Advertisment

ଆର୍ଯ୍ୟନଙ୍କ ଜାମିନ୍‌ ଖାରଜ୍: ୭ ଯାଏ ରିମାଣ୍ଡରେ ନେବ ଏନ୍‌ସିବି

ମୁମ୍ବାଇ: ଡ୍ରଗସ୍‌ ମାମଲାରେ ଫସିଥିବା ଶାହାରୁଖ୍‌ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ଙ୍କ ଜାମିନ୍‌ ଖାରଜ ହୋଇଛି।  ଏଥିସହ ଆର୍ଯ୍ୟନଙ୍କୁ ଅକ୍ଟୋବର ୭ ଯାଏ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି।  ଏନ୍‌ସିବି ୧୧ ତାରରିଖ ଯାଏ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। କିନ୍ତ କୋର୍ଟ ଆର୍ଯ୍ୟନଙ୍କ ସହ ଅନ୍ୟ ୭ ଜଣ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ପଠାଇଛନ୍ତି। ଶନିବାର ରାତିରେ ସମସ୍ତ ଅଭିଯୁକ୍ତଙ୍କୁ ଏନସିବି ଅଧିକାରୀମାନ ମୁମ୍ବାଇର ଏକ କ୍ରୁଜ୍‌ରୁ ଗିରଫ କରିଥିଲେ। ଏହା […]

ଅଦ୍ୟତନ ହୋଇଛି
ଆର୍ଯ୍ୟନ ପୁଣି ନିରାଶ, ମନ୍ନତ ଫେରିବା ଆଶା ମଉଳିଲା

aryan-khan

Advertisment

ମୁମ୍ବାଇ: ଡ୍ରଗସ୍‌ ମାମଲାରେ ଫସିଥିବା ଶାହାରୁଖ୍‌ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ଙ୍କ ଜାମିନ୍‌ ଖାରଜ ହୋଇଛି।  ଏଥିସହ ଆର୍ଯ୍ୟନଙ୍କୁ ଅକ୍ଟୋବର ୭ ଯାଏ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି।  ଏନ୍‌ସିବି ୧୧ ତାରରିଖ ଯାଏ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। କିନ୍ତ କୋର୍ଟ ଆର୍ଯ୍ୟନଙ୍କ ସହ ଅନ୍ୟ ୭ ଜଣ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ପଠାଇଛନ୍ତି। ଶନିବାର ରାତିରେ ସମସ୍ତ ଅଭିଯୁକ୍ତଙ୍କୁ ଏନସିବି ଅଧିକାରୀମାନ ମୁମ୍ବାଇର ଏକ କ୍ରୁଜ୍‌ରୁ ଗିରଫ କରିଥିଲେ। ଏହା ପରେ ସେମାନଙ୍କୁ କୋର୍ଟରେ ହାଜର କରାଯାଇ ଦିନିକିଆ ରିମାଣ୍ଡରେ ନିଆଯାଇଥିଲା। ଆଜି ରିମାଣ୍ଡ ଅବଧି ସରୁଥିବାରୁ ଅଧିକ ଜେରା ପାଇଁ ଏନ୍‌ସିବି କୋର୍ଟରେ ଆବେଦନ କରିଥିଲା।

Advertisment

ମୁମ୍ବାଇ କୋର୍ଟରେ  ଶୁଣାଣି ବେଳେ ଏନ୍‌ସିବି ପକ୍ଷରୁ  ଆର୍ଯ୍ୟନ ଓ ଅନ୍ୟ ଅଭିଯୁକ୍ତଙ୍କ ଅନ୍ତର୍ଜାତୀୟ ଲିଙ୍କ୍ ବିଷୟରେ କୋର୍ଟଙ୍କୁ ଅବଗତ କରାଯାଇଥିଲା। ରିମାଣ୍ଡ ଅବେଦନକୁ ଆର୍ଯ୍ୟନଙ୍କ ଓକିଲ ବିରୋଧ କରିଥିବା ବେଳେ କୋର୍ଟଙ୍କ ଉପରେ ପ୍ରଭାବ ପାକଇ ପାରିନଥିଲା।

କୋର୍ଟ କହିଛନ୍ତି ଯେ, ଏହି ଘଟଣାରେ ଅନୁସନ୍ଧାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସତ ଜାଣିବା ପାଇଁ ଅଭିଯୁକ୍ତଙ୍କୁ ଏନସିବିର ପଚରାଉଚରା ଜରୁରୀ। ସେଥିପାଇଁ ଅକ୍ଟୋବର ୭ପର୍ଯ୍ୟନ୍ତ ଆର୍‌ୟନ୍‌ ଖାନ ଏବଂ ଏହି ମାମଲାରେ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତଙ୍କୁ ଏନସିବି ହେପାଜତକୁ ପଠାଯାଉଛି। ଅଦାଲତରେ ଶୁଣାଣି ସମୟରେ ଆର୍ଯ୍ୟନ ଖାନଙ୍କ ଓକିଲ ସତୀଶ ମନେଶିନ୍ଦେ ଯୁକ୍ତି କରିଥିଲେ ଯେ, ଯଦିଓ ମାମଲା ଜାମିନ ବିହୀନ, ତଥାପି ଏହାକୁ ସମର୍ଥନ କରିବା ପାଇଁ ତଥ୍ୟ ଏବଂ ପ୍ରମାଣ ରହିବା ଉଚିତ୍। ଆର୍ଯ୍ୟନଙ୍କ ହ୍ୱାଟସଆପ ଚାଟରେ ଆନ୍ତର୍ଜାତୀୟ ଡ୍ରଗ୍ ରାକେଟ୍ ସହ ଜଡିତ ତଥ୍ୟ ମିଳିବା ନେଇ ମନେଶିନ୍ଦେ କହିଛନ୍ତି ଯେ, ଏନ୍‌ସିବି ଅତ୍ୟଧିକ ଗୁରୁତର ଅଭିଯୋଗ କରୁଛନ୍ତି। କିନ୍ତୁ ଏନେଇ ପ୍ରମାଣ ଥିବା ଦରକାର। ଅଦାଲତ ଆର୍ଯ୍ୟନଙ୍କ ଚାଟ୍ ଦେଖିପାରିବେ। ସେଥିରେ ସେ ଡ୍ରଗ୍ ବିଷୟରେ କଥା ହୋଇନାହାନ୍ତି। ଅନ୍ୟଠାରୁ ଜବତ କରାଯାଇଥିବା ଜିନିଷ ଆର୍ଯ୍ୟନଙ୍କ ବିରୋଧରେ ବ୍ୟବହାର କରାଯାଇପାରିବ ନାହିଁ।

Advertisment

ଅନ୍ୟପକ୍ଷ‌ରେ ଆର୍ଯ୍ୟନ୍‌ କହିଛନ୍ତି ଯେ, ମୁଁ ଏନସିବି ଅଫିସରଙ୍କୁ ଦେଖି ଖସିଯିବାକୁ ଚେଷ୍ଟା କରିନଥିଲି। ତାଙ୍କୁ ଯାଞ୍ଚରେ ସହଯୋଗ କରିବା ସହ ଭଲ ବ୍ୟବହାର କରିଥିଲି। ସେଥିପାଇଁ ମୋତେ ସେମାନଙ୍କ ହେପାଜତକୁ ପଠାଯିବା ଉଚିତ ନୁହେଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe