Advertisment

ଚୀନ୍‌କୁ ଭାରତର କଡା ତାଗିଦ, ଅପହୃତ ନାଗରିକଙ୍କୁ ତୁରନ୍ତ ଫେରାଅ

ନୂଆଦିଲ୍ଲୀ: ଚୀନ୍‌କୁ କଡା ତାଗିଦ କଲା ଭାରତ। ଅପହୃତ ଯୁବକଙ୍କୁ ଶୀଘ୍ର ଫେରାଇବାକୁ ଦାବି କଲା ଭାରତୀୟ ସେନା। ଅରୁଣାଚଳ ପ୍ରଦେଶରୁ ଚୀନ୍‌ର ପିପୁଲ୍ସ ଲିବରେସନ ଆର୍ମି ଦ୍ୱାରା ଅପହୃତ ଯୁବକଙ୍କ ସମ୍ପର୍କରେ ଭାରତୀୟ ସେନା ପିଏଲ୍‌ଏ ସହ ଆଲୋଚନା କରିଛି। ସୂତ୍ରରୁ ପ୍ରକାଶ ଯେ ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଭାରତୀୟ ସେନା ତୁରନ୍ତ ଚୀନ୍ ସେନା ସହିତ ଯୋଗାଯୋଗ କରିଥିଲା। ଅପହରଣ ହୋଇଥିବା ନାବାଳକକୁ ସେମାନଙ୍କ ଅଞ୍ଚଳରେ ଚିହ୍ନଟ କରିବା ଏବଂ ସ୍ଥାପିତ […]

ଅଦ୍ୟତନ ହୋଇଛି
ଚୀନ୍‌କୁ ଭାରତର କଡା ତାଗିଦ, ଅପହୃତ ନାଗରିକଙ୍କୁ ତୁରନ୍ତ ଫେରାଅ

China and india talk

Advertisment

ନୂଆଦିଲ୍ଲୀ: ଚୀନ୍‌କୁ କଡା ତାଗିଦ କଲା ଭାରତ। ଅପହୃତ ଯୁବକଙ୍କୁ ଶୀଘ୍ର ଫେରାଇବାକୁ ଦାବି କଲା ଭାରତୀୟ ସେନା। ଅରୁଣାଚଳ ପ୍ରଦେଶରୁ ଚୀନ୍‌ର ପିପୁଲ୍ସ ଲିବରେସନ ଆର୍ମି ଦ୍ୱାରା ଅପହୃତ ଯୁବକଙ୍କ ସମ୍ପର୍କରେ ଭାରତୀୟ ସେନା ପିଏଲ୍‌ଏ ସହ ଆଲୋଚନା କରିଛି।

Advertisment

ସୂତ୍ରରୁ ପ୍ରକାଶ ଯେ ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଭାରତୀୟ ସେନା ତୁରନ୍ତ ଚୀନ୍ ସେନା ସହିତ ଯୋଗାଯୋଗ କରିଥିଲା। ଅପହରଣ ହୋଇଥିବା ନାବାଳକକୁ ସେମାନଙ୍କ ଅଞ୍ଚଳରେ ଚିହ୍ନଟ କରିବା ଏବଂ ସ୍ଥାପିତ କରାଯାଇଥିବା ପ୍ରୋଟୋକଲ ଅନୁଯାୟୀ ତାଙ୍କୁ  ଫେରସ୍ତ କରିବାକୁ ସେନା କହିଛି। ଅପହରଣ ହୋଇଥିବା ଯୁବକ ଜଣକ ମିରାମ ତରୋନ ବୋଲି ଜଣାପଡିଛି।

अरुणाचल से 17 साल के लड़के के लापता होने का मामला, आर्मी ने चीनी सेना से किया हॉटलाइन पर संपर्क : सूत्र

ଅନ୍ୟପକ୍ଷରେ, ଉପର ସିଆଙ୍ଗର ଡେପୁଟି କମିଶନର ଶାସ୍ୱତ ସୌରବ କହିଛନ୍ତି, 'ଯୁବକମାନେ ସ୍ଥାନୀୟ ଶିକାରୀଙ୍କ ଏକ ଦଳରେ ଥିଲେ। ପିଏଲ୍‌ ଦ୍ୱାରା ଅପହରଣ ହୋଇଥିବା ନେଇ ଏହି ଦଳରୁ ଖସି ପଳାଇଥିବା କିଛି ଯୁବକ ଏନେଇ ଆପମୁ ସୂଚନା ଦେଇଥିଲେ। ବର୍ତ୍ତମାନ ଅପହୃତ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି। ସେପ୍ଟେମ୍ବର ୨୦୨୦ରେ ଏପରି ଏକ ଘଟଣା ସାମ୍ନାକୁ ଆସିଥିଲା। ପାଞ୍ଚ ଜଣଙ୍କୁ ଅପହରଣ କରିବାର ଏକ ସପ୍ତାହ ପରେ ପିଏଲ୍‌ ମୁକ୍ତ କରିଥିଲା।

Advertisment

ସୂଚନା ମୁତାବକ, ବୁଧବାର ଶିଆଙ୍ଗ ନଦୀ ଅଞ୍ଚଳରେ ଏହି ଘଟଣା ଘଟିଛି। ଚୀନ୍‌ ସେନା ବଳପୂର୍ବକ ଭାରତୀୟ ସୀମା ଭିତରେ ପଶି ଦୁଇ ଜଣ ନାଗରିକଙ୍କୁ ଅପରହଣ କରିନେଇଛନ୍ତି। ସେମାନଙ୍କ ମଧ୍ୟ ଜଣେ ସେନା କବଳରୁ ଖସି ପଳାଇଥିବା ବେଳେ ଏବେ ବି ଆଉ ଜଣେ ତାଙ୍କ କବଜାରେ ଅଛି। ଅପହୃତ ଯୁବକର ବୟସ ୧୭ ବର୍ଷ। ତାଙ୍କ ନାଁ ମିରାମ ତରୋନ ବୋଲି ଅରୁଣାଚଳ ପ୍ରଦେଶ ବିଜେପି ସାଂସଦ ତାପିର ଗୋଆ ସୂଚନା ଦେଇଛନ୍ତି।

https://twitter.com/ANI/status/1484031137928577024?s=20

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe