Advertisment

ଝିଅ ବିଷୟରେ କହିଥିବା ୩ କଂଗ୍ରେସ ନେତାଙ୍କୁ ଲିଗାଲ ନୋଟିସ୍‌ ପଠାଇଲେ ସ୍ମୃତି

ନୂଆଦିଲ୍ଲୀ: ଆକ୍ସନମୁଡ୍‌ରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ନିଜ ଝିଅ ନାମରେ କଂଗ୍ରେସ ପକ୍ଷରୁ ଆପତ୍ତିଜନକ ଅଭିଯୋଗ ଆସିବା ପରେ ଖପ୍ପା ହୋଇଛନ୍ତି ସ୍ମୃତି ଇରାନୀ। ନିଜ ଝିଅ ବିରୋଧରେ ବେଆଇନ ବାର ଚଳାଇବାର  ଅଭିଯୋଗ ଆଣିଥିବା କଂଗ୍ରେସ ନେତାଙ୍କୁ ଆଇନଗତ ନୋଟିସ୍‌ ପଠାଇଛନ୍ତି ସ୍ମୃତି । ଏହି ୩ ଜଣ କଂଗ୍ରେସ ନେତା ହେଲେ ପୱନ ଖେରା, ଜୟରାମ ରମେଶ ଏବଂ ନେତା ଡିସୋଜା। ସେହିପରି ନୋଟିସରେ ନିଃସର୍ତ୍ତ କ୍ଷମା ଦାବି କରିଛନ୍ତି ସ୍ମୃତି। ଏଥିସହ ସେମାନେ […]

ହଜ୍‌ ଯାତ୍ରା ପାଇଁ କୋଟା ବ୍ୟବସ୍ଥା  ଉଚ୍ଛେଦ ନେଇ କଣ କହିଲେ ସ୍ମୃତି ଇରାନୀ

smruti-Irani

Advertisment

ନୂଆଦିଲ୍ଲୀ: ଆକ୍ସନମୁଡ୍‌ରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ନିଜ ଝିଅ ନାମରେ କଂଗ୍ରେସ ପକ୍ଷରୁ ଆପତ୍ତିଜନକ ଅଭିଯୋଗ ଆସିବା ପରେ ଖପ୍ପା ହୋଇଛନ୍ତି ସ୍ମୃତି ଇରାନୀ। ନିଜ ଝିଅ ବିରୋଧରେ ବେଆଇନ ବାର ଚଳାଇବାର  ଅଭିଯୋଗ ଆଣିଥିବା କଂଗ୍ରେସ ନେତାଙ୍କୁ ଆଇନଗତ ନୋଟିସ୍‌ ପଠାଇଛନ୍ତି ସ୍ମୃତି । ଏହି ୩ ଜଣ କଂଗ୍ରେସ ନେତା ହେଲେ ପୱନ ଖେରା, ଜୟରାମ ରମେଶ ଏବଂ ନେତା ଡିସୋଜା। ସେହିପରି ନୋଟିସରେ ନିଃସର୍ତ୍ତ କ୍ଷମା ଦାବି କରିଛନ୍ତି ସ୍ମୃତି। ଏଥିସହ ସେମାନେ ତାଙ୍କ ଝିଅଙ୍କ  ବିଷୟରେ ଦେଇଥିବା ବୟାନ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି ।

Advertisment

ତାଙ୍କ ଝିଅଙ୍କ ବିରୋଧରେ ଆସିଥିବା ମିଥ୍ୟା ଅଭିଯୋଗ ତାଙ୍କ ସମ୍ମାନରେ ଆଞ୍ଚ ଆଣିଛି।  ଜଣେ ମନ୍ତ୍ରୀ ହିବାସରେ ତାଙ୍କର ସାମାଜିକ ସମ୍ମାନ ଥିବା ବେଳେ ସେ ପବ୍ଲିକ ଲାଇଫରେ ରହୁଛନ୍ତି। ଏଥିସହ ତାଙ୍କ ଝିଅଙ୍କର ମଧ୍ୟ ମାନହାନି ହୋଇଥିବା ନୋଟିସରେ କହିଛନ୍ତି । ଅନ୍ୟପଟେ  କଂଗ୍ରେସ ସଭାପତି ଅମିତ ପାଟକର କହିଛନ୍ତି ଯେ, ଗୋଆର ଏକ ରେଷ୍ଟୁରାଣ୍ଟର ବାର ଲାଇସେନ୍ସ ମୃତ ବ୍ୟକ୍ତିଙ୍କ ନାମରେ ଆବେଦନ କରାଯାଇଛି।

ଗୋଆରେ ସ୍ମୃତି ଇରାନୀଙ୍କ ଝିଅ ବେଆଇନ ବାର ଚଳାଉଛନ୍ତି।  କଂଗ୍ରେସ ପକ୍ଷରୁ ଏହି ଅଭିଯୋଗ ଆସିବା ପରେ ଭାବପ୍ରବଣ ହୋଇ କାନ୍ଦି ପକାଇଥିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସ୍ମୃତି କରିଛନ୍ତି ମୁଁ ଗାନ୍ଧି ପରିବାର ବିରୋଧରେ କହିବାରୁ ମୋତେ କଂଗ୍ରେସ ପକ୍ଷରୁ ଉଦ୍ଦଶ୍ୟ ମୂଳକ ଭାବେ ଟାର୍ଗେଟ କରାଯାଇଛି। ମୋ ଝିଅକୁ ବିନା କାରଣରେ  ଅପମାନ କରାଯାଇଚଛି। ସେ କହିଥିଲେ ଯେ, ମୁଁ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବି। ମିଥ୍ୟା ଅଭିଯୋଗକାରୀଙ୍କୁ ମୁଁ କୋର୍ଟରେ ଜବାବ ଦେବି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe