Advertisment

ଶାହାରୁଖ୍‌ ଖାନ୍‌ଙ୍କ ପୁଅକୁ ଗିରଫ କରି ମୁଁ କ’ଣ ଭୁଲ କରିଛି ?

ମୁମ୍ବାଇ: ମେଗାଷ୍ଟାର ଶାହରୁଖ୍ ଖାନଙ୍କ ପୁଅ ଗିରଫ ହେବା ଘଟଣାର ତଦନ୍ତ କରୁଥିବା ଏନ୍‌ସିବିର ବରିଷ୍ଠ ଅଧିକାରୀ ସମୀର ୱାଙ୍ଖଡ଼େଙ୍କ ପଛରେ ଆମର କୌଣସି ଏଜେନ୍ସି ପଡ଼ି ନାହାନ୍ତି। ଏକଥା ମହାରାଷ୍ଟ୍ର ଗୃହମନ୍ତ୍ରୀ ଦିଲୀପ ୱାଲସେ ପାଟିଲ କହିଛନ୍ତି। ସମୀର ୱାଙ୍ଖଡ଼େଙ୍କ ବିରୋଧରେ ଜାସୁସି ନେଇ ସେ ଅଭିଯୋଗ ଆଣିବା ପରେ ମନ୍ତ୍ରୀ ଏହି ସ୍ପଷ୍ଟୀକରଣ ରଖିଛନ୍ତି। ମହାରାଷ୍ଟ୍ର ଗୃହମନ୍ତ୍ରୀ ଦିଲୀପ ୱାଲସେ-ପାଟିଲ କହିଛନ୍ତି, ସମୀର ୱାଙ୍ଖଡ଼େଙ୍କୁ ଫଲୋ କରିବା ପାଇଁ ଆମେ ପୁଲିସ  କିମ୍ବା ରାଜ୍ୟ […]

author-image
Tapas Behera
ଅଦ୍ୟତନ ହୋଇଛି
ଶାହାରୁଖ୍‌ ଖାନ୍‌ଙ୍କ ପୁଅକୁ ଗିରଫ କରି ମୁଁ କ’ଣ ଭୁଲ କରିଛି ?

yio-31

ମୁମ୍ବାଇ: ମେଗାଷ୍ଟାର ଶାହରୁଖ୍ ଖାନଙ୍କ ପୁଅ ଗିରଫ ହେବା ଘଟଣାର ତଦନ୍ତ କରୁଥିବା ଏନ୍‌ସିବିର ବରିଷ୍ଠ ଅଧିକାରୀ ସମୀର ୱାଙ୍ଖଡ଼େଙ୍କ ପଛରେ ଆମର କୌଣସି ଏଜେନ୍ସି ପଡ଼ି ନାହାନ୍ତି। ଏକଥା ମହାରାଷ୍ଟ୍ର ଗୃହମନ୍ତ୍ରୀ ଦିଲୀପ ୱାଲସେ ପାଟିଲ କହିଛନ୍ତି। ସମୀର ୱାଙ୍ଖଡ଼େଙ୍କ ବିରୋଧରେ ଜାସୁସି ନେଇ ସେ ଅଭିଯୋଗ ଆଣିବା ପରେ ମନ୍ତ୍ରୀ ଏହି ସ୍ପଷ୍ଟୀକରଣ ରଖିଛନ୍ତି।

Advertisment

ମହାରାଷ୍ଟ୍ର ଗୃହମନ୍ତ୍ରୀ ଦିଲୀପ ୱାଲସେ-ପାଟିଲ କହିଛନ୍ତି, ସମୀର ୱାଙ୍ଖଡ଼େଙ୍କୁ ଫଲୋ କରିବା ପାଇଁ ଆମେ ପୁଲିସ  କିମ୍ବା ରାଜ୍ୟ ଇଣ୍ଟେଲିଜେନ୍ସକୁ କୌଣସି ପ୍ରକାର  ନିର୍ଦ୍ଦେଶ ଦେଇନାହୁଁ।  ସେ ଡିଜି ମହାରାଷ୍ଟ୍ର ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଆମେ ଏଥିପ୍ରତି ଦଷ୍ଟି ଦେବୁ ବୋଲି ସେ କହଇନ୍ତି।

ସୂଚନା ଅନୁଯାୟୀ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)ର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡେ ମହାରାଷ୍ଟ୍ର ପୁଲିସ୍‌ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ।  ସମୀର କ୍ରୁଜରେ ଚାଲିଥିବା ଡ୍ରଗ୍ସ ପାର୍ଟିରେ ଯୋଗଦେଇ ଗିରଫ ହୋଇଥିବା ବଲିଡଉ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ଘଟଣାର ତଦନ୍ତ କରୁଛନ୍ତି। ଏପରି ସ୍ଥିତିରେ ମହାରାଷ୍ଟ୍ର ପୁଲିସ୍‌ର ଦୁଇ ଜଣ କର୍ମଚାରୀ ତାଙ୍କ ଉପରେ ନଜର ରଖି ପିଛା କରୁଥିବା ସେ ଡିଜିପିଙ୍କୁ ଭେଟି ଅବଗତ କରାଇଛନ୍ତି।

Advertisment

ମିଳିଥିବା ସୂଚନା ଅନୁସାରେ, ବିଗତ ୬ ବର୍ଷ ହେଲାଣି ସମୀର ତାଙ୍କ ମା’ଙ୍କ ଅନ୍ତିମ ସଂସ୍କାର ହୋଇଥିବା ଶ୍ମଶାନକୁ ନିୟମିତ ଯାଆନ୍ତି। ସେଠାରେ ଥିବା ସମାଧିକୁ ଦର୍ଶନ କରିବା ପରେ ସେ ତାଙ୍କ ଦୈନନ୍ଦିନ କାର୍ଯ୍ୟ ଆରମ୍ଭ କରନ୍ତି। କିନ୍ତୁ ଏବେ ଓଶିୱାରା ପୁଲିସ୍‌ ଷ୍ଟେସନର ୨ ଜଣ କର୍ମଚାରୀ ତାଙ୍କ ପିଛା କରିବା ସହ ଶ୍ମଶାନ ଘାଟରୁ ସିସିଟିଭ ଫୁଟେଜକୁ ସଂଗ୍ରହ କରିଛନ୍ତି।

ସେମାନେ ସମୀରଙ୍କ ଗତିବିଧି ଉପରେ ନଜର ରଖିବାକୁ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି। କିଛି ଦିନ ହେଲାଣି ଏପରି ସର୍ଭେଲାନ୍ସରେ ସମୀର ରହିଥିବାରୁ ସେ ବାଧ୍ୟ ହୋଇ ମହରାଷ୍ଟ୍ର ଡିଜିପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହି ସମୟରେ ତାଙ୍କ ସହ ଡେପୁଟି ଡିଜି ମୁଥା ଅଶୋକ ଜୈନ ଉପସ୍ଥିତ ଥିଲେ। ସାଦା ପୋଷାକରେ କିଛି ପୁଲିସ୍‌ କର୍ମଚାରୀ ତାଙ୍କ ପିଛା କରୁଥିବା ସମୀର ଡିଜିପିଙ୍କୁ କହିଛନ୍ତି।

ପୂର୍ବରୁ ସେ ଅନେକ ପ୍ରକାରର ହାଇପ୍ରୋଫାଇଲ ଡ୍ରଗ୍ସ କାରବାର ରାକେଟର ତଦନ୍ତ କରିଥିଲେ ହେଁ କେବେ ହେଲେ ଏପରି ସର୍ଭେଲାନ୍ସର ଶିକାର ହୋଇ ନଥିଲେ। କିନ୍ତୁ ଯେବେଠାରୁ ମୁମ୍ବାଇ କ୍ରୁଜରେ ଡ୍ରଗ୍ସ କାରବାରର ପର୍ଦ୍ଦାଫାସ ହୋଇଛି, ସେବେଠାରୁ ତାଙ୍କ ଗତିବିଧି ଉପରେ ନଜର ରଖାଯାଇଥିବା ସମୀର ଡିଜିପିଙ୍କୁ କହିଛନ୍ତି।

Aryan Khan Drug Case Rave Party