Advertisment

ବିବାଦ ଭିତରେ ହୋଟେଲରୁ ମିଳିଲା ତାଇୱାନ୍‌ ପ୍ରତିରକ୍ଷା ଅଫିସରଙ୍କ ମୃତଦେହ

ତାଇପେଇ: ତାଇୱାନ୍‌-ଚାଇନା ବିବାଦ ମଧ୍ୟରେ ଏକ ଅଘଟଣ ସାମ୍ନାକୁ ଆସିଛି। ଶୁକ୍ରବାର ଏକ ହୋଟେଲରେ ଜଣେ ତାଇୱାନ୍‌ ପ୍ରତିରକ୍ଷା ଅଫିସରଙ୍କ ରହସ୍ୟଜନକ ଭାବେ ମୃତ୍ୟୁ ଘଟିଛି। ନ୍ୟୁଜ୍‌ ଏସିଆ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ସମ୍ପୃକ୍ତ ଅଫିସର ଜଣଙ୍କ ତାଇୱାନର କ୍ଷେପଣାସ୍ତ୍ର ଉନ୍ନୟନ ଟିମର ନେତୃତ୍ୱ ନେଉଥିଲେ। ତେବେ ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଆମେରିକା ହାଉସ ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତକୁ ନେଇ ଚାଇନା-ତାଇୱାନ ମଧ୍ୟରେ ବିବାଦୀୟ ପରିସ୍ଥିତି ଉପୁଜିଥିବା ବେଳେ […]

ଅଦ୍ୟତନ ହୋଇଛି
ବିବାଦ ଭିତରେ ହୋଟେଲରୁ ମିଳିଲା ତାଇୱାନ୍‌ ପ୍ରତିରକ୍ଷା ଅଫିସରଙ୍କ ମୃତଦେହ

Nancy-Pelosi-leaves

Advertisment

ତାଇପେଇ: ତାଇୱାନ୍‌-ଚାଇନା ବିବାଦ ମଧ୍ୟରେ ଏକ ଅଘଟଣ ସାମ୍ନାକୁ ଆସିଛି। ଶୁକ୍ରବାର ଏକ ହୋଟେଲରେ ଜଣେ ତାଇୱାନ୍‌ ପ୍ରତିରକ୍ଷା ଅଫିସରଙ୍କ ରହସ୍ୟଜନକ ଭାବେ ମୃତ୍ୟୁ ଘଟିଛି। ନ୍ୟୁଜ୍‌ ଏସିଆ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ସମ୍ପୃକ୍ତ ଅଫିସର ଜଣଙ୍କ ତାଇୱାନର କ୍ଷେପଣାସ୍ତ୍ର ଉନ୍ନୟନ ଟିମର ନେତୃତ୍ୱ ନେଉଥିଲେ। ତେବେ ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଆମେରିକା ହାଉସ ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତକୁ ନେଇ ଚାଇନା-ତାଇୱାନ ମଧ୍ୟରେ ବିବାଦୀୟ ପରିସ୍ଥିତି ଉପୁଜିଥିବା ବେଳେ ଏହି ଖବର ଆସିଛି। ଚଳିତ ସପ୍ତାହରେ ଆମେରିକା ହାଉସ ସ୍ପିକର ନାନ୍ସି ପେଲୋସି ତାଇୱାନ ଗସ୍ତକୁ ନେଇ ଚାଇନା ବିଗିଡ଼ିଯାଇଛି।

Advertisment

ଏନେଇ ଚାଇନା ତାଇୱାନକୁ ଚେତାବନୀ ଦେବା ସହ ନିଜ ଜାତୀୟ ସାର୍ବଭୌମତ୍ୱ ଏବଂ ଭୌଗୋଳିକ ସଂହତିର ସୁରକ୍ଷା ପାଇଁ ଯେକୌଣସି ପଦକ୍ଷେପ ନେବାକୁ ପ୍ରସ୍ତୁତ ବୋଲି କହିଛନ୍ତି ।  ଗତ ଅଗଷ୍ଟ ୨ ତାରିଖରେ ଆମେରିକାର ସର୍ବୋଚ୍ଚ ରାଙ୍କର ଅଫିସର ତଥା ହାଉସ ସ୍ପିକର ନାନ୍ସି ପେଲୋସି ତାଇୱାନ ଗସ୍ତ  କରିଥିଲେ। ଗତ ୨୫ ବର୍ଷ ମଧ୍ୟରେ ତାଇୱାନ ଗସ୍ତ କରିବାରେ ନାନ୍ସି ପେଲୋସି ହେଉଛନ୍ତି ପ୍ରଥମ। ଏପରିକି ପେଲୋସି ତାଇୱାନ ଗସ୍ତ ପୂର୍ବରୁ ଚାଇନା ସହ ଯୁଦ୍ଧ ପାଇଁ ତାଇୱାନ ତାର ସେନାକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଥିଲା।

ଏହି ଗସ୍ତ ସୟରେ ଚାଇନା ତାର ବଦମାସି ଦେଖାଇଥିଲା। ତାଇୱାନ ସମୁଦ୍ର ଚାରିପଟେ ଚାଇନା ସମରାଭ୍ୟାସ କରି ପରୋକ୍ଷରେ ଚେତାବନୀ ଦେଇଥିଲା।  ଅଦ୍ୟାବଧି ତାଇଓ୍ୱାନ୍ ଚାରିପାଖେ ୬ଟି ସ୍ଥାନରେ ଚାଇନା ସମରାଭ୍ୟାସ କରିଛି । ନୌସେନା ଜାହାଜରୁ ସମୁଦ୍ର ଭିତରକୁ ଘନ ଘନ କ୍ଷେପଣାସ୍ତ୍ର ବି ମାଡ କରୁଛି ଡ୍ରାଗନ୍ ସେନା। ତାସହ ଉତ୍ତେଜନା ସୃଷ୍ଟି ପଛରେ ଆମେରିକାକୁ ଦାୟୀ କରିଛି । ଏମିତିକି ଯେଉଁମାନେ ଚାଇନାକୁ ଅପମାନିତ କରିଛନ୍ତି ସେମାନଙ୍କୁ ଦଣ୍ଡ ଦିଆଯିବ ବୋଲି ଘୋଷଣା କରିଛନ୍ତି ଚୀନ୍ ବୈଦେଶିକ ମନ୍ତ୍ରୀ ଓ୍ୱାଙ୍ଗ ଓ୍ୱି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe