Advertisment

ବାତ୍ୟା ପୂର୍ବରୁ ଆସିଲା ଟର୍ଣ୍ଣାଡୋ: ଭାଙ୍ଗିଲା ୮୦ ଘର, ପ୍ରାଣ ହରାଇଲେ ୨ ଜଣ

କୋଲକାତା: ଅତି ଭୀଷଣ ରୂପ ଧାରଣ କରି ସ୍ଥଳ ଭାଗକୁ ବାତ୍ୟା ୟାସ ମାଡ଼ି ଆସୁଛି। ଏହି ଝଡ଼ର ପଦଧ୍ୱୀନ ଓଡ଼ିଶା ବ୍ୟତୀତ ପଶ୍ଚିମବଙ୍ଗରେ ମଧ୍ୟ ଦେଖିବାକୁ ମିଳିଛି। ଆଜି ଅପରାହ୍ନରେ ପଶ୍ଚିମବଙ୍ଗରେ ଭୟଙ୍କର ଟର୍ଣ୍ଣାଡୋ ବା ଖଣ୍ଡିଆଭୂତ ଦେଖିବାକୁ ମିଳିଛି। ସମୁଦ୍ର ଭିତରୁ ସ୍ଥଳ ଭାଗକୁ ମାଡ଼ି ଆସିଥିବା ଏହି ଟର୍ଣ୍ଣାଡୋ ଯୋଗୁ ୮୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ବିଜୁଳି ସଂସ୍ପର୍ଶରେ ଆସି ୨ ଜଣଙ୍କ ମୃତ୍ୟୁ ଘଟିଛି। ବେଙ୍ଗଲର ହୁଗୁଳି ଓ […]

author-image
Hemant Lenka
ଅଦ୍ୟତନ ହୋଇଛି
ବାତ୍ୟା ପୂର୍ବରୁ ଆସିଲା ଟର୍ଣ୍ଣାଡୋ: ଭାଙ୍ଗିଲା ୮୦ ଘର, ପ୍ରାଣ ହରାଇଲେ ୨ ଜଣ

tornado

କୋଲକାତା: ଅତି ଭୀଷଣ ରୂପ ଧାରଣ କରି ସ୍ଥଳ ଭାଗକୁ ବାତ୍ୟା ୟାସ ମାଡ଼ି ଆସୁଛି। ଏହି ଝଡ଼ର ପଦଧ୍ୱୀନ ଓଡ଼ିଶା ବ୍ୟତୀତ ପଶ୍ଚିମବଙ୍ଗରେ ମଧ୍ୟ ଦେଖିବାକୁ ମିଳିଛି। ଆଜି ଅପରାହ୍ନରେ ପଶ୍ଚିମବଙ୍ଗରେ ଭୟଙ୍କର ଟର୍ଣ୍ଣାଡୋ ବା ଖଣ୍ଡିଆଭୂତ ଦେଖିବାକୁ ମିଳିଛି। ସମୁଦ୍ର ଭିତରୁ ସ୍ଥଳ ଭାଗକୁ ମାଡ଼ି ଆସିଥିବା ଏହି ଟର୍ଣ୍ଣାଡୋ ଯୋଗୁ ୮୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ବିଜୁଳି ସଂସ୍ପର୍ଶରେ ଆସି ୨ ଜଣଙ୍କ ମୃତ୍ୟୁ ଘଟିଛି।

Advertisment

ବେଙ୍ଗଲର ହୁଗୁଳି ଓ ଉତ୍ତର ୨୪ ପ୍ରଗଣାରେ ବାତ୍ୟା ୟାସ ପ୍ରଭାବରେ ବର୍ଷା ହେଉଥିବା ବେଳେ ଟାର୍ଣ୍ଣାଡୋ ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ଏହାର ଭିଡିଓ ମଧ୍ୟ କ୍ୟାମେରାରେ କଏଦ ହୋଇଛି।

ବାତ୍ୟା ୟାସ ଓଡ଼ିଶାର ଉତ୍ତର ଧାମରା ପୋର୍ଟରେ ଲ୍ୟାଣ୍ଡଫଲ କରିବ। ଏହା ପୂର୍ବରୁ ହିଁ ବେଙ୍ଗଲରେ ଟର୍ଣ୍ଣାଡୋ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ଆମେ ଏଭଳି ଭୟଙ୍କର ଟର୍ଣ୍ଣାଡୋ ଆସିବ ବୋଲି କେବେ ଭାବି ନଥିଲୁ। ଏହି ଟର୍ଣ୍ଣାଡୋ ଛିନଶୁରା ଠାରେ ଭୟଙ୍କର ସ୍ଥିତି ସୃଷ୍ଟି କରିଛି। ଏଠାରେ ୪୦ଟି ଘର ଭାଙ୍ଗି ଯାଇଥିବା ବେଳେ ୨ ଜଣ ଲୋକ ବିଜୁଳି ଝଟକାରେ ପ୍ରାଣ ହରାଇଛନ୍ତି।

Advertisment


ସେହିପରି ହଲିସହରରେ ଟର୍ଣ୍ଣାଡୋ ଦୀର୍ଘ ଗୋଟିଏ ମିନିଟ୍‌ ଧରି ଅନୁଭତ ହୋଇଥିଲା। ଏଥିରେ ୪୦ଟି ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲକୁ ନିଆ ଯାଇଥିବା ମମତା କହିଛନ୍ତି।

ଅନ୍ୟପକ୍ଷରେ ବାତ୍ୟା ୟାସକୁ ଦେଖି ପଶ୍ଚିମବଙ୍ଗ ସରକାର ୧୧ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ରାଜ୍ୟ ସଚିବାଳୟରେ ରାତି ତମାମ ପୂରା ରିଲିଫ ଓ ଉଦ୍ଧାର ଅପରେସନର ସମୀକ୍ଷା କରୁଛନ୍ତି।

West Bengal