Advertisment

ଶାହାରୁଖ ଖାନ୍‌ଙ୍କ ପୁଅ ଚାହିଁଲେ ଜାହାଜ କିଣିଦେବ: କୋର୍ଟରେ ଯୁକ୍ତି ରଖିଲେ ଓକିଲ

ମୁମ୍ବାଇ: ମୁନ୍‌ମୁନ୍‌ ଧମେଚା ବି ଅତିଥି ଭାବେ ନିମନ୍ତ୍ରଣ ହୋଇ ଆସିଥିଲେ। ଡ୍ରଗସ୍‌ କାରବାର ନେଇ ତାଙ୍କର ସମ୍ପୃକ୍ତି ନାହିଁ। ଏମିତି ଯୁକ୍ତି ରଖିଛନ୍ତି ମୁନ୍‌ମୁନ୍‌ଙ୍କ ଓକିଲ କାଶିଫ୍ ଅଲି ଦେଶମୁଖ। ମୁମ୍ବାଇ ସମ୍ମୁଦ୍ରରେ କ୍ରୁଜ୍‌ରୁ  ଡ୍ରଗ୍‌ସ ପାର୍ଟିରେ ଧରାପଡ଼ିଥିବା ମୁନ୍‌ମୁନ୍‌ ହେଉଛନ୍ତି ଅନ୍ୟତମ ଅଭିଯୁକ୍ତ। ଆଜି ମୁମ୍ବାଇ କୋର୍ଟରେ ମାମଲାର ଶୁଣାଣି ଚାଲିଥିବା ବେଳେ ମୁନ୍‌ମୁନ୍‌ଙ୍କ ଓକିଲ କାଶିଫ୍ ଅଲି ଦେଶମୁଖ  ପକ୍ଷ ରଖିଥିଲେ। ଦେଶମୁଖ  କହିଛନ୍ତି ଯେ, ମୁନ୍ ମୁନ୍‌ ରହୁଥିବା ରୁମ୍‌ରୁ ଏନସିବି […]

ଅଦ୍ୟତନ ହୋଇଛି
ଶାହାରୁଖ ଖାନ୍‌ଙ୍କ ପୁଅ ଚାହିଁଲେ ଜାହାଜ କିଣିଦେବ: କୋର୍ଟରେ ଯୁକ୍ତି ରଖିଲେ ଓକିଲ

Sharukha Khan and Aryan-1

Advertisment

ମୁମ୍ବାଇ: ମୁନ୍‌ମୁନ୍‌ ଧମେଚା ବି ଅତିଥି ଭାବେ ନିମନ୍ତ୍ରଣ ହୋଇ ଆସିଥିଲେ। ଡ୍ରଗସ୍‌ କାରବାର ନେଇ ତାଙ୍କର ସମ୍ପୃକ୍ତି ନାହିଁ। ଏମିତି ଯୁକ୍ତି ରଖିଛନ୍ତି ମୁନ୍‌ମୁନ୍‌ଙ୍କ ଓକିଲ କାଶିଫ୍ ଅଲି ଦେଶମୁଖ। ମୁମ୍ବାଇ ସମ୍ମୁଦ୍ରରେ କ୍ରୁଜ୍‌ରୁ  ଡ୍ରଗ୍‌ସ ପାର୍ଟିରେ ଧରାପଡ଼ିଥିବା ମୁନ୍‌ମୁନ୍‌ ହେଉଛନ୍ତି ଅନ୍ୟତମ ଅଭିଯୁକ୍ତ। ଆଜି ମୁମ୍ବାଇ କୋର୍ଟରେ ମାମଲାର ଶୁଣାଣି ଚାଲିଥିବା ବେଳେ ମୁନ୍‌ମୁନ୍‌ଙ୍କ ଓକିଲ କାଶିଫ୍ ଅଲି ଦେଶମୁଖ  ପକ୍ଷ ରଖିଥିଲେ। ଦେଶମୁଖ  କହିଛନ୍ତି ଯେ, ମୁନ୍ ମୁନ୍‌ ରହୁଥିବା ରୁମ୍‌ରୁ ଏନସିବି ଡ୍ରଗ୍ସ ଜବତ କରିଛି। ସେ କହିଛନ୍ତି ଏନସିବି ଚଢ଼ାଉର ମାତ୍ର ୫ ମିନିଟ୍ ପୂର୍ବରୁ ଉକ୍ତ ରୁମ୍‌କୁ  ଯାଇଥିଲେ ମୁନ୍‌ମୁନ୍‌। ସେଠାରେ ଆଉ ୨ ଜଣ ମଧ୍ୟ ଥିଲେ। ତେବେ କାହିଁକି ସେହି ଦୁଇ ଜଣଙ୍କୁ ଗିରଫ କରାଗଲା ନାହିଁ  ଦେଶମୁଖ ପ୍ରଶ୍ନ କରିଛନ୍ତି।

Advertisment

ସମାନ କଥା ଆର୍ଯ୍ୟନ୍‌ ଖାନ୍‌ଙ୍କ ଓକିଲ ସତୀଶ ମନସିନ୍ଦେ ମଧ୍ୟ କହିଛନ୍ତି। ସେ ଯୁକ୍ତି ଦର୍ଶାଇଛନ୍ତି ଯେ, ଆର୍ଯ୍ୟନ ମଧ୍ୟ ନିମନ୍ତ୍ରଣ ଅତିଥି ଥିଲେ। ଜାହାଜରେ ଆର୍ଯ୍ୟନ୍‌ ଖାନ୍‌ ନିଶା କାରବାରରେ ଲିପ୍ତ ହେବା କୌଣସି କାରଣ ନାହିଁ । ସେ ଚାହିଁଲେ ପୂରା ଜାହାଜକୁ କିଣି ଦେବେ ବୋଲି କହିଛନ୍ତି। ସତୀଶ ଦାବି କରିଛନ୍ତି ଯେ ଆର୍ଯ୍ୟନଙ୍କୁ ଯାଞ୍ଚ ବେଳେ ପୁଲିସ୍‌ ତାଙ୍କ ନିକଟରୁ ଡ୍ରଗ୍ସ ପାଇ ନାହିଁ। କେବଳ ହ୍ୱାଟସ୍‌ ଆପ୍‌ର ଚାଟ୍ ଉପରେ ଆଧାର କରି ତାଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଛି। କିନ୍ତୁ ଗିରଫ ଅଭିଯୁକ୍ତମାନେ ଡ୍ରଗ୍ସ ସପ୍ଲାୟରଙ୍କ ସହ ଯୋଗାଯୋଗରେ ଥିଲେ ବୋଲି ଏନସିବି ପକ୍ଷରୁ କୁହାଯାଇଛି। ଏପରିକି ସେମାନଙ୍କ ପ୍ରଥମ ଦିନରେ ଚାଟ୍ ପୁନରୁଦ୍ଧାର ହୋଇଥିବା ଏନସିବି ପକ୍ଷରୁ କୁହାଯାଇଛି।

ଏହାରି ଭିତରେ ଡ୍ରଗସ୍‌ ମାମଲାରେ ଗିରଫ ହୋଇଥିବା  ଶାହାରୁଖ୍‌ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନଙ୍କ ସହ ୭ଜଣଙ୍କ ଜାମିନ ଆବେଦନ ଖାଜର କରିଦେଛନ୍ତି ମୁମ୍ବାଇ କୋର୍ଟ। ସମସ୍ତ ଅଭିଯୁକ୍ତଙ୍କୁ ଅକ୍ଟୋବର ୭ ଯାଏ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛି। ଏନ୍‌ସିବି ୧୧ ତାରରିଖ ଯାଏ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। କିନ୍ତୁ କୋର୍ଟ ଆର୍ଯ୍ୟନଙ୍କ ସହ ଅନ୍ୟ ୭ ଜଣ ଅଭିଯୁକ୍ତଙ୍କୁ ୩ଦିନିଆ ରିମାଣ୍ଡରେ ପଠାଇଛନ୍ତି। ଶନିବାର ରାତିରେ ସମସ୍ତ ଅଭିଯୁକ୍ତଙ୍କୁ ଏନସିବି ଅଧିକାରୀମାନ ମୁମ୍ବାଇର ଏକ କ୍ରୁଜ୍‌ରୁ ଗିରଫ କରିଥିଲେ। ଏହା ପରେ ସେମାନଙ୍କୁ କୋର୍ଟରେ ହାଜର କରାଯାଇ ଦିନିକିଆ ରିମାଣ୍ଡରେ ନିଆଯାଇଥିଲା। ଆଜି ରିମାଣ୍ଡ ଅବଧି ସରୁଥିବାରୁ ଅଧିକ ଜେରା ପାଇଁ ଏନ୍‌ସିବି କୋର୍ଟରେ ଆବେଦନ କରିଥିଲା।

Advertisment
Aryan Khan Drug Case NCB Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe