Advertisment

ଆଗୁଆ ନୁହେଁ ବିଳମ୍ୱରେ କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ: ମୌସୁମୀ କେରଳ ଛୁଇଁବାରେ ବିଳମ୍ୱ ହେବ। ପୂର୍ବରୁ ପାଣିପାଗ ବିଭାଗ ଅନୁମାନ କରିଥିଲା ମେ ୩୧ରେ ମୌସୁମୀ କେରଳ ଛୁଇଁବ। ଏବେ କିନ୍ତୁ ଜୁନ୍ ୨ରେ ମୌସୁମୀ କେରଳ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ରବିବାର ଅପରାହ୍ନରେ ଆଇଏମଡି କହିଛି ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ ଚଳିତ ବର୍ଷ ଜୁନ୍ ୩ ରୁ ଆରମ୍ଭ ହେବାର ସମ୍ଭାବନା ରହିଛି। ଏହାପରେ ଦେଶରେ ବର୍ଷା ଆରମ୍ଭ ହେବ। ସାଧାରଣତଃ ମୌସୁମୀ ଜୁନ୍ ୧ରେ କେରଳ ଛୁଇଁଥାଏ। […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଆଜିଠୁ ୨ ଦିନ ବର୍ଷିବ

Heavy rain

ନୂଆଦିଲ୍ଲୀ: ମୌସୁମୀ କେରଳ ଛୁଇଁବାରେ ବିଳମ୍ୱ ହେବ। ପୂର୍ବରୁ ପାଣିପାଗ ବିଭାଗ ଅନୁମାନ କରିଥିଲା ମେ ୩୧ରେ ମୌସୁମୀ କେରଳ ଛୁଇଁବ ଏବେ କିନ୍ତୁ ଜୁନ୍ ୨ରେ ମୌସୁମୀ କେରଳ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ରବିବାର ଅପରାହ୍ନରେ ଆଇଏମଡି କହିଛି ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ ଚଳିତ ବର୍ଷ ଜୁନ୍ ୩ ରୁ ଆରମ୍ଭ ହେବାର ସମ୍ଭାବନା ରହିଛି। ଏହାପରେ ଦେଶରେ ବର୍ଷା ଆରମ୍ଭ ହେବ।

Advertisment

ସାଧାରଣତଃ ମୌସୁମୀ ଜୁନ୍ ୧ରେ କେରଳ ଛୁଇଁଥାଏ। କିନ୍ତୁ ଚଳିତ ଥର ଜୁନ୍ ୧ରୁ ଦକ୍ଷିଣ-ପଶ୍ଚିମ ବାୟୁ ଧୀରେ ଧୀରେ ବୋହିବ। ତେଣୁ କେରଳରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହା ସହିତ ଜୁନ୍ ୩ର ଆସନ୍ତା ପାଞ୍ଚ ଦିନ ମଧ୍ୟରେ ଉତ୍ତର-ପୂର୍ବ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଇଏମଡି।

ରବିବାର ସକାଳ ଯାଏ ଆଇଏମଡି କହିଥିଲା ଯେ ମେ ୩୧ରୁ ମୌସୁମୀ ଆରମ୍ଭ ହେବ। ଜୁନ୍ ୫ ସୁଦ୍ଧା ଏହି ମୌସୁମୀ ବାୟୁ ଗୋଆରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଏହା ପରେ ଏହା ଧୀରେ ଧୀରେ ଉତ୍ତର ଭାରତ ଆଡକୁ ଗତି କରିବ। କର୍ଣ୍ଣାଟକରେ ଘୂର୍ଣ୍ଣିବଳୟ ଯୋଗୁଁ ଚଳିତ ବର୍ଷ ମୌସୁମୀ ବିଳମ୍ୱରେ କେରଳ ଛୁଇଁବ ବୋଲି କୁହାଯାଉଛି।

Advertisment

ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ କର୍ଣ୍ଣାଟକ ଉପକୂଳରେ ଘୂର୍ଣ୍ଣିବଳୟ ଯୋଗୁଁ ଦକ୍ଷିଣ-ପଶ୍ଚିମ ମୌସୁମୀର ଗତିପଥ ପ୍ରଭାବିତ ହୋଇଛି। ମେ ୨୧ରେ ଆଣ୍ଡାମାନ ସାଗରରେ ପହଞ୍ଚିବା ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଦକ୍ଷିଣ ପଶ୍ଚିମ ମୌସୁମୀର ଗତିପଥ ପ୍ରଭାବିତ ହୋଇଛି।

ତେବେ କେରଳରେ ମୌସୁମୀ ଆରମ୍ଭ ହେବା ପରେ ରାଜ୍ୟର କ୍ରମାଗତ ଦୁଇ ଦିନ ପାଇଁ ଲଗାତାର ୨.୫ ମିଲିମିଟର କିମ୍ବା ଅଧିକ ବର୍ଷା ହେବ ବୋଲି କୁହାଯାଉଛି। ତେବେ ଚଳିତ ବର୍ଷ ୪୦ ପ୍ରତିଶତ ଆଶା ମୌସୁମୀ ସ୍ୱାଭାବିକ ହେବ ଏବଂ ୨୧ ପ୍ରତିଶତ ସମ୍ଭାବନା ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ। ଜୁନ୍ ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ବର୍ଷା ହେବାର ଆଶଙ୍କା ରହିଛି।

Monsoon