Advertisment

ଚୀନ୍‌ ସୀମାରୁ ଉଦ୍ଧାର ହେଲା ଅପହୃତ ଯୁବକ

ନୂଆଦିଲ୍ଲୀ: ଧରା ପଡିଲା ଚୀନ୍‌ର ଚାଲାକି। ଉଦ୍ଧାର ହେଲା ଅପହୃତ ଯୁବକ। ୫ ଦିନ ପରେ ଚୀନ୍‌ ସୀମା ଭିତରୁ ଅପହୃତ ଅରୁଣାଚଳ ପ୍ରଦେଶର ୧୭ ବର୍ଷୀୟ ଯୁବକ ମୀରାମ ତାରୋନ୍‌ ଉଦ୍ଧାର ହୋଇଛି। ଏନେଇ ଚୀନ୍‌ ସେନା ଖୋଦ୍‌ ଭାରତୀୟ ସୈନିକଙ୍କୁ ସୂଚନା ଦେଇଛି। ଏବେ ଯୁବକଙ୍କୁ ଭାରତକୁ ଫେରାଇବା ପାଇଁ ଔପଚାରିକ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ତେଜପୁରରେ ପିଆର୍‌ଓ ଡିଫେନ୍ସ ଲେଫ୍ଟିନେଣ୍ଟ କର୍ଣ୍ଣଲ ହର୍ଷବର୍ଦ୍ଧନ ପାଣ୍ଡେ ସୂଚନା ଦେଇଛନ୍ତି। ଗତ କିଛି ଦିନ […]

ଅଦ୍ୟତନ ହୋଇଛି
ଚୀନ୍‌ ସୀମାରୁ ଉଦ୍ଧାର ହେଲା ଅପହୃତ ଯୁବକ

arunachal-boy-missing-found

Advertisment

ନୂଆଦିଲ୍ଲୀ: ଧରା ପଡିଲା ଚୀନ୍‌ର ଚାଲାକି। ଉଦ୍ଧାର ହେଲା ଅପହୃତ ଯୁବକ। ୫ ଦିନ ପରେ ଚୀନ୍‌ ସୀମା ଭିତରୁ ଅପହୃତ ଅରୁଣାଚଳ ପ୍ରଦେଶର ୧୭ ବର୍ଷୀୟ ଯୁବକ ମୀରାମ ତାରୋନ୍‌ ଉଦ୍ଧାର ହୋଇଛି। ଏନେଇ ଚୀନ୍‌ ସେନା ଖୋଦ୍‌ ଭାରତୀୟ ସୈନିକଙ୍କୁ ସୂଚନା ଦେଇଛି। ଏବେ ଯୁବକଙ୍କୁ ଭାରତକୁ ଫେରାଇବା ପାଇଁ ଔପଚାରିକ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ତେଜପୁରରେ ପିଆର୍‌ଓ ଡିଫେନ୍ସ ଲେଫ୍ଟିନେଣ୍ଟ କର୍ଣ୍ଣଲ ହର୍ଷବର୍ଦ୍ଧନ ପାଣ୍ଡେ ସୂଚନା ଦେଇଛନ୍ତି।

Advertisment

ଗତ କିଛି ଦିନ ତଳେ ଭାରତ ସୀମା ଭିତରେ ପଶି ପିଏଲ୍‌ଏ ଉକ୍ତ ଯୁବକୁ ବଳ ପୂର୍ବକ ଉଠାଇ ନେଇଥିବା ଅଭିଯୋଗ ହୋଇଥିଲା। ଅରୁଣାଚଳ ପ୍ରଦେଶର ସିୟୁଙ୍ଗଲାର ଲୁଙ୍ଗଟା ଜୋର ଅଞ୍ଚଳରେ ରହୁଥିବା ଉକ୍ତ ୧୭ ବର୍ଷୀୟ ଯୁବକ ଜାନୁଆରୀ ୧୮ରୁ କଥିତ ରୂପେ ନିଖୋଜ ଥିଲେ। ଯୁବକଙ୍କ ନିଖୋଜ ହୋଇଥିବା ଖବରକୁ ଅରୁଣାଚଳ ପ୍ରଦେଶ ସାଂସଦ ତାପିର ଗାଓ ଉଠାଇଥିଲେ।

ଚୀନ୍‌ ସେନା ଉକ୍ତ ଯୁବକକୁ ବନ୍ଦି ବନାଇ ନେଇଯାଇଥିବା ସେ ଦାବି କରିଥିଲେ। ଏହା ପରେ ଭାରତୀୟ ସେନା ଏହି ଯୁବକକୁ ଖୋଜିବା ଆରମ୍ଭ କରି ଚାଇନା ସୈନିକଙ୍କୁ ଏହା ବିଷୟରେ ସୂଚନା ମାଗିଥିଲା। ପ୍ରଥମେ ଚୀନ୍ ସୈନିକମାନେ କହିଥିଲେ ଯେ ଏହି ଯୁବକଙ୍କ ବିଷୟରେ ସେମାନଙ୍କ ପାଖରେ କୌଣସି ସୂଚନା ନାହିଁ, କିନ୍ତୁ ଆଜି ଚୀନ୍ ସୈନିକମାନେ ଭାରତୀୟ ସେନାକୁ କହିଛନ୍ତି ଯେ ସେମାନଙ୍କ ଅଞ୍ଚଳରେ ଜଣେ ଯୁବକ ମିଳିଛି।

Advertisment

ଆସାମର ତେଜପୁରରେ ପ୍ରତିରକ୍ଷା ମୁଖପାତ୍ର ଲେଫ୍ଟନେଣ୍ଟ କର୍ଣ୍ଣଲ ହର୍ଷବର୍ଦ୍ଧନ ପାଣ୍ଡେ କହିଛନ୍ତି ଯେ ଅରୁଣାଚଳ ପ୍ରଦେଶର ଏକ ନିଖୋଜ ଯୁବକ ସେମାନଙ୍କୁ ମିଳିଥିବା ନେଇ ଚୀନ୍ ସେନା ସୂଚନା ଦେଇଛି। ଏହି ଯୁବକଙ୍କୁ ଭାରତ ହସ୍ତାନ୍ତର କରିବା ପାଇଁ ଉପଯୁକ୍ତ ପ୍ରକ୍ରିୟା ଆରମ୍ଭ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe