Advertisment

କଂଗ୍ରେସ ସଭାପତି ରେସ୍‌ରୁ ଗେହଲଟ୍‌ ଆଉଟ୍‌

ନୂଆଦିଲ୍ଲୀ: ଏଠି ଘଡିକେ ଘୋଡା ଛୁଟୁଛି। ମୁଖ୍ୟମନ୍ତ୍ରୀ ଥାଇ ବି କଂଗ୍ରେସ ସଭାପତି ପଦ ପାଇଁ ଲୋଭ କରି ବସିଥିବା ଅଶୋକ ଗେହଲଟ ଏବେ ନିଜେ ଏହି ରେସ୍‌ରୁ ଓହରି ଯାଇଛନ୍ତି। ଅଶୋକ ଗେହଲଟ୍‌ ମୁଖ୍ୟମନ୍ତ୍ରୀ ପଦ ଛାଡିବା ପାଇଁ ମନା କରିଦେଇଥିଲେ। ଏହାକୁ ନେଇ ହାଇକମାଣ୍ଡ ଅସନ୍ତୋଷ ଥିଲେ। ଏବେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଦଳ ନୂଆ ବିଳକ୍ପ ଖୋଜୁଛି। ସୂଚନାନୁସାରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ମଧ୍ୟ ରାଷ୍ଟ୍ରପତି ପଦ ଦୌଡ଼ରେ […]

author-image
Madhupriya Mistry
ନିଜ ଗୋଡ଼ରେ କୁରାଢ଼ି ମାରିଲେ ଅଶୋକ, ସଭାପତି ରେସ୍‌ରୁ ଆଉଟ

Ashok Gehlot

ନୂଆଦିଲ୍ଲୀ: ଏଠି ଘଡିକେ ଘୋଡା ଛୁଟୁଛି। ମୁଖ୍ୟମନ୍ତ୍ରୀ ଥାଇ ବି କଂଗ୍ରେସ ସଭାପତି ପଦ ପାଇଁ ଲୋଭ କରି ବସିଥିବା ଅଶୋକ ଗେହଲଟ ଏବେ ନିଜେ ଏହି ରେସ୍‌ରୁ ଓହରି ଯାଇଛନ୍ତି। ଅଶୋକ ଗେହଲଟ୍‌ ମୁଖ୍ୟମନ୍ତ୍ରୀ ପଦ ଛାଡିବା ପାଇଁ ମନା କରିଦେଇଥିଲେ। ଏହାକୁ ନେଇ ହାଇକମାଣ୍ଡ ଅସନ୍ତୋଷ ଥିଲେ।

Advertisment

ଏବେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଦଳ ନୂଆ ବିଳକ୍ପ ଖୋଜୁଛି। ସୂଚନାନୁସାରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ମଧ୍ୟ ରାଷ୍ଟ୍ରପତି ପଦ ଦୌଡ଼ରେ ନାହାଁନ୍ତି। ଦଳ ମଲ୍ଲିକାର୍ଜୁନ ଖାଡଗେ ଏବଂ ଦିଗବିଜୟ ସିଂହଙ୍କ ନାମ ଉପରେ ବିଚାର କରୁଛି।

ବାସ୍ତବରେ ଅଶୋକ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ହେବା ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଖାଲି ପଡିଥାଆନ୍ତା। ଏହି ପଦ ପାଇଁ ହାଇକମାଣ୍ଡଙ୍କ ପ୍ରଥମ ପସନ୍ଦ ଥିଲେ ସଚିନ ପାଇଲଟ୍‌। କିନ୍ତୁ ଅଶୋକ ଗେହଲଟଙ୍କୁ ସମର୍ଥନ କରୁଥିବା ବିଧାୟକମାନେ କୌଣସି ବି ପରିସ୍ଥିତିରେ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଗ୍ରହଣ କରିବାକୁ ରାଜି ନଥିଲେ। ଏଭଳି ପରିସ୍ଥିତିରେ ଦଳର ବହୁ ବିଧାୟକ ଇସ୍ତଫା ଦେବାକୁ ଧମକ ଦେଇଥିଲେ।

Advertisment

ରବିବାର ରାଜସ୍ଥାନ କଂଗ୍ରେସ ବିଧାୟକ ଦଳର ବୈଠକ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବସିବାର ଥିଲା। କିନ୍ତୁ ଗେହଲଟଙ୍କ ବଶ୍ୱସ୍ତ ଥିବା ଅନେକ ବିଧାୟକ ବୈଠକକୁ ଆସିନଥିଲେ। ସେମାନେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶାନ୍ତି ଧରୱାଲଙ୍କ ବଙ୍ଗଳା ଠାରେ ଏକ ସଭା କରିଥିଲେ ଏବଂ ପରେ ବିଧାନସଭା ବାଚସ୍ପତି ଡକ୍ଟର ସିପି ଜୋଶୀଙ୍କୁ ଭେଟିବାକୁ ଯାଇଥିଲେ।

ଅନ୍ୟପଟେ ଅଜୟ ମାକେନ୍ ଏବଂ ମଲ୍ଲିକାର୍ଜୁନ୍ ଖଡଗେ ଏହି ସମସ୍ୟାର ସମାଧାନ ପାଇଁ ଗେହଲୋଟ୍ କ୍ୟାମ୍ପର ବିଧାୟକଙ୍କ ସହ କଥାବାର୍ତ୍ତା କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ବିଧାୟକମାନେ କଥାବାର୍ତ୍ତା କରିବାକୁ ସଫା ସଫା ମନା କରିଦେଇଥିଲେ।

କଂଗ୍ରେସ ସଭାପତି ନିର୍ବାଚନ ପାଇଁ ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ ସେପ୍ଟେମ୍ବର ୨୪ରୁ ୩୦ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଚାଲିବ। ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ହେଉଛି ଅକ୍ଟୋବର ୮। ଗୋଟିଏରୁ ଅଧିକ ପ୍ରାର୍ଥୀ ହେଲେ ଅକ୍ଟୋବର ୧୭ରେ ଭୋଟ୍ ଗ୍ରହଣ କରାଯିବ ଏବଂ ଅକ୍ଟୋବର ୧୯ରେ ଫଳାଫଳ ଘୋଷଣା କରାଯିବ।