Advertisment

ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ହାଇକୋର୍ଟରେ ଆବେଦନ

ନୂଆଦିଲ୍ଲୀ: ଦିଲ୍ଲୀର ଜଣେ ମୃତ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କ ପରିଚୟ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉଜାଗର କରିଛନ୍ତି। ତେଣୁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି ହେବା ଦରକାର। ଏଭଳି ଏକ ଆବେଦନ ହୋଇଛି ଦିଲ୍ଲୀ ହାଇକୋର୍ଟରେ। ଅନ୍ୟପଟେ ରାହୁଲ ଗାନ୍ଧୀଙ୍କ ଟ୍ୱିଟର ଆକାଉଣ୍ଟ ଏହି କାରଣରୁ ଅସ୍ଥାୟୀ ଭାବରେ ସସପେଣ୍ଡ ହୋଇଥିବା ଜଣାପଡ଼ିଛି। ଯଦିଓ ରାହୁଲଙ୍କ ଆକାଉଣ୍ଟରୁ ସେହି ପୋଷ୍ଟକୁ ଟ୍ୱିଟର ଇଣ୍ଡିଆ ହଟାଇ ଦେଇଛି। ହେଲେ ଏବେ ବି କଂଗ୍ରେସ ପାର୍ଟିର ଟ୍ୱିଟର […]

ପ୍ରତିରକ୍ଷା କମିଟିର ବୈଠକରୁ ଉଠି ଆସିଲେ ରାହୁଲ ଗାନ୍ଧି

Rahul-Gandhi

Advertisment

ନୂଆଦିଲ୍ଲୀ: ଦିଲ୍ଲୀର ଜଣେ ମୃତ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କ ପରିଚୟ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉଜାଗର କରିଛନ୍ତି। ତେଣୁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି ହେବା ଦରକାର। ଏଭଳି ଏକ ଆବେଦନ ହୋଇଛି ଦିଲ୍ଲୀ ହାଇକୋର୍ଟରେ। ଅନ୍ୟପଟେ ରାହୁଲ ଗାନ୍ଧୀଙ୍କ ଟ୍ୱିଟର ଆକାଉଣ୍ଟ ଏହି କାରଣରୁ ଅସ୍ଥାୟୀ ଭାବରେ ସସପେଣ୍ଡ ହୋଇଥିବା ଜଣାପଡ଼ିଛି। ଯଦିଓ ରାହୁଲଙ୍କ ଆକାଉଣ୍ଟରୁ ସେହି ପୋଷ୍ଟକୁ ଟ୍ୱିଟର ଇଣ୍ଡିଆ ହଟାଇ ଦେଇଛି। ହେଲେ ଏବେ ବି କଂଗ୍ରେସ ପାର୍ଟିର ଟ୍ୱିଟର ହ୍ୟାଣ୍ଡେଲରେ ସେହି ଫଟୋ ରହିଥିବା ସୂଚନା ରହିଛି।

Advertisment

ସମାଜସେବୀ ମକରନ୍ଦ ସୁରେଶ ମହାଦଲେକର ଆବେଦନରେ ଦର୍ଶାଇଛନ୍ତି ଯେ ରାହୁଲ ଗାନ୍ଧୀ ପୀଡ଼ିତାଙ୍କ ପରିବାରର ଫଟୋ ଶେଆର କରିଛନ୍ତି। ଯାହାକି ନିୟମ ବିରୋଧରେ ରହିଛି। ନିୟମ ଅନୁଯାୟୀ ଜଣେ ପୀଡ଼ିତାଙ୍କ ପରିବାରର ପରିଚୟ ଉଜାଗର କରି ପାରିବେ ନାହିଁ। ଏହି ମାମଲାରେ ଅଗଷ୍ଟ ୧୧ରେ ଶୁଣାଣି ହେବ ବୋଲି ସୂଚନା ରହିଛି।

ସେହିପରି ରାହୁଲ୍ ଗାନ୍ଧୀଙ୍କ ଟ୍ୱିଟର ଆକାଉଣ୍ଟ ସସପେଣ୍ଡ ହେବା ପରେ ବିରୋଧୀ ଏହାକୁ ନେଇ ଚିରା ଚରିତ ଭାବରେ ସରକାରଙ୍କ ବିରୋଧରେ ବର୍ଷିବା ଆରମ୍ଭ କରିଛି। କେନ୍ଦ୍ର ସରକାରଙ୍କ ଚାପରେ ଟ୍ୱିଟର ରାହୁଲ ଗାନ୍ଧୀଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ନେଇଛି ବୋଲି ସେ କହିଛନ୍ତି। ତେବେ କେଉଁ କାରଣ ପାଇଁ ରାହୁଲ ଗାନ୍ଧୀଙ୍କ ଟ୍ଵିଟର ଆକାଉଣ୍ଟ ସସପେଣ୍ଡ ହୋଇଛି ସେ ନେଇ ଟ୍ୱିଟର କିଛି ପ୍ରତିକ୍ରିୟା ଦେଇ ନାହିଁ।

Advertisment

କଂଗ୍ରେସ ନେତା ରଣଦୀପ ସୁରଜେଓ୍ୱାଲା ଟ୍ୱିଟ୍ କରି କହିଛନ୍ତି, କେନ୍ଦ୍ରର ମୋଦି ସରକାର ଦଳିତ ଝିଅକୁ ନ୍ୟାୟ ଦେବା ପରିବର୍ତ୍ତେ, ଯେଉଁମାନେ ତାଙ୍କ ପ୍ରତି ଆତ୍ମୀୟତା ଦେଖାଇ ନ୍ୟାୟ ପାଇଁ ସ୍ୱର ଶାଣିତ କରୁଛନ୍ତି ସେମାନଙ୍କୁ ସ୍ୱରକୁ ଚପାଇ ଦେବା ପାଇଁ ଚେଷ୍ଟା କରୁଛନ୍ତି। ମୋଦି ଟ୍ୱିଟରକୁ ଡରାଇ ରାହୁଲ ଗାନ୍ଧୀଙ୍କ ଟ୍ୱିଟର ଆକାଉଣ୍ଟ ବନ୍ଦ କରି ଦେଇଛନ୍ତି। ହେଲେ ଦଳିତ ଝିଅଙ୍କୁ ନ୍ୟାୟ ଦେବା ପାଇଁ ଯେଉଁ ଦାବି ଉଠିଛି ତାହା କେବେ ପଛ ଘୁଞ୍ଚା ଦେବନି।

କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତା ପ୍ରେସ କନଫରେନସ କରି କହିଛନ୍ତି. ସରକାର ତାଙ୍କ ଦମନକାରୀ ନୀତି ଜରିଆରେ ପୁଲିସ ଜରିଆରେ ଟ୍ୱିଟରକୁ ଧମକାଇଛନ୍ତି। ଏହାପରେ ରାହୁଲ ଗାନ୍ଧୀଙ୍କ ଆକାଉଣ୍ଟରୁ ସେହି ପୋଷ୍ଟକୁ ଡିଲିଟ୍ କରାଯାଇଛି। ପରେ ବ୍ଲକ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe