sanjay-rout
ମୁମ୍ୱାଇ: ଶିବସେନାର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ମହିଳା। ସଞ୍ଜୟ ରାଉତ କିଛି ଲୋକ ଲଗାଇ ତାଙ୍କ ପିଛା କରୁଛନ୍ତି ବୋଲି ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି। ଆଉ ଏଥିପାଇଁ ତାଙ୍କ ସ୍ୱାମୀ ସହଯୋଗ କରୁଥିବା ସେ ଅଭିଯୋଗ କରିଛନ୍ତି। କହିରଖୁଛୁ, ମହିଳା ଜଣଙ୍କ ତାଙ୍କ ସ୍ୱାମୀଠାରୁ ଅଲଗା ରହୁଛନ୍ତି। ଏହି ମାମଲା ୨୦୧୩ ସମୟର।
କୋର୍ଟରେ ମହିଳା ଜଣଙ୍କ ତାଙ୍କ ସ୍ୱାମୀ ଓ ସଞ୍ଜୟ ରାଉତଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଏହାପରେ କୋର୍ଟରେ ସଞ୍ଜୟଙ୍କ ଓକିଲ ପକ୍ଷ ରଖିଛନ୍ତି। ମହିଳା ଜଣଙ୍କ ଅଭିଯୋଗକୁ ସଞ୍ଜୟ ଖାରଜ କରିଛନ୍ତି। ଶୁକ୍ରବାର ବମ୍ୱେ ହାଇକୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା।
ସଞ୍ଜୟଙ୍କ ଓକିଲ କହିଛନ୍ତି, ଯେଉଁ ମହିଳା ସଞ୍ଜୟଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ସେ ପାରିବାରିକ ସମ୍ପର୍କୀୟ। ଆଉ ମହିଳା ଜଣଙ୍କ ସଞ୍ଜୟଙ୍କ ଝିଅ ଭଳି। ମହିଳାଙ୍କର ତାଙ୍କ ସ୍ୱାମୀଙ୍କ ସହିତ ବିବାଦ ରହିଛି। ଆଉ ତାଙ୍କ ସ୍ୱାମୀଙ୍କୁ ସଞ୍ଜୟ ସମର୍ଥନ କରୁଛନ୍ତି। ତେଣୁ ଏହି ଅଭିଯୋଗ ଭିତ୍ତିହୀନ ଓ ଅମୂଳକ।
ସୂଚନାଯୋଗ୍ୟ, ମୁମ୍ୱାଇର ସାନ୍ତାକ୍ରୁଜ୍ ଅଞ୍ଚଳରେ ରହୁଥିବା ଲେଖିକା ଡକ୍ଚର ସ୍ୱପ୍ନା ପାଟକର ତାଙ୍କ ଓକିଲ ଆଭା ସିଂହଙ୍କ ଜରିଆରେ ରାଉତଙ୍କ ବିରୋଧରେ ଏକ ପିଟିସନ ଦାଖଲ କରିଛନ୍ତି। ରାଉତଙ୍କ ପାଇଁ ସେ ମାନସିକ ନିର୍ଯାତନା, ମାଡର ଶିକାର ହେଉଛନ୍ତି। ରାଉତଙ୍କୁ ଏହି ପିଟିସନରେ ଜଣେ ପକ୍ଷ ଭାବରେ ରଖିଛନ୍ତି ଲେଖିକା ଜଣଙ୍କ। ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ମାର୍ଚ୍ଚ ୧୮ ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ ରଖିଛନ୍ତି। ପାଟକର ମାହିମ ପୁଲିସ ଷ୍ଟେସନରେ ଏହି ଅଭିଯୋଗ ୨୦୧୩ ଏବଂ ୨୦୧୮ ରେ ଦାଖଲ କରିଥିଲେ। ପୁଲିସ ମାମଲା ରୁଜୁ କରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/12/sanjay-rout.jpg)