Advertisment

ଅର୍ଶଦୀପ ସିଂହଙ୍କୁ ‌ଖଲିସ୍ଥାନୀ ସହ ଯୋଡ଼ି ଅଡ଼ୁଆରେ ଉଇକିପିଡିଆ, କେନ୍ଦ୍ରର ନୋଟିସ୍‌

ନୂଆଦିଲ୍ଲୀ:  କ୍ରିକେଟର ଅର୍ଶଦୀପ ସିଂହଙ୍କ ବିଷୟରେ ଭୁଲ ସୂଚନା ପ୍ରକାଶିତ ହୋଇଥିବା ଅଭିଯୋଗ ହୋଇଛି। ଉଇକିପିଡିଆରେ ଅର୍ଶଦୀପ ସିଂହଙ୍କ ବିଷୟରେ ଆପତ୍ତିଜନକ ତଥ୍ୟକୁ ନେଇ ଖପ୍ପା ହୋଇଛି କେନ୍ଦ୍ର। ବିଛିନ୍ନତାବାଦୀ ଖଲିସ୍ଥାନୀ ଆନ୍ଦୋଳନ ସହ ଅର୍ଶଦୀପ ସିଂହଙ୍କର ଲିଙ୍କ ଥିବା ତଥ୍ୟ ପ୍ରକାଶ ପାଇଛି। ଯାହାକୁ ନେଇ କେନ୍ଦ୍ରର ଇଲେକଟ୍ରୋନିକ୍‌ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳାୟ ଉଇକିପିଡିଆ କାର୍ଯ୍ୟନିର୍ବାହୀଙ୍କୁ ନୋଟିସ୍‌ କରିଛନ୍ତି। ଅର୍ଶଦୀପ ସିଂହଙ୍କ ବିଷୟରେ ଏହି ଭୁଲ ତଥ୍ୟ ସାମ୍ପ୍ରଦାୟିକ ସଦଭାବକୁ ବିଗାଡ଼ିଦେବା ନେଇ କେନ୍ଦ୍ର […]

ଅର୍ଶଦୀପ ସିଂହଙ୍କୁ ‌ଖଲିସ୍ଥାନୀ ସହ ଯୋଡ଼ି ଅଡ଼ୁଆରେ ଉଇକିପିଡିଆ, କେନ୍ଦ୍ରର ନୋଟିସ୍‌   

arshadeep

Advertisment

ନୂଆଦିଲ୍ଲୀ:  କ୍ରିକେଟର ଅର୍ଶଦୀପ ସିଂହଙ୍କ ବିଷୟରେ ଭୁଲ ସୂଚନା ପ୍ରକାଶିତ ହୋଇଥିବା ଅଭିଯୋଗ ହୋଇଛି। ଉଇକିପିଡିଆରେ ଅର୍ଶଦୀପ ସିଂହଙ୍କ ବିଷୟରେ ଆପତ୍ତିଜନକ ତଥ୍ୟକୁ ନେଇ ଖପ୍ପା ହୋଇଛି କେନ୍ଦ୍ର। ବିଛିନ୍ନତାବାଦୀ ଖଲିସ୍ଥାନୀ ଆନ୍ଦୋଳନ ସହ ଅର୍ଶଦୀପ ସିଂହଙ୍କର ଲିଙ୍କ ଥିବା ତଥ୍ୟ ପ୍ରକାଶ ପାଇଛି। ଯାହାକୁ ନେଇ କେନ୍ଦ୍ରର ଇଲେକଟ୍ରୋନିକ୍‌ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳାୟ ଉଇକିପିଡିଆ କାର୍ଯ୍ୟନିର୍ବାହୀଙ୍କୁ ନୋଟିସ୍‌ କରିଛନ୍ତି। ଅର୍ଶଦୀପ ସିଂହଙ୍କ ବିଷୟରେ ଏହି ଭୁଲ ତଥ୍ୟ ସାମ୍ପ୍ରଦାୟିକ ସଦଭାବକୁ ବିଗାଡ଼ିଦେବା ନେଇ କେନ୍ଦ୍ର ସନ୍ଦେହ କରୁଛି। ସେହିପରି ଅର୍ଶଦୀପ ସିଂହଙ୍କ ପରିବାରରେ ଅଶାନ୍ତି ଏବଂ ଆଇନ ଶୃଙ୍ଖଳା ପରିସ୍ଥତି ସୃଷ୍ଟ ହେବା ନେଇ କେନ୍ଦ୍ର ସନ୍ଦେହ କରିଛି। ତେଣୁ  ଏହାର ଜବାବ ରଖିବା ପାଇଁ ଉଇକିପିଡିଆ କାର୍ଯ୍ୟନିର୍ବାହୀଙ୍କୁ ନୋଟିସ୍‌ ହୋଇଛି। ତାଙ୍କୁ ଜେରା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି।

Advertisment

ଏଥିସହ ଇଣ୍ଟରନେଟର ପ୍ରମୁଖ ସୂଚନାପ୍ରଦାନକାରୀ ସଂସ୍ଥା ଉଇକିପିଡିଆ କାର୍ଯ୍ୟନିର୍ବାହୀଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇପାରା। ରବିବାର ଭାରତ-ପାକିସ୍ତାନ ମଧ୍ୟରେ ଖଳାଯାଇଥିବା ଏସିଆ କପ୍‌ରେ ଖରାପ ପ୍ରଦର୍ଶନ ପାଇଁ ସୋଶାଲ ମଡିଆରେ ତୀବ୍ର ସମାଲୋନନାର ଶିକାର ହୋଇଛନ୍ତି ଅର୍ଶଦୀପ ସିଂହ। ଉକ୍ତ ମ୍ୟାଚରେ ଏକ ଗୁରୁତ୍ୱ ପୂର୍ଣ୍ଣ କ୍ୟାଚ୍‌ ଛାଡ଼ିବାରୁ ଅର୍ଶଦୀପଙ୍କୁ ବିଭିନ୍ନ ଟାହିଟାପରା ଶୁଣିବାକୁ ମିଳିଛି। ଗତକାଲି ମ୍ୟଚର ୧୮ ଓଭରରେ ଅସିଫ୍‌ ଅଲ୍ଲିଙ୍କ କ୍ୟାଚ୍‌ ମିଶ କରିଥିଲେ  ଅର୍ସଦୀପ। ଯାହା ଭାରତ ପାଇଁ ବେଶ ଖାସ୍‌ ଥିଲା। ଗତକାଲି ୫ ଉଇକେଟରେ ଜିତିଥିଲା ପାକିସ୍ତାନ।

ଏହି ସମୟରେ ତାଙ୍କ ସମ୍ପର୍କରେ ଉଇକିପିଡିଆରେ ଭୁଲ ତଥ୍ୟ ପରିସ୍ଥିତିକୁ ଅଧିକ ସଙ୍ଗୀନ କରିପାରେ। ଖଲିସ୍ଥାନୀ ଲିଙ୍କକୁ ନେଲ ଲୋକେ ଅନେକ କିଛି କହିପାରନ୍ତି। ତେଣୁ ଏହି  ପ୍ରସଙ୍ଗକୁ  ଅତି ଗୁରୁତର ସହ ନେଇଛି କେନ୍ଦ୍ର।  ମିଳିଥିବା ସୂଚନା ଅନୁଯାୟୀ ଉଇକିପିଡିଆରେ ଥିବା ଏଡିଟ୍‌ ହିଷ୍ଟ୍ରୀକୁ ଯାଇ କେହିଜଣେ ୟୁଜର  ଅର୍ଶଦୀପ ସିଂହଙ୍କ ବିଷୟରେ ତଥ୍ୟ ବଳଦଳାଇ ଦେଇଛନ୍ତି। ଅର୍ସଦୀପଙ୍କ ସମ୍ପର୍କ ଭାରତ ବଦଳରେ ଖଲିସ୍ଥାନୀ ଲେଖାଯାଇଛି। ଅର୍ଶଦୀପ ସିଂହଙ୍କ ପ୍ରୋଫାଇଲର ଏକାଧିକ ସ୍ଥାନରେ ଖଲିସ୍ଥାନୀ ଶବ୍ଦ ବ୍ୟବହାର ହୋଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe