Advertisment

ଝିଅ ଈଶାଙ୍କୁ ରିଲାଏନ୍ସ ରିଟେଲ୍‌ ବିଜନେସ୍‌ର ଦାୟିତ୍ୱ ଦେଲେ ମୁକେଶ ଅମ୍ବାନୀ

ମୁମ୍ବାଇ: ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଆଜି ତାଙ୍କ ଝିଅ ଈଶାଙ୍କୁ ରିଲାଏନ୍ସ ଗ୍ରୁପର ରିଟେଲ ବିଜନେସର ଲିଡର ଭାବେ ନିଯୁକ୍ତ କରିଛନ୍ତି। ଏବେ ରିଲାଏନ୍ସ ଗ୍ରୁପର ସବୁ ଖୁଚୁରା ବ୍ୟବସାୟ କଥା ଈଶା ବୁଝିବେ। ମୁକେଶ ଅମ୍ବାନୀଙ୍କ ଏପରି ଘୋଷଣା ତାଙ୍କ ବିଶାଳ ସମ୍ପତ୍ତିର ଉତ୍ତରାଧିକାରୀ ଚୟନ ପ୍ରକ୍ରିୟା ଚର୍ଚ୍ଚାକୁ ଅଧିକ କରିଛି। ଏହାପୂର୍ବରୁ ଜୁନ ମାସରେ ମୁକେଶ ଅମ୍ବାନୀ ବଡ଼ ପୁଅ ଆକାଶଙ୍କୁ ଟେଲିକମ ୟୁନିଟ ରିଲାଏନ୍ସ ଜିଓ ଇନଫୋକମର ଅଧ୍ୟକ୍ଷ କରିଥିଲେ। ସେହିପରି […]

ଝିଅ ଈଶାଙ୍କୁ ରିଲାଏନ୍ସ ରିଟେଲ୍‌ ବିଜନେସ୍‌ର ଦାୟିତ୍ୱ ଦେଲେ ମୁକେଶ ଅମ୍ବାନୀ

Isha

Advertisment

ମୁମ୍ବାଇ: ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଆଜି ତାଙ୍କ ଝିଅ ଈଶାଙ୍କୁ ରିଲାଏନ୍ସ ଗ୍ରୁପର ରିଟେଲ ବିଜନେସର ଲିଡର ଭାବେ ନିଯୁକ୍ତ କରିଛନ୍ତି। ଏବେ ରିଲାଏନ୍ସ ଗ୍ରୁପର ସବୁ ଖୁଚୁରା ବ୍ୟବସାୟ କଥା ଈଶା ବୁଝିବେ। ମୁକେଶ ଅମ୍ବାନୀଙ୍କ ଏପରି ଘୋଷଣା ତାଙ୍କ ବିଶାଳ ସମ୍ପତ୍ତିର ଉତ୍ତରାଧିକାରୀ ଚୟନ ପ୍ରକ୍ରିୟା ଚର୍ଚ୍ଚାକୁ ଅଧିକ କରିଛି।

Advertisment

ଏହାପୂର୍ବରୁ ଜୁନ ମାସରେ ମୁକେଶ ଅମ୍ବାନୀ ବଡ଼ ପୁଅ ଆକାଶଙ୍କୁ ଟେଲିକମ ୟୁନିଟ ରିଲାଏନ୍ସ ଜିଓ ଇନଫୋକମର ଅଧ୍ୟକ୍ଷ କରିଥିଲେ। ସେହିପରି ସାନ ପୁଅ ଅନନ୍ତଙ୍କୁ ନୂଆ ଶକ୍ତି ବ୍ୟବସାୟର ମୁଖିଆ ଭାବେ ଦାୟିତ୍ୱ ହସ୍ତାନ୍ତର କରିଥିଲେ।

୬୫ ବର୍ଷୀୟ ମୁକେଶ ଅମ୍ବାନୀ କହିଛନ୍ତି, “ଆମର ପରବର୍ତ୍ତୀ ପିଢ଼ିର ନେତୃବୃନ୍ଦ ବେଶ ଚମତ୍କାର ଢଙ୍ଗରେ ଆମ ବ୍ୟବସାୟକୁ ଆଗକୁ ନେଉଛନ୍ତି। ଆକାଶ ଓ ଈଶା ଯଥାକ୍ରମେ ଜିଓ ଓ ରିଟେଲ ବ୍ୟବସାୟର ନେତୃତ୍ୱ ଦାୟିତ୍ୱ ନେଇଛନ୍ତି। ଅନନ୍ତ ମଧ୍ୟ ଆମ ନୂଆ ଶକ୍ତି ବ୍ୟବସାୟର ଦାୟିତ୍ୱ ପାଇଛନ୍ତି। ସେ ଭଲ କାମ କରୁଛନ୍ତି।

Advertisment

ଆମ ପ୍ରତିଷ୍ଠାତାଙ୍କ ଲକ୍ଷ୍ୟ ସହ ଏହି ୩ ଜଣ ବେଶ ପରିଚିତ। ସେମାନେ ରିଲାଏନ୍ସରେ ଭଲ କାମ ଅନ୍ୟ ଯୁବ ଲିଡର୍ସ ଓ ପ୍ରଫେସନାଲ୍ସ ସହ ମିଶି କରୁଛନ୍ତି। ଅବଶ୍ୟ ସେମାନଙ୍କୁ ପ୍ରତିଦିନ ମୋ ସହିତ ବୋର୍ଡ ଅଫ ଡିରେକ୍ଟର୍ସ ଓ ବରିଷ୍ଠ ଲିଡର୍ସମାନେ ସହାୟତା କରୁଛନ୍ତି। ମୁଁ ଯେତେବେଳେ ସେମାନଙ୍କୁ ଦେଖୁଛି ସେତେବେଳେ ଧିରୁଭାଇ ଅମ୍ବାନୀଙ୍କ କାମ କରିବାର ଇଚ୍ଛାଶକ୍ତିକୁ ଦେଖିପାରୁଛି। ମୋତେ ଲାଗୁଛି ଆଗାମୀ ଦିନରେ ରିଲାଏନ୍ସ ଆହୁରି ଭଲ କାମ କରିବ ଓ ଭଲ ଯୁବ ଲିଡର୍ସମାନଙ୍କୁ ପାଇବ।”

ଲିଡର ଭାବେ ଦାୟିତ୍ୱ ପାଇବା ପରେ ଈଶା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ୪୫ତମ ବାର୍ଷିକ ବୈଠକରେ ହ୍ୱାଟସଆପ୍ ଦ୍ୱାରା ଗ୍ରୋସରୀର ଅର୍ଡର ଓ ପେମେଣ୍ଟ ସମ୍ପର୍କରେ ଗୋଟିଏ ପ୍ରେଜେନଟେସନ ଉପସ୍ଥାପନ କରିଛନ୍ତି। ଏଥିସହ ରିଲାଏନ୍ସ ରିଟେଲ ଆଗାମୀ ଦିନରେ ଏଫଏମସିଜି ବ୍ୟବସାୟ ଆରମ୍ଭ କରିବ ବୋଲି ଘୋଷଣା କରିଛନ୍ତି।

ଦେଶବାସୀଙ୍କ ଦୈନନ୍ଦିନ ଆବଶ୍ୟକତାକୁ ପୂରଣ କରି ସେମାନଙ୍କୁ ଠିକଣା ସମୟରେ ଜିନିଷ ଡେଲିଭରୀ କରିବା ଏହି ବ୍ୟବସାୟର ମୂଳଲକ୍ଷ୍ୟ। ଏହାବାଦ ଭାରତୀୟ ହସ୍ତଶିଳ୍ପର ମାର୍କେଟିଂ ମଧ୍ୟ ରିଲାଏନ୍ସ ରିଟେଲ କରିବ। ବିଶେଷ କରି ଆଦିବାସୀ, ମହିଳା ଓ ପଛୁଆ ବର୍ଗର ଲୋକମାନେ ପ୍ରସ୍ତୁତ କରୁଥିବା ଦ୍ରବ୍ୟର ମାର୍କେଟିଂ କଥା ରିଲାଏନ୍ସ ରିଟେଲ ବୁଝିବ ବୋଲି ଈଶା କହିଛନ୍ତି।

୩୦ ବର୍ଷୀୟ ଈଶା ୟାଲେ ବିଶ୍ୱବିଦ୍ୟାଳୟୀ ଛାତ୍ରୀ। ସେ ପିରାମଲ ଗ୍ରୁପର ଅଜୟ ଓ ସ୍ୱାତୀ ପିରାମଲଙ୍କ ପୁଅ ଆନନ୍ଦଙ୍କୁ ବିବାହ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe