Advertisment

ପରୀକ୍ଷାରେ ପଡ଼ିଛି ‘ଗଛ’ର ବିପରୀତ ଶବ୍ଦ କଣ ?

ଲକ୍ଷ୍ନୌ: ଗଛର ବିପରୀତ ଶବ୍ଦ କଣ ? ଏମିତି ପ୍ରଶ୍ନ ଶୁଣି ଆପଣଙ୍କ ଅକଲ ଗୁଡ଼ୁମ ହୋଇପାରେ।  କିନ୍ତୁ ସ୍କୁଲ ପିଲାଙ୍କୁ ଏଭଳି ଜଟିଳ ପ୍ରଶ୍ନକୁ ସାମ୍ନା କରିବାକୁ ପଡ଼ିଛି। କଥାଟି ଏକଦମ୍ ସତ। ଅତି ଅଦ୍ଭୁତ ଏବଂ ଉଦ୍ଭଟ ଲାଗୁଥିବା ଏହି ପ୍ରଶ୍ନ ଉତ୍ତରପ୍ରଦେଶର ପିଲାଙ୍କ ପରୀକ୍ଷାରେ ପଡ଼ିଛି। ପିଲାଙ୍କ ବାର୍ଷିକ ପରୀକ୍ଷାରେ ଏହି ପ୍ରାଶ୍ନକୁ ନେଇ ଏଭେବ ସବୁଠି ଚର୍ଚ୍ଚା। ପ୍ରାୟାଗରାଜରେ ପଞ୍ଚମ ଶ୍ରେଣୀ ବାର୍ଷକ ପରୀକ୍ଷାରେ ଗଛର ହିନ୍ଦୀ ଶବ୍ଦ ‘ପେଡ୍‌’ର ବିପରୀତ […]

ଅଦ୍ୟତନ ହୋଇଛି
‘ଗ୍ରୀଷ୍ମ ମୁକାବିଲା ପାଇଁ ସ୍କୁଲରେ ପିଇବା ପାଣି ଓ ଓଆରଏସ୍‌ ମହଜୁଦ ରଖ’  

School

Advertisment

ଲକ୍ଷ୍ନୌ: ଗଛର ବିପରୀତ ଶବ୍ଦ କଣ ? ଏମିତି ପ୍ରଶ୍ନ ଶୁଣି ଆପଣଙ୍କ ଅକଲ ଗୁଡ଼ୁମ ହୋଇପାରେ।  କିନ୍ତୁ ସ୍କୁଲ ପିଲାଙ୍କୁ ଏଭଳି ଜଟିଳ ପ୍ରଶ୍ନକୁ ସାମ୍ନା କରିବାକୁ ପଡ଼ିଛି। କଥାଟି ଏକଦମ୍ ସତ। ଅତି ଅଦ୍ଭୁତ ଏବଂ ଉଦ୍ଭଟ ଲାଗୁଥିବା ଏହି ପ୍ରଶ୍ନ ଉତ୍ତରପ୍ରଦେଶର ପିଲାଙ୍କ ପରୀକ୍ଷାରେ ପଡ଼ିଛି। ପିଲାଙ୍କ ବାର୍ଷିକ ପରୀକ୍ଷାରେ ଏହି ପ୍ରାଶ୍ନକୁ ନେଇ ଏଭେବ ସବୁଠି ଚର୍ଚ୍ଚା।

Advertisment

ପ୍ରାୟାଗରାଜରେ ପଞ୍ଚମ ଶ୍ରେଣୀ ବାର୍ଷକ ପରୀକ୍ଷାରେ ଗଛର ହିନ୍ଦୀ ଶବ୍ଦ ‘ପେଡ୍‌’ର ବିପରୀତ ଶବ୍ଦ ଲେଖିବାକୁ  ପ୍ରାଶ୍ନ ଆସିଛି। ସେହିପରି  ଭାଦୋହି ଜିଲ୍ଲାରେ  ସପ୍ତମ ଶ୍ରେଣୀ ପାଇଁ  ‘୬୦’ ବିପରୀତ ଶବ୍ଦ ଲେଖିବାକୁ କୁହାଯାଛି।  ଛୋଟ ପିଲାଙ୍କ ପାଇଁ ପରୀକ୍ଷାରେ ଏମିତି ଅଦ୍ଭୁତ ପ୍ରଶ୍ନ ପତ୍ରକୁ ନେଇ ବିବାଦ ଉଠିଛି। ଶିକ୍ଷା ବିଭାଗର ମନମୁଖୀ ଏବଂ ଖାମଖିଆଲିକୁ ନେଇ ଅଭିଭାବକ  ଏବଂ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। କେବଳ ସେତିକି ନୁହେଁ  ପ୍ରାଥମିକ ପିଲାଙ୍କ ପାଇଁ ପରୀକ୍ଷାରେ ଏମିତି ବହୁ ତ୍ରୁଟି ସାମ୍ନାକୁ ଆସିଛି।

ବିଭିନ୍ନ ଆଡ଼ୁ ସମାଲୋଚନାର ଶିକାର ହେବା ପରେ ଏହି ପ୍ରସଙ୍ଗରେ ସଫେଇ ଦେଇନ୍ତି  ଉତ୍ତରପ୍ରଦେଶ ଗଣ ଶୀକ୍ଷା ନିର୍ଦ୍ଦେଶକ ଅନାମିକା ସିଂହ।  ସେ କହିଛନ୍ତି ଯେ, କୋଭିଡ୍‌ ଏବଂ ନିର୍ବାଚନ ସତ୍ତ୍ୱେ ୨ ବର୍ଷ ପରେ ଆମେ ବିଦ୍ୟାଳୟରେ ବାର୍ଷିକ ପରୀକ୍ଷା ପରିଚାଳନା କରିପାରିଛୁ।  ତେବେ ପ୍ରଶ୍ନପତ୍ରରେ ବିଭ୍ରାଟ ନେଇ ମୁଁ ୟୁପିବିଇସିକୁ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛି। ଉତ୍ତରପ୍ରଦେଶରେ ୧.୩ ଲକ୍ଷ ସରକାରୀ ପ୍ରାଇମେରୀ ସ୍କୁଲରେ ୧.୬ କୋଟି ପିଲା ଅଧ୍ୟୟନ କରୁଛନ୍ତି। ତେବେ ଏହାଏକ  ମୁଦ୍ରଣଜନିତ ତ୍ରୁଟି ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

Advertisment
Indian Education System
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe