Advertisment

ଆସାମରେ ସହଯୋଗୀ ଦଳଙ୍କ ପାଇଁ କେତେ ଆସନ ଛାଡ଼ିଲା ବିଜେପି ?

ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନ ପାଇଁ ବିଜେପି ଏବଂ ସହଯୋଗୀ ଦଳଙ୍କ ମଧ୍ୟରେ ଆସନ ବୁଝାମଣା ସ୍ଥିର ହୋଇଛି। ସହଯୋଗୀ ଦଳ ଆସାମ ଗଣ ପରିଷଦ (ଏଜିପି) ୨୬ଟି ଆସନରେ ପ୍ରାର୍ଥୀ ଦେବ ବୋଲି ନିଷ୍ପତ୍ତି ହୋଇଥିବା ବେଳେ ୟୁପିପିଏଲ ୮ଟି ଆସନରେ ଅବଶିଷ୍ଟ ଆସନ (୯୨)ଟିରେ ବିଜେପି ପ୍ରାର୍ଥୀ ଦେବ। ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରାର୍ଥୀଙ୍କ ନାମ ବାବଦରେ ଗୁରୁବାର ବିଜେପି ମୁଖ୍ୟ କାର୍ଯ୍ୟାଳୟରେ କେନ୍ଦ୍ରୀୟ ନିର୍ବାଚନ କମିଟିର ଏକ ବୈଠକ ହୋଇଥିଲା ଏହି […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଆସାମରେ ସହଯୋଗୀ ଦଳଙ୍କ ପାଇଁ କେତେ ଆସନ ଛାଡ଼ିଲା ବିଜେପି ?

assam-election

ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନ ପାଇଁ ବିଜେପି ଏବଂ ସହଯୋଗୀ ଦଳଙ୍କ ମଧ୍ୟରେ ଆସନ ବୁଝାମଣା ସ୍ଥିର ହୋଇଛି। ସହଯୋଗୀ ଦଳ ଆସାମ ଗଣ ପରିଷଦ (ଏଜିପି) ୨୬ଟି ଆସନରେ ପ୍ରାର୍ଥୀ ଦେବ ବୋଲି ନିଷ୍ପତ୍ତି ହୋଇଥିବା ବେଳେ ୟୁପିପିଏଲ ୮ଟି ଆସନରେ ଅବଶିଷ୍ଟ ଆସନ (୯୨)ଟିରେ ବିଜେପି ପ୍ରାର୍ଥୀ ଦେବ।

Advertisment

ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରାର୍ଥୀଙ୍କ ନାମ ବାବଦରେ ଗୁରୁବାର ବିଜେପି ମୁଖ୍ୟ କାର୍ଯ୍ୟାଳୟରେ କେନ୍ଦ୍ରୀୟ ନିର୍ବାଚନ କମିଟିର ଏକ ବୈଠକ ହୋଇଥିଲା ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଯୋଗ ଦେଇଥିଲେ। ଗୁରୁବାର ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ବିଜେପି ସଭାପତି ଜେପି ନାଡାଙ୍କ ଘରକୁ ଯାଇଥିଲେ। ନଡ଼ାଙ୍କ ବାସଭବନରେ ଆସାମ ନିର୍ବାଚନ ସମ୍ପର୍କରେ ଆଲୋଚନା କରିବା ପାଇଁ ବିଜେପି ଦଳର ବରିଷ୍ଠ ନେତାମାନେ ମନ୍ତ୍ରୀ ହିମନ୍ତ ବିଶ୍ୱ ସାରମା, ଆସାମର ଦାୟିତ୍ୱରେ ଥିବା ବୈଜୟନ୍ତ ପଣ୍ଡା ଏବଂ ସହ-ପ୍ରଭାରୀ ପୱନ ଶର୍ମା ଉପସ୍ଥିତ ଥିଲେ।

ମାର୍ଚ୍ଚ ୨୭ ରୁ ଏପ୍ରିଲ ୬ ପର୍ଯ୍ୟନ୍ତ ଆସାମରେ ତିନୋଟି ପର୍ଯ୍ୟାୟରେ ମତଦାନ ହେବ। ପ୍ରଥମ ପର୍ଯ୍ୟାୟରେ ୪୭ ବିଧାନସଭା ଆସନ ପାଇଁ ମାର୍ଚ୍ଚ ୨୭ରେ ମତଦାନ ହେବ, ଦ୍ୱିତୀୟ ପର୍ଯ୍ୟାୟରେ ୩୯ଟି ବିଧାନସଭା ଆସନ ପାଇଁ ଏପ୍ରିଲ ୧ରେ ଏବଂ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ୪୦ ଟି ବିଧାନସଭା ଆସନ ପାଇଁ ଏପ୍ରିଲ ୬ରେ ମତଦାନ ହେବ।

Advertisment

ଆସାମ ବିଧାନସଭାରେ ମୋଟ୍ ୧୨୬ ଟି ଆସନ ରହିଛି। ୨୦୧୬ ବିଧାନସଭା ନିର୍ବାଚନରେ ​​ବିଜେପି ୬୦ଟି ଆସନରେ ବିଜୟୀ ହୋଇଛି। ଗତ ନିର୍ବାଚନରେ ​​ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟ (ବିପିଏଫ) ବିଜେପି ଏବଂ ଏଜିପି ସହ ମିଳିତ ଭାବେ ପ୍ରତିଦ୍ୱନ୍ଦ୍ୱିତା କରି ୧୨ଟି ଆସନରେ ଜିତିଥିଲା। ଚଳିତ ନିର୍ବାଚନରେ କିନ୍ତୁ ​​ବିପିଏଫ୍ କଂଗ୍ରେସ ଏବଂ AIUDF ସହିତ ମେଣ୍ଟ କରିଛି।

ଚଳିତ ନିର୍ବାଚନରେ ଆସାମରେ ବିଜେପି ପାଇଁ ଦ୍ୱିତୀୟ ଥର କ୍ଷମତାକୁ ଆସିବା ପାଇଁ ଅନେକ ଆହ୍ୱାନ ରହିଛି। ସିଏଏ, ଏନଆରସି ମୁଖ୍ୟ ପ୍ରସଙ୍ଗ ରହିଛି। କେନ୍ଦ୍ର ସିଏଏ ବିଲ୍ ଆଇନରେ ପରିଣତ କରିବା ବେଳେ ଆସାମାରେ ହିଂସା ଦେଖିବାକୁ ମିଳିଥିଲା। ସେହିପରି ନିକଟରେ ରାଜ୍ୟରେ ହିନ୍ଦୁତ୍ୱକୁ ନେଇ ଭୋଟ ବ୍ୟାଙ୍କ୍ ତିଆରି କରିଛି ବିଜେପି। ଯାହାକି ଅନ୍ୟ ସମ୍ପ୍ରଦାୟର ଭୋଟ୍ ବିଜେପି ଖାତାରେ ପଡ଼ିବା କଷ୍ଟକର। ଗତ ବିଧାନସଭା ନିର୍ବାଚନରେ ​​ବିଜେପି ପ୍ରଥମ ଥର ପାଇଁ ଉତ୍ତର-ପୂର୍ବର ଏକ ରାଜ୍ୟରେ କ୍ଷମତା ହାସଲ କରି କଂଗ୍ରେସର ୧୦ ବର୍ଷ ଶାସନ ଶେଷ କରିଥିଲା।

Assam Election 2021 AssamAssemblyElection