Advertisment

ଆସନ୍ତା ସପ୍ତାହରେ ବିଜେପିରେ ମିଶିବେ ଅମରିନ୍ଦର ସିଂହ !

ଚଣ୍ଡିଗଡ଼: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସ ମୁଖ୍ୟ ଅମରିନ୍ଦର ସିଂହ ଆସନ୍ତା ସପ୍ତାହରେ ବିଜେପିରେ ମିଶିପାରନ୍ତି।  ଏ ସମ୍ପର୍କରେ ଦଳର ମୁଖପାତ୍ର ସୂଚନା ଦେଇଛନ୍ତି। ସେହିପରି ନୂଆକରି ଗଠନ କରିଥିବା ଅମରିନ୍ଦର ସିଂହଙ୍କ ନୂଆ ଦଳକୁ ବିଜେପିରେ ବିଲୀନ କରିଦେବେ। ଗତ ବର୍ଷ କଂଗ୍ରେସ ଛାଡ଼ିବା ପରେ ଅମରିନ୍ଦର  ପଞ୍ଜାବ ଲୋକ କଂଗ୍ରେସ ନାମରେ ନୂଆ ଦଳ ଗଠନ କରିଛନ୍ତି।  ଆସନ୍ତା ସପ୍ତାହରେ ଅମରିନ୍ଦର ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ବିଜେପିରେ […]

ଆସନ ବୁଝାମଣା: ବିଜେପି ହାତରେ ୬୫, କ୍ୟାପ୍ଟେନଙ୍କ ଦଳକୁ ୩୭

Amrinder

Advertisment

ଚଣ୍ଡିଗଡ଼: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସ ମୁଖ୍ୟ ଅମରିନ୍ଦର ସିଂହ ଆସନ୍ତା ସପ୍ତାହରେ ବିଜେପିରେ ମିଶିପାରନ୍ତି।  ଏ ସମ୍ପର୍କରେ ଦଳର ମୁଖପାତ୍ର ସୂଚନା ଦେଇଛନ୍ତି। ସେହିପରି ନୂଆକରି ଗଠନ କରିଥିବା ଅମରିନ୍ଦର ସିଂହଙ୍କ ନୂଆ ଦଳକୁ ବିଜେପିରେ ବିଲୀନ କରିଦେବେ। ଗତ ବର୍ଷ କଂଗ୍ରେସ ଛାଡ଼ିବା ପରେ ଅମରିନ୍ଦର  ପଞ୍ଜାବ ଲୋକ କଂଗ୍ରେସ ନାମରେ ନୂଆ ଦଳ ଗଠନ କରିଛନ୍ତି।  ଆସନ୍ତା ସପ୍ତାହରେ ଅମରିନ୍ଦର ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ବିଜେପିରେ ସାମିଲ ହେବା ନେଇ ସୂଚନା ମିଳିଛି । ଗତ ବର୍ଷ  ଅମରିନ୍ଦର ସିଂହ  ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।  ଦୀର୍ଘ ଦିନ ଧରି ପଞ୍ଚାବ କଂଗ୍ରେସରେ କନ୍ଦଳ ବଢ଼ିବାରେ ଲାଗିଥିଲା । ଦଳୀୟ ଅନ୍ତଃକନ୍ଦଳରେ ଅତିଷ୍ଠ ହୋଇ ଇସ୍ତଫା ଦେଇଥିଲେ । ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ନବଜ୍ୟୋତ ସିଂ ସିଦ୍ଧୁଙ୍କ ସହ ମନୋମାଳିନ୍ୟ ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

Advertisment

ଏହା ସହିତ ଦଳ ଛାଡ଼ି ଏକ ନୂଆ ଦଳ ଗଠନ କରିବା ସଂପର୍କରେ ସେ ସଂକେତ ଦେଇଥିଲେ । ଦଳରେ ତାଙ୍କୁ ଅପମାନିତ କରାଯାଇଛି ବୋଲି ସେ ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଥିଲେ । ତାଙ୍କ ଇସ୍ତଫା ପରେ  କଂଗ୍ରେସ ପକ୍ଷରୁ ଚରଣଜିତ ସିଂ ଚନ୍ନିଙ୍କୁ ନୂଆ ମୁଖ୍ୟମନ୍ତ୍ରୀ କରାଯାଇଥିଲା । ସେ କଂଗ୍ରେସରୁ ଅଲଗା ହେବା ପରେ ନିଜସ୍ୱ ଦଳ ଗଠନ କରି ପଞ୍ଜାବ ବିଧାନସଭା ନିର୍ବାଚନ ଲଢ଼ିଥିଲେ। ହେଲେ ସେ କିମ୍ବା ତାଙ୍କ ଦଳର ଜଣେ ହେଲେ ବି ପ୍ରାର୍ଥୀ ନିର୍ବାଚନ ଜିତିବାକୁ ସକ୍ଷମ ହୋଇ ନଥିଲେ। ବିଜେପି ସହ ମେଣ୍ଟ କରି ନିର୍ବାଚନ ଲଢ଼ିଥିବା ଶ୍ରୀ ସିଂହ ଏବେ ସଂପୂର୍ଣ୍ଣ ଭାବେ ପଦ୍ମ ଦଳ ସହ ଲୀନ ହେବେ ବୋଲି ଚର୍ଚ୍ଚା ହୋଇଥିଲା।

ନୂଆ ଦଳ ଗଠନ କରିବା ପୂର୍ବରୁ କ୍ୟାପ୍ଟେନ ଅମରିନ୍ଦର ସିଂହ ଦୀର୍ଘ ୫ ଦଶନ୍ଧି ଧରି କଂଗ୍ରେସ ସହ ରହିଥିଲେ। ୨୦୧୭ରେ କଂଗ୍ରେସ ପଞ୍ଜାବରେ କ୍ଷମତା ଦଖଲ କରିବା ପରେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ହେଲେ ୨୦୨୨ ବିଧାନସଭା ନିର୍ବାଚନର ଠିକ୍‌ କିଛି ମାସ ପୂର୍ବରୁ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ତାଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ। ଶେଷରେ ତାଙ୍କୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe