Advertisment

ମହାରାଷ୍ଟ୍ର ରାଜନୀତିରେ ହାଇଡ୍ରାମା, ହସପିଟାଲରେ ଭର୍ତ୍ତି ହେଲେ ରାଜ୍ୟପାଳ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ହାଇଡ୍ରାମା ଭିତରେ ଏକ ଚର୍ଚ୍ଚିତ ଖବର ଆସିଛି। ମହାରାଷ୍ଟ୍ରର ରାଜ୍ୟପାଳ  ଭଗତ ସିଂହ କୋଶୟାରି କୋଭିଡ୍‌-୧୯ରେ  ଆକ୍ରାନ୍ତ ହୋଇ ବୁଧବାର ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ମୁମ୍ବାଇର ଏଚଏନ୍ ରିଲାଏନ୍ସ ହସପିଟାଲରେ ଭର୍ତ୍ତି କରାଯାଇଛି। ମହାରାଷ୍ଟ୍ରରେ ଏବେ ରାଜନୈତିକ ସଙ୍କଟ ଧିରେ ଧିରେ ଅଧିକ ଘନିଭୂତ ହେବାରେ ଲାଗିଛି। ଶିବସେନାର ବିଦ୍ରୋହୀ ନେତା କିଛି ସମର୍ଥକ ବିଧାୟକଙ୍କୁ ଧରି ଉଦ୍ଧବ ସରକାରଙ୍କ ପ୍ରତି ଚାଲେଞ୍ଜ ସୃଷ୍ଟି କରିଛନ୍ତି। ସ୍ଥିତି ଏମିତି ହୋଇଛି ଉଦ୍ଧବ […]

author-image
Tapas Behera
ଅଦ୍ୟତନ ହୋଇଛି
ମହାରାଷ୍ଟ୍ର ରାଜନୀତିରେ ହାଇଡ୍ରାମା, ହସପିଟାଲରେ ଭର୍ତ୍ତି ହେଲେ ରାଜ୍ୟପାଳ

governer

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ହାଇଡ୍ରାମା ଭିତରେ ଏକ ଚର୍ଚ୍ଚିତ ଖବର ଆସିଛି। ମହାରାଷ୍ଟ୍ରର ରାଜ୍ୟପାଳ  ଭଗତ ସିଂହ କୋଶୟାରି କୋଭିଡ୍‌-୧୯ରେ  ଆକ୍ରାନ୍ତ ହୋଇ ବୁଧବାର ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ମୁମ୍ବାଇର ଏଚଏନ୍ ରିଲାଏନ୍ସ ହସପିଟାଲରେ ଭର୍ତ୍ତି କରାଯାଇଛି। ମହାରାଷ୍ଟ୍ରରେ ଏବେ ରାଜନୈତିକ ସଙ୍କଟ ଧିରେ ଧିରେ ଅଧିକ ଘନିଭୂତ ହେବାରେ ଲାଗିଛି। ଶିବସେନାର ବିଦ୍ରୋହୀ ନେତା କିଛି ସମର୍ଥକ ବିଧାୟକଙ୍କୁ ଧରି ଉଦ୍ଧବ ସରକାରଙ୍କ ପ୍ରତି ଚାଲେଞ୍ଜ ସୃଷ୍ଟି କରିଛନ୍ତି। ସ୍ଥିତି ଏମିତି ହୋଇଛି ଉଦ୍ଧବ ସରକାରଙ୍କ ଶାସନ ଗାଦି ଟଳମଳ ଅବସ୍ଥାରେ ରହିଛି। ସିନ୍ଧେ ଏବଂ ତାଙ୍କ ସମର୍ଥକ ବିଧାୟକମାନେ ଏବେ ଆସାମ ସ୍ଥିତ ଗୌହାଟିରେ ଏକ ହୋଟେଲରେ ମେଳିକରିଛନ୍ତି। ଗୋଟିଏ ପଟେ ଶିବସେନା ଦଳକୁ ଅଡ଼ୁଆରେ ପକାଇଥିବା ସିନ୍ଧେ ଦଳ ସହ ଥିବା କହି ରାଜନୈତିକ ଦ୍ୱନ୍ଦ୍ୱ ସୃଷ୍ଟି କରିଛନ୍ତି ।

Advertisment

ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଧେ ଏବଂ ଅନ୍ୟ ବିଧାୟକମାନେ ମିଳିତ ଭାବେ ଆସାମର ଗୌହାଟିରେ ପହଞ୍ଚିଛନ୍ତି।  ସେମାନଙ୍କୁ ବିଜେପି ନେତା ସୁଶାନ୍ତ ବୋର୍ଗୋହେନ୍‌ ଏବଂ ପଲ୍ଲବ ଲୋଚନ ଦାଶ ସ୍ୱାଗତ କରିଛନ୍ତି। ଆସାମରେ ଏବେ ବିଜେପି ସରକାର ରହିଛି। ଏକନାଥ ସିନ୍ଧେଙ୍କ ପ୍ରତି ୪୦ରୁ ୫୬ ଜଣ ଶିବସେନା ବିଧାୟକଙ୍କ ସମର୍ଥନ ଥିବା ସେ ନିଜେ ଦାବି କରିଛନ୍ତି। ଖାଲି ସାରତିକି ନୁହେଁ ୬ ଜଣ ସ୍ୱାଧୀନ ବିଧାକୟଙ୍କର ମଧ୍ୟ ତାଙ୍କ ପ୍ରତି ସମର୍ଥନ ଥିବା ସିନ୍ଧେ କହିଛନ୍ତି।  ସିନ୍ଧେଙ୍କୁ ଅତି କମ୍‌ରେ ୩୭ ଜଣ ବିଧାୟକଙ୍କର ସମର୍ଥନ ଆବଶ୍ୟକ।

ଯେଉଁଥିପାଇଁ ଦଳବଦଳକାରୀ ଆଇନ ଅନୁଯାୟୀ ସେ ଅଯୋଗ୍ୟ ଘୋଷଣା ହେବେ ନାହିଁ। ଅନ୍ୟପଟେ ସିନ୍ଧେ କହିଛନ୍ତି ଯେ, ସେ ଶିବସେନା ସହିତ ସମ୍ପର୍କ ତୁଟାଇବେ ନାହିଁ। ଏଥିସହ ବିଧାୟକମାନେ ବାଲାସାହେବ ଠାକରେଙ୍କ ହିନ୍ଦୁତ୍ୱ ବିଚାରଧାରାକୁ ଆଗକୁ ବଢ଼ାଇବେ।  ଆମେ ବାଲାସାହେବ ଠାକେରେଙ୍କ ଦଳ ଶିବସେନାକୁ ଛାଡ଼ିବବୁ ନାହିଁ। ଆମେ ହିନ୍ଦୁତ୍ୱରେ ବିଶ୍ୱାସ କରୁ ବୋଲି ସେ କହିଛନ୍ତି। ଏସବୁ ଭିତରେ ରାଜ୍ୟପାଳ ହସପିଟାଲରେ ଭର୍ତ୍ତି ହେବା ନେଇ ବେଶ ଚର୍ଚ୍ଚା ହୋଇଛି।

Advertisment
Maharashtra Govt Maharashtra Maharashtra Politics