Advertisment

ନିଜ ଗାଦି ଟଳମଳ: ବିଧାୟକଙ୍କ ସହ ବୋଟିଂ ମଜା ନେଉଛନ୍ତି ମୁଖ୍ୟମନ୍ତ୍ରୀ

ରାଞ୍ଚି: ଗୋଟିଏ ପଟେ ନିଜ କ୍ଷମତାକୁ ନେଇ ଅନିଶ୍ଚିତତା ଥିବା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଗାଦି ଦୋଦୁଲ୍ୟମାନ ଅବସ୍ଥାରେ ଥିବା ବେଳେ ସେ କିନ୍ତୁ ମଜା-ମଉଜରେ ବ୍ୟସ୍ତ ଅଛନ୍ତି। ନିଜ ସାଥୀ ବିଧାୟକଙ୍କ ସହ ବେଶ ପିକନିକ ପାର୍ଟି ମନାଉଛନ୍ତି ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍। ଝାରଖଣ୍ଡର ଖୁଣ୍ଟି ଜିଲ୍ଲାର ଲାଟରାଟୁ ଡ୍ୟାମରେ ହେମନ୍ତ ସୋରେନ ବୋଟିଂ  କରବା ମଜା ନେଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି।  ତାଙ୍କ ସହହ ନିଜ ଏବଂ ମେଣ୍ଟ ଦଳର ବିଧାୟକମାନେ ଅଛନ୍ତି। ଏହି […]

ଅଦ୍ୟତନ ହୋଇଛି
ନିଜ ଗାଦି ଟଳମଳ: ବିଧାୟକଙ୍କ ସହ ବୋଟିଂ ମଜା ନେଉଛନ୍ତି ମୁଖ୍ୟମନ୍ତ୍ରୀ

cm

Advertisment

ରାଞ୍ଚି: ଗୋଟିଏ ପଟେ ନିଜ କ୍ଷମତାକୁ ନେଇ ଅନିଶ୍ଚିତତା ଥିବା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଗାଦି ଦୋଦୁଲ୍ୟମାନ ଅବସ୍ଥାରେ ଥିବା ବେଳେ ସେ କିନ୍ତୁ ମଜା-ମଉଜରେ ବ୍ୟସ୍ତ ଅଛନ୍ତି। ନିଜ ସାଥୀ ବିଧାୟକଙ୍କ ସହ ବେଶ ପିକନିକ ପାର୍ଟି ମନାଉଛନ୍ତି ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍। ଝାରଖଣ୍ଡର ଖୁଣ୍ଟି ଜିଲ୍ଲାର ଲାଟରାଟୁ ଡ୍ୟାମରେ ହେମନ୍ତ ସୋରେନ ବୋଟିଂ  କରବା ମଜା ନେଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି।  ତାଙ୍କ ସହହ ନିଜ ଏବଂ ମେଣ୍ଟ ଦଳର ବିଧାୟକମାନେ ଅଛନ୍ତି। ଏହି ବୋଟିଂ ମଜାର ଫଟୋ ନିଜେ ହେମନ୍ତ ସୋରେନ  ପୋଷ୍ଟ କରିଥିବା ଜଣାପଡ଼ିଛି। ଶନିବାର ବିଧାୟକଙ୍କୁ ନେଇ ତିନୋଟି ବସ ସହ ଖୁଣ୍ଟି ଜିଲ୍ଲାରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ସୋରେନ । ଏଠାରେ ଥିବା ଲତୁରାମ ନଦୀରେ ମୁଖ୍ୟମନ୍ତ୍ରୀ ବିଧାୟଙ୍କ ସହ ନୌକା ବିହାର କରିଥିଲେ । ବେଶ କିଛି ସମୟ ନୌକା ବିହାର କରିବା ପରେ ସୋରେନ ଓ ବିଧାୟକମାନେ ନିକଟରେ ଥିବା ଏକ ଗେଷ୍ଟହାଉସରେ କିଛି ସମୟ ରହିବା ଥିଲେ ଓ ରାଞ୍ଚି ଫେରି ଆସିଥିଲେ । ନୌବିହାରରେ ମୁଖ୍ୟମନ୍ତ୍ରୀ ହେମନ୍ତଙ୍କ ସହିତ ଯୋଗ ଦେଇଥିଲେ ତାଙ୍କ ଦଳ ‘ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା’ (ଜେଏମ୍‌ଏମ୍‌) ଏବଂ ମେଣ୍ଟ ସହଯୋଗୀ କଂଗ୍ରେସର କେତେ ଜଣ ବିଧାୟକ ଓ ବିଧାୟିକା। ଲାଇଫ୍‌ ଜ୍ୟାକେଟ୍‌ ପିନ୍ଧିଥିବା ମୁଖ୍ୟମନ୍ତ୍ରୀ ସୋରେନ୍‌ ଏବଂ ଅନ୍ୟ ବିଧାୟକମାନେ ହସି ହସି ନୌବିହାରକାଳୀନ ଫଟୋ ପାଇଁ ପୋଜ୍‌ ଦେଇଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ସୋରେନ୍‌ଙ୍କୁ ବିଧାନସଭାର ବିଧାୟକ ପଦରୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଭାରତର ନିର୍ବାଚନ କମିସନ୍‌ ରାଜ୍ୟପାଳଙ୍କ ନିକଟକୁ ସୁପାରିସ ପତ୍ର ପଠାଇବା ପରେ ଝାଡ଼ଖଣ୍ଡରେ ରାଜନୈତିକ ଝଡ଼ ଆରମ୍ଭ ହୋଇଯାଇଥିଲା। ଅର୍ଥ ବିନିମୟରେ ବିଜେପି ବିଧାୟକମାନଙ୍କୁ ଅକ୍ତିଆର କରିବା ଭୟରେ ଶନିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ରାଞ୍ଚି ବାସଭବନରେ ‘ୟୁପିଏ’ ବିଧାୟକମାନଙ୍କର ବୈଠକ ବସିଥିଲା। ବୈଠକ ପରେ ବିଧାୟକମାନେ ବସ୍‌ରେ ବସି ସାଧାରଣରେ ପ୍ରକାଶ କରାଯାଇ ନ ଥିବା କୌଣସି ଏକ ରିସର୍ଟ ଅଭିମୁଖେ ଯାତ୍ରା କରିଥିଲେ। ଗତକାଲି  ଦୁଇଟି ଲକ୍ସଜରିୟସ ବସ୍‌ରେ ବିଧାୟକମାନଙ୍କୁ ନିଆଯାଇଛି।   ବିଧାୟକମାନଙ୍କୁ କୌଣସି ରିସୋର୍ଟରେ ରଖିବାକୁ ବ୍ୟବସ୍ଥା କରାଯାଇଛି।

ସୂଚନା ଅନୁଯାୟୀ,  ଅଫିସ ଅଫ ପ୍ରଫିଟ(ଲାଭ ଜନକ ପଦବୀ) ମାମଲାରେ ଫସିଥିବା ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପଦକୁ ନିର୍ବାଚନ କମିଶନ ରଦ୍ଦ କରିଥିବା ବେଳେ ଏନେଇ ରାଜ୍ୟପାଳ ରମେଶ ବୈସଙ୍କୁ ସୁପାରିଶ କରାଯାଇଛି। ରାଜ୍ୟପାଳ ଖୁବଶୀଘ୍ର ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେଇ ପାରନ୍ତି। ଯଦି ସଦସ୍ୟତା ପଦ ରଦ୍ଦ ହୁଏ, ତା’ହେଲେ ବି ହେମନ୍ତ ସୋରେନ ୬ ମାସ ଯାଏ ମୁଖ୍ୟମନ୍ତ୍ରୀ ପଦରେ ରହିପାରିବେ। କିନ୍ତୁ ୬ ମାସ ଭିତରେ ତାଙ୍କୁ ପୁଣିଥରେ ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହେବାକୁ ପଡ଼ିବ। ଏହାକୁ ନେଇ ହଟଚମଟ ଲାଗି ରହିଥିବା ବେଳେ ତାଙ୍କୁ ଘାରିଛି ଘୋଡ଼ା ବେପାର ଭୟ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe