Advertisment

ଚଳନ୍ତା କାର୍‌ରେ ହୃଦ୍‌ଘାତ, ଟଳିପଡ଼ିଲେ ବିଜେପି ବିଧାୟକ

ଲକ୍ଷ୍ନୌ: ଚଳନ୍ତା କାର୍‌ରେ ହୃଦ୍‌ଘାତ। ଟଳି ପଡିଲେ ୫ ଥରର ବିଜେପି ବିଧାୟକ ଅରବିନ୍ଦ ଗିରି। ଉତ୍ତରପ୍ରଦେଶ ଲଖିମପୁର ଖେରି ଜିଲ୍ଲାର ଗୋଲା ବିଧାନସଭା ଆସନରୁ ବିଧାୟକ ଥିବା ଅରବିନ୍ଦି ଗିରିଙ୍କ ଦେହାନ୍ତ ହୋଇଛି। ସେ ଲକ୍ଷ୍ନୌର ମିଟିଂରେ ଯୋଗ ଦେବାକୁ ଯାଉଥିଲେ। ଏହି ସମୟରେ ସିଦ୍ଧୌଲି ନିକଟରେ ପହଞ୍ଚିବା ପରେ ଚଳନ୍ତା ଗାଡିରେ ତାଙ୍କୁ ହୃଦ୍‌ଘାତ ହୋଇଥିଲା। ସେଠାରୁ ତୁରନ୍ତ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅରବିନ୍ଦ ଗିରି […]

author-image
Madhupriya Mistry
ଚଳନ୍ତା କାର୍‌ରେ ହୃଦ୍‌ଘାତ, ଟଳିପଡ଼ିଲେ ବିଜେପି ବିଧାୟକ

arvind-giri BJP mla

ଲକ୍ଷ୍ନୌ: ଚଳନ୍ତା କାର୍‌ରେ ହୃଦ୍‌ଘାତ। ଟଳି ପଡିଲେ ୫ ଥରର ବିଜେପି ବିଧାୟକ ଅରବିନ୍ଦ ଗିରି। ଉତ୍ତରପ୍ରଦେଶ ଲଖିମପୁର ଖେରି ଜିଲ୍ଲାର ଗୋଲା ବିଧାନସଭା ଆସନରୁ ବିଧାୟକ ଥିବା ଅରବିନ୍ଦି ଗିରିଙ୍କ ଦେହାନ୍ତ ହୋଇଛି। ସେ ଲକ୍ଷ୍ନୌର ମିଟିଂରେ ଯୋଗ ଦେବାକୁ ଯାଉଥିଲେ। ଏହି ସମୟରେ ସିଦ୍ଧୌଲି ନିକଟରେ ପହଞ୍ଚିବା ପରେ ଚଳନ୍ତା ଗାଡିରେ ତାଙ୍କୁ ହୃଦ୍‌ଘାତ ହୋଇଥିଲା। ସେଠାରୁ ତୁରନ୍ତ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

Advertisment

ଅରବିନ୍ଦ ଗିରି ୧୯୯୪ରେ ସମାଜବାଦି ପାର୍ଟିରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ୧୯୯୫ରେ ସେ ରେକର୍ଡ ସଂଖ୍ୟକ ଭୋଟ୍ ସହିତ ନିର୍ବାଚନରେ ​​ଜିତି ଗୋଲା ମ୍ୟୁନିସିପାଲିଟି ଅଧ୍ୟକ୍ଷ ହୋଇଥିଲେ। ଏହା ପରେ, ୧୯୯୬ରେ ପ୍ରଥମ ଥର ପାଇଁ, ସପା ଟିକେଟ୍‌ରେ ୪୯ହଜାର ଭୋଟ୍ ପାଇବା ପରେ ବିଧାୟକ ହୋଇଥିଲେ।

ଏହାପରେ ୨୦୦୦ ମସିହାରେ, ସେ ପୁଣି ଗୋଲା ମ୍ୟୁନିସିପାଲିଟିର ଚେୟାରମ୍ୟାନ୍ ହୋଇଥିଲେ। ୨୦୦୨ରେ, ଅରବିନ୍ଦ ଗିରି ଦ୍ୱିତୀୟ ଥର ପାଇଁ ସମାଜବାଦି ପାର୍ଟି ଟିକେଟ୍‌ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତା’ପରେ ୨୦୦୭ରେ ସେ ୫୮ ହଜାର ଭୋଟ୍ ପାଇବା ପରେ ତୃତୀୟ ଥର ପାଇଁ ବିଧାୟକ ହୋଇଥିଲେ। ସେ ସପା ଟିକେଟ୍ ରେ ୨୦୧୨ନିର୍ବାଚନରେ ​​ମଧ୍ୟ ଜିତିଥିଲେ।

Advertisment

ତେବେ ୨୦୧୭ରେ ଅରବିନ୍ଦ ଗିରି କିନ୍ତୁ ସମାଜବାଦି ପାର୍ଟିର ସାଇକେଲରୁ ଓହ୍ଲାଇ ପଡି ବିଜେପିର ପଦ୍ମ ଧରିଥିଲେ। ବିଜେପି ତାଙ୍କୁ ଟିକେଟ୍ ଦେଇଥିଲା ଏବଂ ସେ ଗୋଲା ବିଧାନସଭାରୁ ଚତୁର୍ଥ ଥର ପାଇଁ ବିଧାୟକ ହୋଇଥିଲେ। ୨୦୨୨ ମସିହାରେ ମଧ୍ୟ ଅରବିନ୍ଦ ଗିରି ପ୍ରତିଦ୍ୱନ୍ଦ୍ୱିତା କରି ବିଜେପି ଟିକେଟରେ ଜିତିଥିଲେ।