କ୍ଷମତା ଅପହରଣ ଷଡ଼ଯନ୍ତ୍ର ଭିତରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ କରୋନା

ମୁମ୍ବାଇ: ମହାରାଷ୍ଟ୍ରରେ କ୍ଷମତା ଅପହରଣକୁ ନେଇ ଷଡ଼ଯନ୍ତ୍ର ଜାରି ରହିଥିବା ବେଳେ ଗୋଟିଏ ପରେ ଗୋଟିଏ ଚକିତ କଲା ଭଳି ଖବର ଆସୁଛି। ପ୍ରଥମେ ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶିୟାରି କୋଭିଡ୍‌ରେ ସଂକ୍ରମିତ ହେବା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ମଧ୍ୟପ୍ରଦେଶର କଂଗ୍ରେସ ନେତା କମଲନାଥ ଏବେ ମୁମ୍ବାଇରେ ଥିବା ବେଳେ  ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟି ପାରି ନାହାନ୍ତି। ଉଦ୍ଧବ ଠାକରେ କରୋନାରେ ସଂକ୍ରମିତ ହୋଇଥିବାରୁ ସେ […]

thakrey

thakrey

Tapas Behera
  • Published: Wednesday, 22 June 2022
  • Updated: 22 June 2022, 02:44 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ରରେ କ୍ଷମତା ଅପହରଣକୁ ନେଇ ଷଡ଼ଯନ୍ତ୍ର ଜାରି ରହିଥିବା ବେଳେ ଗୋଟିଏ ପରେ ଗୋଟିଏ ଚକିତ କଲା ଭଳି ଖବର ଆସୁଛି। ପ୍ରଥମେ ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶିୟାରି କୋଭିଡ୍‌ରେ ସଂକ୍ରମିତ ହେବା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ମଧ୍ୟପ୍ରଦେଶର କଂଗ୍ରେସ ନେତା କମଲନାଥ ଏବେ ମୁମ୍ବାଇରେ ଥିବା ବେଳେ  ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟି ପାରି ନାହାନ୍ତି। ଉଦ୍ଧବ ଠାକରେ କରୋନାରେ ସଂକ୍ରମିତ ହୋଇଥିବାରୁ ସେ ତାଙ୍କୁ ଭେଟି ପାରି ନଥିବା କହିଛନ୍ତି। କମଲନାଥ ଟେଲିଫୋନ୍ ଯୋଗେ ଉଦ୍ଧବଙ୍କ ସହ ଆଲୋଚନା ପରେ କୋଭିଡ୍ ସୂଚନା ପାଇଥିଲେ। ଅନ୍ୟପକ୍ଷରେ ଉଦ୍ଧବଙ୍କ ଆରଟିପିସିଆର ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରାଯାଇଛି।

ତେବେ କମଲନାଥ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିବେ ବୋଲି କହିଛନ୍ତି । ଅନ୍ୟପଟେ ମହାରାଷ୍ଟ୍ରରେ ହେବାକୁ ଥିବା ରାଜ୍ୟ କ୍ୟାବିନେଟରେ ଠାକରେ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟରେ ଶିବସେନା ନେତୃତ୍ୱରେ ଚାଲିଥିବା ମହାମେଣ୍ଟ ସରକାର ପ୍ରତି ବିଦ୍ରୋହୀ କଣ୍ଟା ସାଜିଥିବା ବେଳେ ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି। ଫଳରେ ସମସ୍ୟାର ସମାଧାନ ପାଇଁ କମଲନାଥ ବୁଧବାର ମୁମ୍ବାଇରେ ପହଞ୍ଚିଛନ୍ତି। ଏହି ଅବସରରେ ସେ କଂଗ୍ରେସ ବିଧାୟକମାନଙ୍କକୁ ଭେଟିଥିବା ଜଣାପଡ଼ିଛି। ଆଲୋଚନା ପରେ କଂଗ୍ରେସ ବିଧାକୟମାନେ ଶିବସେନାକୁ ସମର୍ଥନ କରିବେ ବୋଲି କମଲନାଥ ସ୍ପଷ୍ଟ କରିଛନ୍ତି । ମହାରାଷ୍ଟ୍ରରେ ଶିବସେନା ନେତୃତ୍ୱାଧୀନ ମହା ବିକାଶ ଅଘାଡ଼ି (ଏମଭିଏ) ସରକାର ଭାଙ୍ଗିବା ସ୍ଥିତିରେ ପହଞ୍ଚି ଯାଇଛି। ଶିବସେନାର ଏକନାଥ ସିନ୍ଦେଙ୍କ ନେତୃତ୍ୱରେ କିଛି ବିଧାୟକ ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିଛନ୍ତି।

ଶିବସେନାର ବିଧାୟକ ତଥା ମନ୍ତ୍ରୀ ଏକନାଥ ସିନ୍ଧେଙ୍କ କଥାରେ କେବଳ ଦଳର କିଛି ବିଧାୟକ ନୁହନ୍ତି ବରଂ କିଛି ସ୍ୱାଧୀନ ବିଧାୟକ ମଧ୍ୟ ଏବେ ମହାରାଷ୍ଟ୍ର ସରକାର ବିରୋଧରେ ମେଳି କରିଛନ୍ତି। ସିନ୍ଦେଙ୍କୁ ମିଶାଇ ମୋଟ ୨୨ ବିଧାୟକ ଏବେ ବିଦ୍ରୋହୀ ସାଜିଛନ୍ତି। ରାଜ୍ୟର ମୋଟ ୨୮୮ ବିଧାନସଭା ଆସନରୁ ଶିବସେନାର ୫୫ ବିଧାୟକ ଅଛନ୍ତି। ଏନସିପିର ୫୨ ବିଧାୟକ ଥିବା ବେଳେ କଂଗ୍ରେସର ୪୪ ଜଣ ବିଧାୟକ ଅଛନ୍ତି। ଅନ୍ୟ ଛୋଟ ଛୋଟ ଦଳ ଓ ସ୍ୱାଧୀନଙ୍କୁ ମିଶାଇ ୨୯ ଜଣ ବିଧାୟକ ଅଛନ୍ତି। ଏହି ସଙ୍କଟରେ ସେମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story