Advertisment

କାଲି ଅବସର ନେଇଥିଲେ, ଆଜି ନିର୍ବାଚନ କମିଶନର ହେଲେ

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନରେ ଅନ୍ୟତମ କମିଶନର ଭାବେ ନିଯୁକ୍ତି ପାଇଛନ୍ତି ଅରୁଣ ଗୋଏଲ। ଆଜି ତାଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତି ମିଳିଛି। ଶ୍ରୀ ଗୋଏଲ ଜଣେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ। ଶୁକ୍ରବାର ସେ ଅବସର ନେଇଥିଲେ। ଶନିବାର ତାଙ୍କୁ ନୂଆ ନିଯୁକ୍ତି ମିଳିଛି। ନିର୍ବାଚନ କମିଶନରରେ ମୁଖ୍ୟ କମିଶନରଙ୍କ ବ୍ୟତୀତ ଦୁଇ ଜଣ ସଦସ୍ୟ କମିଶନର ଭାବେ କାର୍ଯ୍ୟ କରିଛନ୍ତି। ତେଣୁ ଅରୁଣ ଗୋଏଲ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି। ରାଜୀବ କୁମାର […]

author-image
Hemant Lenka
କାଲି ଅବସର ନେଇଥିଲେ, ଆଜି ନିର୍ବାଚନ କମିଶନର ହେଲେ

arun

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନରେ ଅନ୍ୟତମ କମିଶନର ଭାବେ ନିଯୁକ୍ତି ପାଇଛନ୍ତି ଅରୁଣ ଗୋଏଲ। ଆଜି ତାଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତି ମିଳିଛି। ଶ୍ରୀ ଗୋଏଲ ଜଣେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ। ଶୁକ୍ରବାର ସେ ଅବସର ନେଇଥିଲେ। ଶନିବାର ତାଙ୍କୁ ନୂଆ ନିଯୁକ୍ତି ମିଳିଛି।

Advertisment

ନିର୍ବାଚନ କମିଶନରରେ ମୁଖ୍ୟ କମିଶନରଙ୍କ ବ୍ୟତୀତ ଦୁଇ ଜଣ ସଦସ୍ୟ କମିଶନର ଭାବେ କାର୍ଯ୍ୟ କରିଛନ୍ତି। ତେଣୁ ଅରୁଣ ଗୋଏଲ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି। ରାଜୀବ କୁମାର ପୂର୍ବଭଳି ମୁଖ୍ୟ ନିର୍ବାଚନ କମିଶନର ଭାବେ କାର୍ଯ୍ୟ ଜାରି ରଖିବେ। ସେହିପରି ଆଉ ଜଣେ ନିର୍ବାଚନ କମିଶନର ହେଲେ ଅନୂପ ଚନ୍ଦ୍ର ପାଣ୍ଡେ। ତୃତୀୟ ପଦଟି ୬ ମାସ ହେଲା ଖାଲି ପଡ଼ିଥିଲା।

ଆଇନ ମନ୍ତ୍ରଣାଳୟ ଗୋଟିଏ ବିଜ୍ଞପ୍ତି ଜରିଆରେ ଅରୁଣ ଗୋଏଲ ନିର୍ବାଚନ କମିଶନର ଭାବେ ନିଯୁକ୍ତି ପାଇଥିବା ସୂଚନା ଦେଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅବସର ପ୍ରାପ୍ତ ଆଇଏଏସ୍‌ ଶ୍ରୀ ଗୋଏଲଙ୍କ ନାଁ ଉପରେ ମୋହର ମାରିଛନ୍ତି। ସେ ଦାୟିତ୍ୱ ଗ୍ରହଣ କରିବା ଦିନ ଠାରୁ ତାଙ୍କ କାର୍ଯ୍ୟକାଳ ଆରମ୍ଭ ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ଶ୍ରୀ ଗୋଏଲ ହେଉଛନ୍ତି ୧୯୮୫ ବ୍ୟାଚ୍‌ର ଆଇଏଏସ୍‌ କ୍ୟାଡର।

Advertisment

ଶ୍ରୀ ଗୋଏଲ ଭାରୀ ଶିଳ୍ପ ମନ୍ତ୍ରଣାଳୟର ସଚିବ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ କାର୍ଯ୍ୟକାଳ ୨୦୨୨ ଡିସେମ୍ବର ୩୧ରେ ଶେଷ ହେବାର ଥିଲା। କିନ୍ତୁ ସେ ୧୮.୧୧.୨୦୨୨ରେ ସ୍ୱେଚ୍ଛାକୃତ ଭାବେ ସଚିବ ପଦରୁ ଅବସର ନେଇ ଯାଇଥିଲେ। ଏହାର ଦିନକ ପରେ ତାଙ୍କୁ ଦେଶର ନିର୍ବାଚନ କମିଶନର ଭାବେ ନିଯୁକ୍ତି ମିଳିଛି।

ଗୋଏଲ ଅବସର ନେଇ ସାରିଥିବାରୁ ମନ୍ତ୍ରଣାଳୟର ଓଏସ୍‌ଡି କମରନ ରିଜଭୀ ଏବେ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ରିଜଭୀ ହେଉଛନ୍ତି ୧୯୯୧ ବ୍ୟାଚ୍‌ର ଉତ୍ତର ପ୍ରଦେଶ କ୍ୟାଡର ଆଇଏଏସ୍‌ ଅଫିସର।