Advertisment

ଟିଏମସିର ‘ସବୁଠାରୁ ବଡ଼ ପପୁ ଟି-ଶାର୍ଟ’ରେ ଅମିତ ଶାହଙ୍କ କାର୍ଟୁନ

କୋଲକାତା: ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି ଏବେ ବିରୋଧୀ ବିଜେପି ବିରୋଧରେ ଅଲଆଉଟ ଆକ୍ରମଣ ଆରମ୍ଭ କରିଛି। ଦଳୀୟ କର୍ମୀ ଓ ନେତାମାନଙ୍କ ପାଇଁ ଦଳ ଦୁର୍ଗାପୂଜା ପାଇଁ ସ୍ୱତନ୍ତ୍ର ଟି- ଶାର୍ଟ ତିଆରି କରାଯାଇଛି। ଏହି ଟି-ଶାର୍ଟରେ ଭାରତର ସବୁଠାରୁ ବଡ଼ ପପୁ ଲେଖାଯାଇଛି। ଏହି ଲେଖା ଉପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଫଟୋ ରହିଛି। ଏହାର ଅର୍ଥ ଅମିତ ଶାହଙ୍କୁ ଟିଏମସି ଦେଶର ସବୁଠାରୁ ବଡ଼ ପପୁ ବୋଲି ଆଖ୍ୟା ଦେଇଛି। ଏହି ଟି-ଶାର୍ଟକୁ […]

ଅଦ୍ୟତନ ହୋଇଛି
ଟିଏମସିର ‘ସବୁଠାରୁ ବଡ଼ ପପୁ ଟି-ଶାର୍ଟ’ରେ ଅମିତ ଶାହଙ୍କ କାର୍ଟୁନ

pappu

Advertisment

କୋଲକାତା: ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି ଏବେ ବିରୋଧୀ ବିଜେପି ବିରୋଧରେ ଅଲଆଉଟ ଆକ୍ରମଣ ଆରମ୍ଭ କରିଛି। ଦଳୀୟ କର୍ମୀ ଓ ନେତାମାନଙ୍କ ପାଇଁ ଦଳ ଦୁର୍ଗାପୂଜା ପାଇଁ ସ୍ୱତନ୍ତ୍ର ଟି- ଶାର୍ଟ ତିଆରି କରାଯାଇଛି। ଏହି ଟି-ଶାର୍ଟରେ ଭାରତର ସବୁଠାରୁ ବଡ଼ ପପୁ ଲେଖାଯାଇଛି। ଏହି ଲେଖା ଉପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଫଟୋ ରହିଛି।

Advertisment

ଏହାର ଅର୍ଥ ଅମିତ ଶାହଙ୍କୁ ଟିଏମସି ଦେଶର ସବୁଠାରୁ ବଡ଼ ପପୁ ବୋଲି ଆଖ୍ୟା ଦେଇଛି। ଏହି ଟି-ଶାର୍ଟକୁ ଅଧିକୁ ଅଧିକ ପ୍ରଚାର ପ୍ରସାର କରିବା ପାଇଁ ମଧ୍ୟ ଟିଏମସି ନିଜ କର୍ମୀମାନଙ୍କୁ କହିଛି। ଏହି ଧଳା ରଙ୍ଗର ଗଞ୍ଜିରେ ଭାତର ସବୁଠାରୁ ବଡ଼ ନାଲି ରଙ୍ଗରେ ଲେଖାଯାଇଛି ଓ କଳା ରଙ୍ଗରେ ପପୁ ଲେଖାଯାଇଛି। ଗଞ୍ଜିର ଉଭୟ ପାର୍ଶ୍ୱରେ ଅମିତ ଶାହଙ୍କ ମୁହଁର ଗୋଟିଏ କାର୍ଟୁନ ରଖାଯାଇ ଏପରି ନାରା ଦିଆଯାଇଛି।

ବିଜେପି ପୂର୍ବରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ପପୁ ବୋଲି କହି ସମାଲୋଚନା କରି ଆସୁଥିଲା। ଏବେ ଟିଏମସି ପପୁ ଶବ୍ଦକୁ ବ୍ୟବହାର କରି ଅମିତ ଶାହଙ୍କୁ ଉପହାସ କରିଛି। ଦୁର୍ଗାପୂଜା ବେଳେ ଲକ୍ଷଲକ୍ଷ ଲୋକ ପଶ୍ଚିମବଙ୍ଗର ବିଭିନ୍ନ ପେଣ୍ଡାଲକୁ ବୁଲିବାକୁ ଆସିବେ। ଏହି ସମୟରେ ଟିଏମସି ଗଞ୍ଜିଗୁଡ଼ିକର ପ୍ରଚାର ଓ ପ୍ରସାର କରିବାକୁ ଲକ୍ଷ୍ୟ ରଖିଛି।

Advertisment

ଟିଏମସିର ସାଂସଦ ଡେରେକ ଓ’ବ୍ରାଇନ କହିଛନ୍ତି, “ନିଜର କଥାକୁ ଅନ୍ୟମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଉପହାସ ହିଁ ସର୍ବଶ୍ରେଷ୍ଠ ମାଧ୍ୟମ। ଆମର ମହାସଚିବ ଅଭିଷେକ ବାନାର୍ଜୀଙ୍କ ଗୋଟିଏ ଟିପ୍ପଣୀରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏବେ ଏହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।”

କୋଇଲା ଦୁର୍ନୀତି ଘଟଣାରେ ଇଡି ସେପ୍ଟେମ୍ବର ୨ରେ ଅଭିଷେକ ବାନାର୍ଜୀଙ୍କୁ ଦୀର୍ଘ ୭ ଘଣ୍ଟା କାଳ ଜେରା କରିଥିଲା। ସେ ଇଡି କାର୍ଯ୍ୟାଳୟରୁ ବାହାରିବା ପରେ ଅମିତ ଶାହଙ୍କୁ ଭାରତର ସବୁଠାରୁ ବଡ଼ ପପୁ ବୋଲି କହିଥିଲେ। ଏହି ବୟାନର କିଛି ଘଣ୍ଟା ପରେ ତାଙ୍କ ସମ୍ପର୍କୀୟ ଭାଇ ଆକାଶ ବାନାର୍ଜୀ ଓ ଆଦିତି ସୋଶାଲ ମିଡିଆରେ ନିଜର ଫଟୋ ଶେୟାର କରିଥିଲେ। ସେମାନେ ପିନ୍ଧିଥିବା ଟି-ଶାର୍ଟରେ ଅମିତ ଶାହଙ୍କ କାର୍ଟୁନ ଥିଲା। ପପୁ ସ୍ଲୋଗାନ ଲେଖାଯାଇଥିଲା।

ଟିଏମସି ସୂତ୍ରରୁ ଜଣାପଡ଼ିଛି ଯେ ଅଭିଷେକ ବାନାର୍ଜୀ ଦଳର ଯୁବ କାର୍ଯ୍ୟକର୍ତ୍ତାଙ୍କୁ ଟି-ଶାର୍ଟର ନୂଆ ନୂଆ ଡିଜାଇନ ପ୍ରସ୍ତୁତ କରିବାକୁ କହିଛନ୍ତି। ଏଥିସହ ଗୋଟିଏ ଟି-ଶାର୍ଟର ଦାମ ୩୦୦ ଟଙ୍କାରୁ ଅଧିକ ନ ରଖିବାକୁ ପରାମର୍ଶ ଦେଇଛନ୍ତି। ସାଂସଦ ଡେରେକ କହିଛନ୍ତି, ପ୍ରାରମ୍ଭିକ ଅବସ୍ଥାରେ ଏହି ଟି-ଶାର୍ଟ କେବଳ ଅନଲାଇନରେ ମିଳୁଥିଲା।

କିନ୍ତୁ ଏବେ ମାର୍କେଟରେ ମଧ୍ୟ ଉପଲବ୍ଧ ହେଉଛି। ବର୍ତ୍ତମାନ ଟି-ଶାର୍ଟର ୩ରୁ ୪ଟି ଡିଜାଇନ ରହିଛି। ଦୁର୍ଗାପୂଜା ବେଳକୁ ଅଧିକ ଡିଜାଇନ ଉପଲବ୍ଧ ହେବ ବୋଲି ସେ କହିଛନ୍ତି। ନିଜେ ଡେରେକ ମଧ୍ୟ କୋଲାକାତାରୁ ଦିଲ୍ଲୀ ଯିବା ବେଳେ ଏହି ଟି-ଶାର୍ଟ ପରିଧାନ କରିଥିଲେ। ଏବେ ଟିଏମସିର ସମର୍ଥକମାନେ ସୋଶାଲ ମିଡିଆରେ ଟି-ଶାର୍ଟକୁ ପିନ୍ଧି ଫଟୋ ପୋଷ୍ଟ କରୁଛନ୍ତି ଓ ଅମିତ ଶାହଙ୍କୁ ଉପହାସ କରିବାରେ ଲାଗିଛନ୍ତି।


ଅନ୍ୟପକ୍ଷରେ ବିଜେପି ଏପରି ବ୍ୟକ୍ତିଗତ ଆକ୍ରମଣକୁ ନିନ୍ଦା କରିବା ସହ ଏହା ଫ୍ଲପ ହେବ ବୋଲି କହିଛି। ବିଜେପି ନେତା ରାହୁଲ ସିହ୍ନା କହିଛନ୍ତି, “ବିଜେପି ସହ ଲଢ଼େଇ କରିବାକୁ ଟିଏମସି ପାଖରେ କୌଣସି ପ୍ରସଙ୍ଗ ନାହିଁ। ତେଣୁ ସେମାନେ ବ୍ୟକ୍ତିଗତ ସ୍ତରକୁ ଯାଇ ଟାର୍ଗେଟ କରୁଛନ୍ତି। ଟିଏମସି ତା’ର ଶେଷ ସମୟ ଆଡ଼କୁ ଗତି କରୁଥିବା ଏଥିରୁ ସ୍ପଷ୍ଟ ହୋଇଛି।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe