Advertisment

ଆସ୍ଥା ଭୋଟ୍‌ ଜିତିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ସଂଖ୍ୟା ଗରିଷ୍ଠ ପ୍ରମାଣ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ଦିଲ୍ଲୀରେ ଆସ୍ଥା ଭୋଟ୍‌ ଜିତିଲା ଆପ୍‌। ବିଜେପି ବିରୋଧରେ ଘୋଡ଼ା ବେପାର ଅଭିଯୋଗ ଆଣିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଆସ୍ଥା ଭୋଟରେ ବାଜିମାତ କରିଛନ୍ତି। ଦିଲ୍ଲୀ ବିଧାନସଭାରେ ଆଜି ଆସ୍ଥା ଭୋଟ୍‌ ହୋଇଥିଲା। ୫୮ ଜଣ ବିଧାୟକ କେଜ୍ରିୱାଲଙ୍କ ଆପ୍‌ ସପକ୍ଷରେ ମତ ସାବ୍ୟସ୍ତ କରିଥିଲେ।  ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଆପର ୬୨ଜଣ ବିଧାୟକ ଅଛନ୍ତି।  ବିରୋଧୀ ବିଜେପି ପାଖରେ ୮ […]

'ଅପରେସନ୍‌ ଲୋଟସ୍‌' ବନାମ 'ଦୁର୍ନୀତି', କେଜ୍ରିୱାଲଙ୍କ ଶକ୍ତି ପ୍ରଦର୍ଶନ

Kejriwal

Advertisment

ନୂଆଦିଲ୍ଲୀ: ସଂଖ୍ୟା ଗରିଷ୍ଠ ପ୍ରମାଣ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ଦିଲ୍ଲୀରେ ଆସ୍ଥା ଭୋଟ୍‌ ଜିତିଲା ଆପ୍‌। ବିଜେପି ବିରୋଧରେ ଘୋଡ଼ା ବେପାର ଅଭିଯୋଗ ଆଣିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଆସ୍ଥା ଭୋଟରେ ବାଜିମାତ କରିଛନ୍ତି। ଦିଲ୍ଲୀ ବିଧାନସଭାରେ ଆଜି ଆସ୍ଥା ଭୋଟ୍‌ ହୋଇଥିଲା। ୫୮ ଜଣ ବିଧାୟକ କେଜ୍ରିୱାଲଙ୍କ ଆପ୍‌ ସପକ୍ଷରେ ମତ ସାବ୍ୟସ୍ତ କରିଥିଲେ।  ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଆପର ୬୨ଜଣ ବିଧାୟକ ଅଛନ୍ତି।  ବିରୋଧୀ ବିଜେପି ପାଖରେ ୮ ଜଣ ବିଧାୟକ ଅଛନ୍ତି। ଦିଲ୍ଲୀ ବିଧାନସଭାରେ ନିଜେ କେଜ୍ରିୱାଲ ଆସ୍ଥା ଭୋଟର ପ୍ରସ୍ତାବ ଆଣିଥିଲେ। ଦିଲ୍ଲୀରେ ବିଜେପି ଆପ ବିଧାୟକଙ୍କୁ କିଣିବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗ କରିଥିଲେ କେଜ୍ରିୱାଲ।  ଆପ ବିକ୍ଷାୟକଙ୍କୁ ନିଜ ସପକ୍ଷରେ ନେବାକୁ ବିଫଳ ହୋଇଥିବା ବିଜେପି ଅପରେଶନ ଲୋଟସ ଆରମ୍ଭ କରିଥିଲା।

Advertisment

କିନ୍ତୁ ବିଜେପିର ସେଇ ଯୋଜନା ବିଫଳ ହେବ ବୋଲି କେଜ୍ରିୱାଲ କହିଥିଲେ । ଏଣୁ ବିଧାନସଭାରେ ନିଜ ଦମ ଦେଖାଇବାକୁ କେଜ୍ରିୱାଲ ଆହ୍ୱାନ କରିଥିଲେ। ଏଥିପାଇଁ ନିଜେ କେଜ୍ରିୱାଲ ନିଜ ସରକାର ବିରୋଧରେ ଅନାସ୍ଥା ଭୋଟ୍‌ ପ୍ରସ୍ତାବ ଆଣିଥିଲେ। ଯେଉଁଥିରେ ଆପ ସରକାର ପୁଣି ଥରେ ନିଜର ସଂଖ୍ୟା ଗରିଷ୍ଠତା ସାବ୍ୟସ୍ତ କରିଛି ।  କେଜ୍ରିୱାଲ କହିଛନ୍ତି ଯେ, ବିଜେପି ଆପର ଜଣେ ବି ବିଧାୟକଙ୍କୁ କିଣିବାରେ ବିଫଳ ହୋଇଛି। ଆପ ପାଖରେ ୬୨ ଜଣ ବିଧାୟକ ଅଛନ୍ତି।

ସେମାନଙ୍କ ମଧ୍ୟାରୁ ୨ ଜଣ  ଏବେ ଦେଶ ବାହାରେ ଥିବା ବେଳେ  ଜଣେ ଜେଲରେ ଅଛନ୍ତି। ଚତୁର୍ଥ ନମ୍ବର ଜଣକ ହେଉଛନ୍ତି ବାଚସ୍ପତି। ଟ୍ରଷ୍ଟ ଭୋଟ ନିଜ ସପକ୍ଷରେ ପାରିତ ହେବା ପରେ ଏହି ସୂଚନା ଦେଇଛନ୍ତି କେଜ୍ରିୱାଲ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe