Advertisment

କୁଚ ବିହାର ହିଂସା ଘଟଣା ପାଇଁ ଦିଦିଙ୍କୁ ଦାୟୀ କଲେ ଅମିତ ଶାହ

କୋଲକାତା: ପଶ୍ଚିମବଙ୍ଗ କୁଚ ବିହାର ହିଂସାକାଣ୍ଡକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ପ୍ରମୁଖ ରାଜନୀତିକ ଦଳ ଟିଏମସି ଏବଂ ବିଜେପି। ସିଆଇଏସଏଫ ଗୁଳିରେ ୪ ଜଣଙ୍କ ମୃତ୍ୟୁକୁ ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନରସଂହାର କହିଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଦିଦିଙ୍କ ଭାଷଣ ପାଇଁ ଏଭଳି ହୋଇଛି। ଶନିବାର (ଏପ୍ରିଲ ୧୦) ପଶ୍ଚିମବଙ୍ଗର କୁଚବିହାର ଜିଲ୍ଲାର ମଥାଭଙ୍ଗା ବ୍ଲକର ୧୨୬ ନମ୍ୱର ବୁଥରେ ସକାଳେ ଆନନ୍ଦ ବର୍ମନ ନାମକ ବିଜେପି […]

author-image
Subhransu Sekhar
ଅଦ୍ୟତନ ହୋଇଛି
ନିର୍ବାଚନ ଶେଷ ହୋଇନି, ବିଜେପି ବଙ୍ଗ ଜିତିବ ବୋଲି କହିବା ପଛର କାରଣ କ'ଣ?

amit-shah-mamata

କୋଲକାତା: ପଶ୍ଚିମବଙ୍ଗ କୁଚ ବିହାର ହିଂସାକାଣ୍ଡକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ପ୍ରମୁଖ ରାଜନୀତିକ ଦଳ ଟିଏମସି ଏବଂ ବିଜେପି। ସିଆଇଏସଏଫ ଗୁଳିରେ ୪ ଜଣଙ୍କ ମୃତ୍ୟୁକୁ ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନରସଂହାର କହିଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଦିଦିଙ୍କ ଭାଷଣ ପାଇଁ ଏଭଳି ହୋଇଛି।

Advertisment

ଶନିବାର (ଏପ୍ରିଲ ୧୦) ପଶ୍ଚିମବଙ୍ଗର କୁଚବିହାର ଜିଲ୍ଲାର ମଥାଭଙ୍ଗା ବ୍ଲକର ୧୨୬ ନମ୍ୱର ବୁଥରେ ସକାଳେ ଆନନ୍ଦ ବର୍ମନ ନାମକ ବିଜେପି ସମର୍ଥକ ଭୋଟ ଦେବାକୁ ଆସିଥିଲେ। ସେଠାରେ ସେ ହତ୍ୟାର ଶିକାର ହୋଇଥିଲେ। ମୃତକଙ୍କ ପରିବାର ଲୋକେ ହତ୍ୟା ପଛରେ ଟିଏମସିକୁ ଦାୟୀ କରିଥିଲେ। ପରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇଥିଲା। ଆଉ ସିଆଇଏସଏଫ ଭିଡକୁ ନିୟନ୍ତ୍ରଣ କରିବାକୁ ଯାଇ ଗୁଳି ଚଳାଇଥିଲା ଯେଉଁଥିରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି।

ଆଜି ଏହି ଘଟଣାରେ ମମତା ବାନାର୍ଜୀ ପ୍ରେସ କନଫେରନସ କରିଥିଲେ। ଜଣେ ସାମ୍ବାଦିକଙ୍କୁ ଭିଡିଓ କଲ କରି ମମତା ବାନାର୍ଜୀ କୁଚ ବିହାର ହିଂସାରେ ୪ ପୀଡ଼ିତ ଲୋକଙ୍କ ସହ କଥା ହୋଇଥିଲେ। ଏହି ସମୟରେ ମମତା ବାନାର୍ଜୀ ମୋଦି ସରକାରକୁ ହତ୍ୟାକାଣ୍ଡ ପାଇଁ ଦାୟୀ କରିଥିଲେ। ସୁରକ୍ଷାକର୍ମୀ ପାଦ କିମ୍ବା ଅଣ୍ଟା ତଳକୁ ଗୁଳି ଚଳାଇ ପାରିଥାନ୍ତେ ଭିଡ଼ ନିୟନ୍ତ୍ରଣ ପାଇଁ ହେଲେ ସେମାନେ ଲୋକଙ୍କ ଛାତି ଓ ବେକ ମଝିରେ ମାରିଥିଲେ ବୋଲି ମମତା କହିଛନ୍ତି। ବିଜେପି ନିର୍ବାଚନ ହାରୁଥିବାରୁ ବନ୍ଧୁକ ବ୍ୟବହାର କରୁଛି। ଟିଏମସି ବୁଲେଟର ପ୍ରତିଶୋଧ ନେବ ବୋଲି ସେ କହିଛନ୍ତି।

Advertisment

ଅନ୍ୟପକ୍ଷରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କୁଚ ବିହାରା ଘଟଣା ପାଇଁ ମମତା ବାନାର୍ଜୀଙ୍କୁ ଦାୟୀ କରିଛନ୍ତି। ଯାହା ବି ହୋଇଛି ଦୁଃଖଦ ଘଟଣା। ଏହି ଘଟଣାକୁ ଯେଉଁଭଳି ରାଜନୀତିକରଣ କରାଯାଉଛି ତାହା ଅତ୍ୟନ୍ତ ଦୁଃଖଦାୟକ। ଯେଉଁ ବୁଥରେ ଆନନ୍ଦ ବର୍ମନଙ୍କୁ ହତ୍ୟା କରାଯାଇଛି ତା ପଛରେ ଟିଏମସି। କାରଣ ସେହି ବୁଥରେ ମମତାଙ୍କ ପାଇଁ ଗୋଟିଏ ବି ଭୋଟ୍ ନାହିଁ। ଆଉ ଜନମତ ପ୍ରଭାବିତ କରିବାକୁ ଯାଇ ଦଳୀୟ ଗୁଣ୍ଡାକୁ ଲଗାଇ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲେ।

ଗୃହମନ୍ତ୍ରୀ କହିଛନ୍ତି ମମତା ଦିଦି କେବଳ ଚାରି ଜଣଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି, ହେଲେ ଆନନ୍ଦ ବର୍ମନଙ୍କ ମୃତ୍ୟୁରେ ପୀଡିତ ନୁହଁନ୍ତି। ମୃତ୍ୟୁ ସମୟରେ ମଧ୍ୟ ଭୋଟ୍ ରାଜନୀତି କରୁଛନ୍ତି। ମମତା କିଛି ଦିନ ପୂର୍ବରୁ ସମାନ ସୀତଲୁକୁଚି ଆସନରେ ଅଭିଭାଷଣ ଦେବାବେଳେ କହିଥିଲେ କେନ୍ଦ୍ରୀୟ ସୁରକ୍ଷାକର୍ମୀ ଆସିଲେ ଘେରି ଯିବାକୁ କହିଥିଲେ। ଯାହାକୁ ଟିଏମସି କର୍ମୀ କରୁଛନ୍ତି ବୋଲି ଶାହ କହିଛନ୍ତି।

West Bengal Assembly Election West Bengal Election 2021