିମ ତାରିଖ ଏପ୍ରିଲ୍ ୧୭

ଯାଞ୍ଚ ତାରିଖ ଏପ୍ରିଲ୍ ୧୮

ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ଏପ୍ରିଲ ୨୧

ମତଦାନ ତାରିଖ ଏପ୍ରିଲ ୨୯

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe