Advertisment

ମମତା ବନାମ ଶୁଭେନ୍ଦୁ: 'ନନ୍ଦିଗ୍ରାମ ପଶ୍ଚିମବଙ୍ଗକୁ ପରିବର୍ତ୍ତନର ରାସ୍ତା ଦେଖାଇବ'

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ସବୁଠୁ ଅଧିକ ଚର୍ଚ୍ଚିତ ଆସନ ନନ୍ଦିଗ୍ରାମ। ଦ୍ୱିତୀୟ ପର୍ଯ୍ୟାୟରେ ଏହି ଆସନ ପାଇଁ ମତଦାନ ହେବ। ଆଜି ପ୍ରଚାରର ଅନ୍ତିମ ଦିନ। ଏହି ଅବସରରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ପାଇଁ ପ୍ରଚାର କରି ରୋଡ ଶୋ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏହି ଅବସରରେ ହଜାର ହଜାର ବିଜେପି କର୍ମୀ ଏବଂ ସମର୍ଥକ ପ୍ରଚାରରେ ସାମିଲ୍ ହୋଇଥିବା ଦେଖିବାକୁ ମିିଳିଛି। ଶାହ କହିଛନ୍ତି ପଶ୍ଚିମବଙ୍ଗରେ ବିଜେପି ୨୦୦ରୁ ଅଧିକ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ମମତା ବନାମ ଶୁଭେନ୍ଦୁ: 'ନନ୍ଦିଗ୍ରାମ ପଶ୍ଚିମବଙ୍ଗକୁ ପରିବର୍ତ୍ତନର ରାସ୍ତା ଦେଖାଇବ'

amit-shah-nandigram

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ସବୁଠୁ ଅଧିକ ଚର୍ଚ୍ଚିତ ଆସନ ନନ୍ଦିଗ୍ରାମ। ଦ୍ୱିତୀୟ ପର୍ଯ୍ୟାୟରେ ଏହି ଆସନ ପାଇଁ ମତଦାନ ହେବ। ଆଜି ପ୍ରଚାରର ଅନ୍ତିମ ଦିନ। ଏହି ଅବସରରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ପାଇଁ ପ୍ରଚାର କରି ରୋଡ ଶୋ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏହି ଅବସରରେ ହଜାର ହଜାର ବିଜେପି କର୍ମୀ ଏବଂ ସମର୍ଥକ ପ୍ରଚାରରେ ସାମିଲ୍ ହୋଇଥିବା ଦେଖିବାକୁ ମିିଳିଛି। ଶାହ କହିଛନ୍ତି ପଶ୍ଚିମବଙ୍ଗରେ ବିଜେପି ୨୦୦ରୁ ଅଧିକ ଆସନରେ ବିଜୟୀ ହେବ। ଆଉ ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକ ବ୍ୟବଧାନରେ ବିଜୟୀ ହେବେ। ଆଉ ନନ୍ଦିଗ୍ରାମ ହିଁ ପଶ୍ଚିମବଙ୍ଗକୁ ପରିବର୍ତ୍ତନର ରାସ୍ତା ଦେଖାଇବ ବୋଲି ଶାହ କହିଛନ୍ତି।

Advertisment

ଅମିତ ଶାହ କହିଛନ୍ତି, ମମତା ଏବେ ନନ୍ଦିଗ୍ରାମରେ ରହୁଛନ୍ତି। ସେ ରହୁଥିବା ସ୍ଥାନରୁ ୫ କିଲୋମିଟର ଦୂରରେ ନିକଟରେ ଦୁଷ୍କର୍ମ ହୋଇଛି। ସେହିପରି ଆଉ ଏକ ଘଟଣାରେ ଟିଏମସି କର୍ମୀଙ୍କ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ମମତା ମହିଳାଙ୍କ ସୁରକ୍ଷା କଥା କହୁଛନ୍ତି ହେଲେ ଏ କେମିତିକା ମହିଳାଙ୍କୁ ସୁରକ୍ଷା ବୋଲି ଶାହ କହିଛନ୍ତି।

ବିଜେପିକୁ ଭୋଟ୍ ଦେଲେ ସୁନାର ପଶ୍ଚିମବଙ୍ଗ ହେବ। ଶିକ୍ଷା, ରାସ୍ତା ନିର୍ମାଣ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତୀ ହେବ ବୋଲି ସେ କହିଛନ୍ତି। ଯେଉଁଭଳି ଭାବରେ ନନ୍ଦିଗ୍ରାମରେ ଲୋକମାନେ ବିଜେପିକୁ ସମର୍ଥନ କରୁଛନ୍ତି ତାହା ପରିବର୍ତ୍ତନର ଆଭାସ। ଆଉ ଏହି ମାହୋଲା ପଶ୍ଚିମବଙ୍ଗର ସମସ୍ତ ଅଞ୍ଚଳରେ ଦେଖିବାକୁ ମିଳିଛି ବୋଲି ସେ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ହୋଇଥିବା ୩୦ଟି ଆସନରେ ବିଜେପି ଭଲ ପ୍ରଦର୍ଶନ  କରିଛି ଆଗକୁ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଆସନରେ ଭଲ କରିବ ବୋଲି ଶାହ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି।

Advertisment

ଅନ୍ୟପଟେ ମମତା ବାନାର୍ଜୀ କହିଛନ୍ତି, ସେ ନନ୍ଦିଗ୍ରାମର ମା’, ଭଉଣୀଙ୍କ ସମ୍ମାନ ପାଇଁ ପ୍ରାର୍ଥୀ ହୋଇଛନ୍ତି। ନନ୍ଦିଗ୍ରାମ ଆନ୍ଦୋଳନକୁ ସମ୍ମାନ ଦେବାକୁ ଯାଇ ସେ ଏହି ଆସନରୁ ପ୍ରାର୍ଥୀ ହୋଇଛନ୍ତି ବୋଲି କହିଛନ୍ତି।

ଏପ୍ରିଲ ୧ରେ ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ବିଧାନସଭା ଆସନ ପାଇଁ ଆଜି ପ୍ରଚାରର ଅନ୍ତିମ ଦିନ। ତେଣୁ ସମସ୍ତ ଦଳ ଆଜି ନିଜ ନିଜର ଶକ୍ତି ପ୍ରଦର୍ଶନ କରି ଭୋଟରଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିଛନ୍ତି। ମୋଟ୍ ୮ଟି ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ମତଦାନ ହେବ। ମେ’ ୨ରେ ଫଳାଫଳ ପ୍ରକାଶ ପାଇବ।

West Bengal Assembly Election West Bengal Election 2021