Advertisment

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଅମିତ ଶାହ

ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନିଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି ଯେ, ଯିଏ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରିଲେନି, ସେ ପଞ୍ଜାବକୁ କେମିତି ସୁରକ୍ଷା ଦେବେ? ପଞ୍ଜାବର ଲୁଧିଆନା ସହରରେ ଆୟୋଜିତ ହୋଇଥିବା ଏକ ରାଲିକୁ ସମ୍ବୋଧିତ କରି ଗୃହମନ୍ତ୍ରୀ ଅମିତ ଶାହ ସିଧାସଳଖ ଭାବେ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇ ଯେଉଁ ମୁଖ୍ୟମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷିତ ମାର୍ଗ ଦେଇ […]

ଅଦ୍ୟତନ ହୋଇଛି
ଅମିତ୍ ଶାହଙ୍କ ଟାର୍ଗେଟରେ ଓଡ଼ିଶା: ବିଜେଡିର ଚିନ୍ତା ବଢ଼ିଲା

Amit saha

Advertisment

ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନିଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି ଯେ, ଯିଏ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରିଲେନି, ସେ ପଞ୍ଜାବକୁ କେମିତି ସୁରକ୍ଷା ଦେବେ? ପଞ୍ଜାବର ଲୁଧିଆନା ସହରରେ ଆୟୋଜିତ ହୋଇଥିବା ଏକ ରାଲିକୁ ସମ୍ବୋଧିତ କରି ଗୃହମନ୍ତ୍ରୀ ଅମିତ ଶାହ ସିଧାସଳଖ ଭାବେ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ଟାର୍ଗେଟ କରିଛନ୍ତି।

Advertisment

ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇ ଯେଉଁ ମୁଖ୍ୟମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷିତ ମାର୍ଗ ଦେଇ ପାରୁ ନାହାନ୍ତି ସେ ପଞ୍ଜାବକୁ କେମିତି ସୁରକ୍ଷା ଦେବେ ବୋଲି ସେ ପ୍ରଶ୍ନ କରିରିଛନ୍ତି । ସେ କହିଛନ୍ତି ଯେ, ଯଦି  ବିଜେପିକୁ କ୍ଷମତାକୁ ଆସେ ତେବେ ପଞ୍ଜାବରେ ୪ଟି ସହରରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଶାଖା କାର୍ଯ୍ୟାଳୟ ପ୍ରତିଷ୍ଠା ହେବ । ନିଶା କାରରୋକିବା ପାଇଁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଏକ ଟାସ୍କଫୋର୍ସ ଗଠନ ହେବ ।

ସୂଚନା ଅନୁଯାୟୀ, ଚଳିତ ବର୍ଷ ଜାନୁଆରି ୬ ତାରିଖରେ ପଞ୍ଜାବ ଗସ୍ତରେ ଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାରେ ବଡ଼ ଧରଣର ତ୍ରୁଟି ଦେଖାଦେଇଥିଲା। ପଞ୍ଜାବରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରାୟ ୧୫ ମିନିଟ୍‌ ଧରି ରାସ୍ତାରେ ଅଟକ ରଖିଥିଲେ ଚାଷୀ।  ସୁରକ୍ଷା ବ୍ୟବସ୍ଥାରେ ବିଚ୍ୟୁତିକୁ ଦୃଷ୍ଟି​‌ରେ ରଖି ଫିରୋଜପୁର ରାଲିକୁ ରଦ୍ଦ କରିଦିଆଯାଇଥିଲା।

Advertisment
Amit Shah Punjab Election Charanjit Singh Channi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe