cheetah-helicopter-crash
ଗୌହାଟି: ପୁଣି ସେନାର ଏକ ହେଲିକପ୍ଟର କ୍ରାଶ ହୋଇଛି। ଶୁକ୍ରବାର ଅରୁଣାଚଳ ପ୍ରଦେଶର ଅପର ସିଆଙ୍ଗ ଜିଲ୍ଲାରେ ସେନାର ଅତ୍ୟାଧୁନିକ ହାଲୁକା ହେଲିକପ୍ଟର କ୍ରାଶ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ ମିଗିଙ୍ଗ ଜିଲ୍ଲାରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାସ୍ଥଳକୁ ସ୍ଥଳପଥରେ କୌଣସି ଯୋଗାଯୋଗ ନଥିବା ସେନା ପକ୍ଷରୁ କୁହାଯାଇଛି। ତେବେ ଏକ ଉଦ୍ଧାରକାରୀ ଦଳକୁ ସେଠାକୁ ପଠାଯାଇଥିବା ସେନା ପକ୍ଷରୁ କୁହାଯାଇଛି।
ଏକ ଝୁଲା ପୋଲ ବ୍ୟତୀତ ଗାଁକୁ ଗମନାଗମନ ପାଇଁ କୌଣସି ମାଧ୍ୟମ ନଥିବାରୁ ଉଦ୍ଧାର କାର୍ଯ୍ୟ ପାଇଁ ଦୁଇଟି ହେଲିକପ୍ଟର ଦୁର୍ଘଟଣାସ୍ଥଳକୁ ପଠାଯାଇଛି। ସ୍ଥାନୀୟ ଗ୍ରାମବାସୀ ମଧ୍ୟ ଏହି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ଜଡିତ ଥିବା କେନ୍ଦ୍ର ଆଇନ ମନ୍ତ୍ରୀ କିରନ ରିଜିଜୁ ଟ୍ୱିଟ କରି ଲେଖିଛନ୍ତି, "ଅରୁଣାଚଳ ପ୍ରଦେଶର ଉପର ସିଆଙ୍ଗ ଜିଲ୍ଲାରେ ଭାରତୀୟ ସେନାର ଆଡଭାନ୍ସଡ ଲାଇଟ୍ ହେଲିକପ୍ଟର ଦୁର୍ଘଟଣା ସମ୍ପର୍କରେ ଖବର ଅତି ଦୁର୍ଭାଗ୍ୟଜନକ। ସମସ୍ତେ ଯେମିତି ସୁରକ୍ଷିତ ଥିବେ ଇଶ୍ୱରଙ୍କ ନିକଟରେ ମୁଁ ପ୍ରାର୍ଥନା କରୁଛି। ଅକ୍ଟୋବରରେ ଅରୁଣାଚଳ ପ୍ରଦେଶରେ ଏହା ହେଉଛି ଦ୍ୱିତୀୟ ହେଲିକପ୍ଟର ଦୁର୍ଘଟଣା। ଏହାପୂର୍ବରୁ ଚଳିତ ମାସରେ ଜଣେ ହେଲିକପ୍ଟର କ୍ରାଶ ହୋଇ ଜଣେ ପାଇଲଟ ପ୍ରାଣ ହରାଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/10/cheetah-helicopter-crash.jpg)