Advertisment

ଗଦ୍ଦାର ବିବାଦ ପରେ ଏକାଠି ନଜର ଆସିଲେ ଗେହଲଟ-ପାଇଲଟ

ଜୟପୁର: ରାଜସ୍ଥାନ କଂଗ୍ରେସରେ ସୃଷ୍ଟି ହୋଇଥିବା ‘ଗଦ୍ଦାର ବିବାଦ’ ପରେ ପ୍ରଥମଥର ପାଇଁ ଏକାଠି ନଜର ଆସିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ତାଙ୍କର ପୂର୍ବତନ ଡେପୁଟି ସଚିନ ପାଇଲଟ। ଗୋଟିଏ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଗେହଲଟ ଖୋଲାଖୋଲି ଭାବେ ପାଇଲଟଙ୍କୁ ଗଦ୍ଦାର ବୋଲି କହିଥିଲେ। ଏହାକୁ ନେଇ କଂଗ୍ରେସରେ କମ୍ପନ ସୃଷ୍ଟି ହୋଇଥିଲା। କିନ୍ତୁ ବିବାଦର ସମାଧାନ ହୋଇଥିବା ଗୋଟିଏ ବାର୍ତ୍ତା ଦେବା ପାଇଁ ସମ୍ଭବତଃ ଗେହଲଟ ଓ ପାଇଲଟ ଗୋଟିଏ ମଞ୍ଚରେ ଏକାଠି ହୋଇଥିବା […]

ଗଦ୍ଦାର ବିବାଦ ପରେ ଏକାଠି ନଜର ଆସିଲେ ଗେହଲଟ-ପାଇଲଟ

Pilot

Advertisment

ଜୟପୁର: ରାଜସ୍ଥାନ କଂଗ୍ରେସରେ ସୃଷ୍ଟି ହୋଇଥିବା ‘ଗଦ୍ଦାର ବିବାଦ’ ପରେ ପ୍ରଥମଥର ପାଇଁ ଏକାଠି ନଜର ଆସିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ତାଙ୍କର ପୂର୍ବତନ ଡେପୁଟି ସଚିନ ପାଇଲଟ। ଗୋଟିଏ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଗେହଲଟ ଖୋଲାଖୋଲି ଭାବେ ପାଇଲଟଙ୍କୁ ଗଦ୍ଦାର ବୋଲି କହିଥିଲେ।

Advertisment

ଏହାକୁ ନେଇ କଂଗ୍ରେସରେ କମ୍ପନ ସୃଷ୍ଟି ହୋଇଥିଲା। କିନ୍ତୁ ବିବାଦର ସମାଧାନ ହୋଇଥିବା ଗୋଟିଏ ବାର୍ତ୍ତା ଦେବା ପାଇଁ ସମ୍ଭବତଃ ଗେହଲଟ ଓ ପାଇଲଟ ଗୋଟିଏ ମଞ୍ଚରେ ଏକାଠି ହୋଇଥିବା ଦେଖିବାକୁ ମିଳିଛି।

ରାହୁଲ ଗାନ୍ଧି ଆରମ୍ଭ କରିଥିବା ଭାରତ ଯୋଡ଼ୋ ଯାତ୍ରା ଡିସେମ୍ବର ୪ରେ ରାଜସ୍ଥାନରେ ପ୍ରବେଶ କରିବ। ଏହାର ସମୀକ୍ଷା କରିବା ପାଇଁ ବରିଷ୍ଠ ନେତାମାନେ ରାଜସ୍ଥାନକୁ ଯାଇଛନ୍ତି। ଏହି ସମୟରେ ଗେହଲଟ ଓ ପାଇଲଟ ଏକାଠି ସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି। ଉଭୟ ଏକାଠି ଛିଡ଼ା ହୋଇ ଭାରତ ଯୋଡ଼ୋ ଯାତ୍ରା ରାଜସ୍ଥାନରେ ବହୁତ ବଡ଼ ସଫଳତା ହାସଲ କରିବ ବୋଲି ଦମ୍ଭୋକ୍ତି କରିଛନ୍ତି।

Advertisment

ଗେହଲଟ କହିଛନ୍ତି, “ଆମ ପାଇଁ ଦଳ ହେଉଛି ସବୁଠାରୁ ବଡ଼। ଆମେ ସମସ୍ତେ ଚାହୁଁଛୁ ଯେ ଦଳ ପୁଣି ଆଗକୁ ବଢ଼ୁ ଓ ତା’ର ଚମକ ପୁଣି ଫେରିପାଉ। ବର୍ତ୍ତମାନ ଦେଶରେ ଗୋଟିଏ ଟେନସନର ବାତାବରଣ ସୃଷ୍ଟି ହୋଇଛି। ଏହା ସମସ୍ତଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ। କିନ୍ତୁ ଭାରତ ଯୋଡ଼ୋ ଯାତ୍ରାର ସଫଳତା ହିଁ ଦର୍ଶାଉଛି ଯେ ରାହୁଲ ଗାନ୍ଧି ଉଠାଉଥିବା ପ୍ରସଙ୍ଗକୁ ଲୋକମାନେ ସମର୍ଥନ କରୁଛନ୍ତି।”


ସଚିନ ପାଇଲଟ କହିଛନ୍ତି ଯେ ରାହୁଲ ଗାନ୍ଧିଙ୍କ ସହ ଭାରତ ଯୋଡ଼ୋ ଯାତ୍ରାକୁ ରାଜସ୍ଥାନରେ ବିପୁଳ ସମର୍ଥନ ଓ ଉତ୍ସାହର ସହ ସ୍ୱାଗତ କରାଯିବ। ପାଇଲଟ ଓ ଗେହଲଟଙ୍କ ମଧ୍ୟରେ ବାକଯୁଦ୍ଧ ଯୋଗୁ ରାହୁଲ ଗାନ୍ଧି ରାଜସ୍ଥାନରେ କରିବାକୁ ଥିବା ୧୨ ଦିନିଆ ପଦଯାତ୍ରା ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଥିଲା।

ବିବାଦକୁ ସମାଧାନ କରିବାକୁ କଂଗ୍ରେସ ହାଇକମାଣ୍ଡ ମଧ୍ୟ ଉଦ୍ୟମ କରିଥିଲେ। ଏସବୁ ଭିତରେ ଗାନ୍ଧି ପରିବାରର ଘନିଷ୍ଠ କେସି ଭେନୁଗୋପାଲ ରାଜସ୍ଥାନ ଗସ୍ତରେ ଆସି ଭାରତ ଯୋଡ଼ୋ ଯାତ୍ରାର ସମୀକ୍ଷା ଆଳରେ ଗେହଲଟ ଓ ପାଇଲଟଙ୍କୁ ଏକାଠି କରିଛନ୍ତି। ତାଙ୍କ ଉପସ୍ଥିତିରେ ଦୁଇ ନେତା ଗୋଟିଏ ମଞ୍ଚରେ ଏକାଠି ନଜର ଆସିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe