Advertisment

ଅନୀଲ ଦେଶମୁଖ ନିରାଶ, ମିଳିଲାନି ଜାମିନ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ପୁଣି ନିରାଶ ହୋଇଛନ୍ତି। ଆଜି ମୁମ୍ବାଇରେ ଥିବା ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କର ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଅର୍ଥାତ ସେ ଜେଲରେ ହିଁ ରହିବେ। ଦେଶମୁଖଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ପାଲାଣ୍ଡେଙ୍କ ଜାମିନ ଆବେଦନ ମଧ୍ୟ ଖାରଜ ହୋଇଛି। ହୃଦଜନିତ ରୋଗରେ ପୀଡ଼ିତ ଦେଶମୁଖ ଏବେ ମୁମ୍ବାଇର ଗୋଟିଏ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କୋର୍ଟ କହିଛନ୍ତି, ଅଭିଯୁକ୍ତଙ୍କୁ ଆବଶ୍ୟକ ଅନୁଯାୟୀ ସବୁ ପ୍ରକାରର ମେଡିକାଲ ସୁବିଧାସୁଯୋଗ ଯୋଗାଇ […]

author-image
Hemant Lenka
ଅନୀଲ ଦେଶମୁଖ ନିରାଶ, ମିଳିଲାନି ଜାମିନ

anil-deshmukh

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ପୁଣି ନିରାଶ ହୋଇଛନ୍ତି। ଆଜି ମୁମ୍ବାଇରେ ଥିବା ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କର ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଅର୍ଥାତ ସେ ଜେଲରେ ହିଁ ରହିବେ। ଦେଶମୁଖଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ପାଲାଣ୍ଡେଙ୍କ ଜାମିନ ଆବେଦନ ମଧ୍ୟ ଖାରଜ ହୋଇଛି।

Advertisment

ହୃଦଜନିତ ରୋଗରେ ପୀଡ଼ିତ ଦେଶମୁଖ ଏବେ ମୁମ୍ବାଇର ଗୋଟିଏ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କୋର୍ଟ କହିଛନ୍ତି, ଅଭିଯୁକ୍ତଙ୍କୁ ଆବଶ୍ୟକ ଅନୁଯାୟୀ ସବୁ ପ୍ରକାରର ମେଡିକାଲ ସୁବିଧାସୁଯୋଗ ଯୋଗାଇ ଦିଆଯାଇଛି। ତେଣୁ ଏଥିପ୍ରତି ଚିନ୍ତା କରିବାର କୌଣସି ଆବଶ୍ୟକ ନାହିଁ। କୋର୍ଟ ଆହୁରି କହିଛନ୍ତି, ଦେଶମୁଖଙ୍କ ମାମଲା ସହ ବିପୁଳ ପରିମାଣର ଟଙ୍କା କାରବାରର ଲିଙ୍କ ରହିଛି। ଏହା ଦେଶର ଆର୍ଥିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଛି।

ଦେଶମୁଖଙ୍କୁ ଗତବର୍ଷ ନଭେମ୍ବର ମାସରେ ଇଡି ଗିରଫ କରିଥିଲା। ଏହାପୂର୍ବରୁ ସିବିଆଇ ତାଙ୍କ ନାଁରେ ୨୦୨୧ ଏପ୍ରିଲ ମାସରେ ମାମଲା କରିଥିଲା। ଏହାର ଠିକ୍‌ ବର୍ଷକ ପରେ ଅର୍ଥାତ ୨୦୨୨ ଏପ୍ରିଲ ମାସରେ ସିବିଆଇ ତାଙ୍କୁ ହେପାଜତକୁ ନେଇ ଜେରା କରିଥିଲା। ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା।

Advertisment