Advertisment

ଆମେ କେବେ ପଚାରିଛୁକି ତୁମେ ରାଜୀବ ଗାନ୍ଧିଙ୍କ ପୁଅ କି ନୁହଁ?

ନୂଆଦିଲ୍ଲୀ: ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ୍ ଗାନ୍ଧିଙ୍କୁ ସିଧା ନିଶାନା କରିଛନ୍ତି। ୨୦୧୬ରେ ସର୍ଜିକାଲ୍ ଷ୍ଟ୍ରାଇକକୁ ନେଇ ପ୍ରଶ୍ନ ଉଠାଇଥିବାରୁ ରାହୁଲ୍ ଗାନ୍ଧିଙ୍କୁ ଟାର୍ଗେଟ୍ କରି କିଛି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ। ଉତ୍ତରାଖଣ୍ଡରେ ଏକ ନିର୍ବାଚନୀ ରାଲିରେ ଯୋଗ ଦେବା ଅବସରରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି, ରାହୁଲ୍ ଗାନ୍ଧି ବିପିନ ରାୱତଙ୍କ ନେତୃତ୍ୱାଧୀନ ସର୍ଜିକାଲ୍ ଷ୍ଟ୍ରାଇକର ପ୍ରମାଣ ମାଗିଥିଲେ। ଆପଣ କେଉଁ ବାପାର ପୁଅ […]

author-image
Ranjit Kumar Jena
ଆମେ କେବେ ପଚାରିଛୁକି ତୁମେ ରାଜୀବ ଗାନ୍ଧିଙ୍କ ପୁଅ କି ନୁହଁ?

Himanta-Sarma-and-rahul-gandhi

ନୂଆଦିଲ୍ଲୀ: ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ୍ ଗାନ୍ଧିଙ୍କୁ ସିଧା ନିଶାନା କରିଛନ୍ତି। ୨୦୧୬ରେ ସର୍ଜିକାଲ୍ ଷ୍ଟ୍ରାଇକକୁ ନେଇ ପ୍ରଶ୍ନ ଉଠାଇଥିବାରୁ ରାହୁଲ୍ ଗାନ୍ଧିଙ୍କୁ ଟାର୍ଗେଟ୍ କରି କିଛି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ।

Advertisment

ଉତ୍ତରାଖଣ୍ଡରେ ଏକ ନିର୍ବାଚନୀ ରାଲିରେ ଯୋଗ ଦେବା ଅବସରରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି, ରାହୁଲ୍ ଗାନ୍ଧି ବିପିନ ରାୱତଙ୍କ ନେତୃତ୍ୱାଧୀନ ସର୍ଜିକାଲ୍ ଷ୍ଟ୍ରାଇକର ପ୍ରମାଣ ମାଗିଥିଲେ। ଆପଣ କେଉଁ ବାପାର ପୁଅ ବୋଲି ଆମେ କେବେ ପ୍ରମାଣ ମାଗିଛୁ? ସେନାକୁ ପ୍ରମାଣ ମାଗିବାର ଅଧିକାର ଆପଣଙ୍କୁ କିଏ ଦେଲା? ଯଦି ଆମର ସେନା କହିଲେ ସେମାନେ ପାକିସ୍ତାନରେ ପଶି ଆକ୍ରମଣ କରିଛନ୍ତି, ତାହେଲେ ଏହା ଫାଇନାଲ୍।

https://twitter.com/erbmjha/status/1492096879768702979?s=20&t=Xh8Pz3_X-_YuJEzApqE9aw

Advertisment

ରାହୁଲ୍ ଗାନ୍ଧି ବିପିନ ରାୱତଙ୍କ ନେତୃତ୍ୱାଧୀନ ସର୍ଜିକାଲ୍ ଷ୍ଟ୍ରାଇକକୁ ନେଇ ଅନେକ ପ୍ରଶ୍ନ ଉଠାଇଥିଲେ। ଏହାର ଜବାବରେ ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱର୍ଗତ ଜେନେରାଲ୍ ବିପିନ ରାୱତ ଉତ୍ତରାଖଣ୍ଡ ଓ ଦେଶର ଗୌରବ ଥିଲେ। ତାଙ୍କ ନେତୃତ୍ୱରେ ଭାରତୀୟ ସେନା ପାକିସ୍ତାନ ଉପରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରିଥିଲା। ହେଲେ ରାହୁଲ୍ ଗାନ୍ଧି ଏହାର ପ୍ରମାଣ ମାଗିଥିଲେ। କ'ଣ ଆପଣ ବିପିନ ରାୱତ କିମ୍ବା ସେନା ଉପରେ ବିଶ୍ୱାସ କରନ୍ତି ନାହିଁ? କ'ଣ ଆମେ କେବେ ଆପଣଙ୍କୁ ପଚାରିଛୁ ଯେ ଆପଣ ବାସ୍ତବରେ ରାଜୀବ ଗାନ୍ଧିଙ୍କ ପୁଅ ନା ନାହିଁ? ତେଣୁ ସେନାକୁ ଅପମାନିତ ଆଦୌ କରନ୍ତୁ ନାହିଁ।

୨୦୧୬ରେ ଉରିରେ ଘଟିଥିବା ଭୟଙ୍କର ଆତଙ୍କୀ ହମଲାରେ ୧୯ ଯବାନ ସହିଦ୍ ହୋଇଥିଲା। ଭାରତ ଏହି ଆକ୍ରମଣା ବଦଲା ନେବା ପାଇଁ ନିୟନ୍ତ୍ରଣ ସୀମାରେଖା (ଏଲଓସି) ଅତିକ୍ରମ କରି ଏକ ସର୍ଜିକାଲ୍ ଷ୍ଟ୍ରାଇକ୍ କରିଥିଲା। କିଛି ବିରୋଧୀ ନେତା ଏହି ଅପରେସନ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ।

୨୦୧୫ରେ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ୍ ହୋଇଥିବା ହିମନ୍ତ ବିଶ୍ୱ ଶର୍ମା ଉତ୍ତରାଖଣ୍ଡ ରାଲିରେ ହିଜାବ ବିବାଦକୁ ନେଇ ମଧ୍ୟ ମନ୍ତବ୍ୟ ଦେଇଥିଲେ। ସେ କହିଛନ୍ତି, 'କଲେଜ ଓ ସ୍କୁଲ୍ ଫ୍ୟାଶନ୍ ପାଇଁ ନୁହେଁ ପାଠପଢ଼ା ପାଇଁ ଉଦ୍ଦିଷ୍ଟ। କିଏ କ'ଣ ପରିଧାନ କରୁଛି, ସେଥିରେ ଆମର ସମସ୍ୟା ନାହିଁ। କିନ୍ତୁ ସ୍କୁଲ ଓ କଲେଜରେ ସେମାନେ ହିଜାବ ପରିଧାନ କରିବାକୁ ଚାହୁଁଛନ୍ତି। ଆଗକୁ ହିନ୍ଦୁ କହିବେ ଯେ ଆମେ ଏକ ସ୍ୱତନ୍ତ୍ର ପୋଷାକ ପିନ୍ଧିବାକୁ ଚାହୁଁଛୁ, ପରେ ଖ୍ରୀଷ୍ଟିଆନ୍ ମାନେ ମଧ୍ୟ ସ୍ୱତନ୍ତ୍ର ପୋଷାକ ପରିଧାନ କରିବାକୁ କହିବେ।'