Advertisment

ଗାଁକୁ ଯିବା ପାଇଁ ବସ୍ ଚୋରି କଲେ ଯୁବକ

ହାଇଦ୍ରାବାଦ: ଘରେ ପହଞ୍ଚିବା ପାଇଁ ଚୋରି କଲେ ବସ୍। ଆନ୍ଧ୍ର ପ୍ରଦେଶ ଭିଜାନଗରମ୍ ଜିଲ୍ଲାରୁକୁ ଆସିଛି ଏହି ଅଜବ ଘଟଣା। ଜଣେ ବ୍ୟକ୍ତି ନିଜ ଗାଁକୁ ଯିବା ପାଇଁ ଆନ୍ଧ୍ର ପ୍ରେଦେଶ ଷ୍ଟେଟ୍ ରୋଡ୍ ଟ୍ରାନ୍ସପୋର୍ଟ କୋର୍ପରେସନ୍ (APSRTC)ର ପାଲାକୋଣ୍ଡା ଡିପୋରୁ ଏକ ବସକୁ ଚୋରି କରିଛନ୍ତି ।ଗତ ସୋମବାର ସିକାକୁସମ ଜିଲ୍ଲାର ଭଙ୍ଗରା ମଣ୍ଡଲ ହେଡକ୍ୱାଟରଠାରେ ଡ୍ରାଇଭର ଜଣକ ବସକୁ ପାର୍କିଂ କରିଥିଲେ। ଯାହା ପରେ ବସ ଚୋରି ହୋଇଥିବା ସୂଚନା ମିଳିଛି । ପୁଲିସ […]

author-image
Sonali Kabi
ଅଦ୍ୟତନ ହୋଇଛି
ଗାଁକୁ ଯିବା ପାଇଁ ବସ୍ ଚୋରି କଲେ ଯୁବକ

bus

ହାଇଦ୍ରାବାଦ: ଘରେ ପହଞ୍ଚିବା ପାଇଁ ଚୋରି କଲେ ବସ୍। ଆନ୍ଧ୍ର ପ୍ରଦେଶ ଭିଜାନଗରମ୍ ଜିଲ୍ଲାରୁକୁ ଆସିଛି ଏହି ଅଜବ ଘଟଣା। ଜଣେ ବ୍ୟକ୍ତି ନିଜ ଗାଁକୁ ଯିବା ପାଇଁ ଆନ୍ଧ୍ର ପ୍ରେଦେଶ ଷ୍ଟେଟ୍ ରୋଡ୍ ଟ୍ରାନ୍ସପୋର୍ଟ କୋର୍ପରେସନ୍ (APSRTC)ର ପାଲାକୋଣ୍ଡା ଡିପୋରୁ ଏକ ବସକୁ ଚୋରି କରିଛନ୍ତି ।ଗତ ସୋମବାର ସିକାକୁସମ ଜିଲ୍ଲାର ଭଙ୍ଗରା ମଣ୍ଡଲ ହେଡକ୍ୱାଟରଠାରେ ଡ୍ରାଇଭର ଜଣକ ବସକୁ ପାର୍କିଂ କରିଥିଲେ। ଯାହା ପରେ ବସ ଚୋରି ହୋଇଥିବା ସୂଚନା ମିଳିଛି ।

Advertisment

ପୁଲିସ ରିପୋର୍ଟ ଅନୁଯାୟୀ, ଏହା ହେଉଛି ଏକ ସ୍କୁଲ ବସ୍‌।  ଏହି ବସଟି  ଛାତ୍ରଛାତ୍ରୀ ରାଜାମରୁ ଗାଁରୁ ନେଇ ଭଙ୍ଗରାକୁରେ ପହଞ୍ଚିଥିଲା। ବସ୍ ଡ୍ରାଇଭର ବସକୁ ପାର୍କିଂ କରି ପଳାଇଥିଲେ। ହେଲେ ସକାଳେ ଆଉ ବସ ସେଠାରେ ନଥିଲା। ଯାହାକୁ ନେଇ ସେ ଡିପୋ ଅଧିକାରୀଙ୍କୁ ଜଣାଇବା ସତ୍ତ୍ୱେ ଗାଡ଼ିର କୌଣସି ପତ୍ତା ମିଳିନଥିଲା।

ଆନ୍ଧ୍ର ପ୍ରେଦେଶ ଷ୍ଟେଟ୍ ରୋଡ୍ ଟ୍ରାନ୍ସପୋର୍ଟ କୋର୍ପରେସନ୍ ପକ୍ଷରୁ  ଘଟଣାକୁ ନେଇ ଭଙ୍ଗରା ପୁଲିସ ଷ୍ଟେସନରେ ଅଭିଯୋଗ କରାଯାଇଥିଲା। ପୁଲିସ ଘଟଣାର ଛାନ୍ ଭିନ୍ ଆରମ୍ଭ କରିଥିଲା। ବହୁ ଖୋଜା ଖୋଜି ପରେ ବସଟି ରେଗିଡ଼ି ଅମାଦଲାଭାଲାସା ବ୍ଲକରେ ଥିବା ଜଣାପଡ଼ିଥିଲା। ସେହି ସ୍ଥାନରେ ପୁଲିସର ଏକ ଟିମ୍ ପହଞ୍ଚି ବସକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲେ। ପଚରାଉଚରା ପରେ ଅଭିଯୁକ୍ତ ଚୌଧୁରୀ ଶୁରେଶ ବସ୍ ଚୋରି କରିଥିବା ନିଜେ ସ୍ୱୀକାର କରିଥିଲେ।

Advertisment

ଏନେଇ ଅଭିଯୁକ୍ତ ଶୁରେଶ କହିଛନ୍ତି ଯେ, ଗାଁକୁ ଯିବାକୁ କୌଣସି ସୁବିଧା ନଥିଲା। ତେଣୁ ସେହି ସମୟରେ ଗୋଟିଏ ବସ୍ ପାର୍କିଂ ହୋଇଥିବା ଦେଖି ତାକୁ ଘରକୁ ନେଇ ପଳାଇଥିଲେ।